ETV Bharat / state

ନୂତନ କୃଷି ଆଇନକୁ ବିରୋଧ: ଆସନ୍ତା 17ରେ କମ୍ୟୁନିଷ୍ଟ ଦଳ ପକ୍ଷରୁ ବଡଧରଣର ଆନ୍ଦୋଳନ

author img

By

Published : Nov 11, 2020, 9:32 PM IST

ରାୟଗଡାରେ ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ଏକ ବଡଧରଣର ଆନ୍ଦୋଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଆସନ୍ତା 17 ତାରିଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ନେଇ ସୂଚନା ମିଳିଛି । ଅଧିକ ପଢନ୍ତୁ...

ଆସନ୍ତା 17ରେ କମ୍ୟୁନିଷ୍ଟ ଦଳ ପକ୍ଷରୁ ବଡଧରଣର ଆନ୍ଦୋଳନ

ରାୟଗଡା: ସରକାରଙ୍କ ନୂତନ କୃଷିଆଇନକୁ ବିରୋଧ କରି ରାୟଗଡାରେ ଏକ ବଡ ଆନ୍ଦୋଳନ ପାଇଁ ସଜବାଜ ହେଉଛି କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ । ଏନେଇ ଜିଲ୍ଲାର ବିଭିନ୍ନ ବ୍ଲକରେ ସଙ୍ଗଠନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ଏଥିପାଇଁ ଜିଲ୍ଲାସ୍ଥିତ କଲ୍ୟାଣସିଂହପୁର ବ୍ଲକ ସିକାପାଇ ପଞ୍ଚାୟତ ଭିତରଝୋଲ ଗ୍ରାମ ଠାରେ ସିପିଆଇଏମ ଲିବରେସନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ କରାଯାଇଛି । ଏହି ବୈଠକରେ ଏକାଠି ହୋଇଛନ୍ତି ଶତାଧିକ ପୁରୁଷ ଓ ମହିଳା । ବୈଠକରେ ମୁଖ୍ୟତଃ କୃଷିଋଣ ଛାଡ, କୃଷି ଅଧ୍ୟାଦେଶକୁ ବାତିଲ କରିବା, ପ୍ରାକୃତିକ ବିପର୍ଯ୍ୟୟରେ ଚାଷୀଙ୍କୁ ଆର୍ଥିକ ସହାୟତା ପ୍ରଦାନ, ମନରେଗା କାର୍ଯ୍ୟରେ ଦୁଇଶହ ଦିନ କାର୍ଯ୍ୟ ଯୋଗାଇ ଦେବା, ଆଦିବାସୀଙ୍କୁ ଜଙ୍ଗଲଜମି ଜଳ ଅଧିକାର ପ୍ରଦାନ ଭଳି ମୌଳିକ ଦାବି କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଲୋକଙ୍କୁ ଠକି ଆସୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ତେବେ ଏନେଇ ଆସନ୍ତା 17 ତାରିଖରେ ରାୟଗଡ଼ା ଠାରେ ହେବାକୁ ଥିବା ବିଭିନ୍ନ ଶ୍ରମିକ ସଙ୍ଗଠନଗୁଡିକ ତରଫରୁ ଗଣ କନଭେନସନ୍ ପାଇଁ ବିଭିନ୍ନ ବ୍ଲକରେ ସଙ୍ଗଠନକୁ ମଜଭୁତ କରାଯାଉଥିବା ଶ୍ରମିକ ନେତାମାନେ କହିଛନ୍ତି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.