ରାୟଗଡା: ଓଡିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାର ପ୍ରଥମ ପର୍ଯ୍ୟାୟରେ 7ଟି ଉଚ୍ଚ ବିଦ୍ୟାଳୟକୁ 5ଟି ଅଧୀନରେ ରୂପନ୍ତରୀଣ କରିଯିବ । ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଜିଲ୍ଲାର ପ୍ରମୁଖ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି l ଗତକାଲି ଜିଲ୍ଲାପାଳ କଲ୍ୟାଣସିଂପୁର ବ୍ଲକର ଶିକାରପାଇ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ l
ସରକାରଙ୍କ 5ଟି ବିଭାଗ ଅଧୀନରେ ଉନ୍ନତିକରଣ ନିମନ୍ତେ ବିଦ୍ୟାଳୟର ବିଭିନ୍ନ ସମସ୍ୟା ଓ ସମାଧାନ ଉପରେ ବିଦ୍ୟାଳୟ କର୍ତ୍ତୃପକ୍ଷ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀ , ସରପଞ୍ଚ, ବିଦ୍ୟାଳୟ ସଭାପତି ସହିତ ଆଲୋଚନା କରିଥିଲେ l
ବିଶେଷ କରି ବିଜ୍ଞାନ ଗାର, ପାଠାଗାର, ଶ୍ରେଣୀ ଗୃହ, ଆଦି ବୁଲି ଦେଖିଥିଲେ l ଏଣିକି ନୂତନ ଭାବେ ସ୍ମାର୍ଟ କ୍ଲାସ କେଉଁଠି ହେବ, ଇ -ପାଠାଗାର ଓ ଅନ୍ୟାନ୍ୟ ଅତ୍ୟାଧୁନିକ ଶିକ୍ଷଣୀୟ ବ୍ୟବସ୍ଥା କେଉଁଠି କରାଯିବ ସେନେଇ ଆଲୋଚନା କରିଥିଲେ l ଏହି କୋଠରୀ ମାନଙ୍କରେ କିଭଳି ବ୍ୟବସ୍ଥା କରାଯିବ ସେନେଇ ମଧ୍ୟରେ ଆଲୋଚନା କରିଥିଲେ l ନୂତନ ଜ୍ଞାନ କୌଶଳରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦନ କରାଯିବା ନିମନ୍ତେ ବିଶେଷ ଭାବରେ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ l
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ