ରାୟଗଡା: ଅନ୍ତର୍ଜାତୀୟ ଜୁନିଅର ଟି20 କ୍ରିକେଟ ଦଳରେ ଓଡିଆ ପୁଅ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ପଞ୍ଚାଳି ଗ୍ରାମର ମାନସ ଖାରା ଅନ୍ତର୍ଜାତୀୟ ଜୁନିଅର ଟି20 କ୍ରିକେଟ ଦଳରେ ସ୍ଥାନ ପାଇଛନ୍ତି । ଜଣେ ବଣମଲ୍ଲୀ ଭଳି ଇଚ୍ଛା ଶକ୍ତି ଓ କଠୋର ପରିଶ୍ରମ ବଳରେ ଭାରତୀୟ କ୍ରିକେଟ ଦଳରେ ତାଙ୍କୁ ସୁଯୋଗ ମିଳିଛି । ବର୍ତ୍ତମାନ ମାନସ ଖରା ହାଇଦ୍ରାବାଦରେ ରହୁଛନ୍ତି । ଜଣେ ଓଡିଆ ପୁଅ ଭାବେ ମାନସ ଖାରାଙ୍କ ଏ ସଫଳତା ନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ସୁଅ ଛୁଟିଛି ।
ଅକ୍ଟୋବର 15ରୁ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ ଖେଳିବ ଭାରତ । ମୋଟ 16 ଜଣଙ୍କୁ ଜୁନିଅର ଦଳରେ ଚୟନ କରାଯାଇଛି । 4 ଜଣ ଖେଳାଳିଙ୍କୁ ଷ୍ଟାଣ୍ଡବାଏରେ ରଖାଯାଇଛି । ଏ ନେଇ ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ପକ୍ଷରୁ ସୂଚନା ମିଳିଛି ।
ଜୁନିଅର ଟି20 କ୍ରିକେଟ ଦଳ...
ଅଭିମନ୍ୟୁ ଯାଦବ (ଅଧିନାୟକ), ଅଭିଷେକ ଦାସ, କରନ ଲାଲ (ଉପ ଅଧିନାୟକ), ଇଷାନ ଆୟର (ୱିକେଟ କିପର), ମାନସ ଖାରା, ମୁକେଶ କୁମାର (ୱିକେଟ କିପର), ସୌମ୍ୟଦୀପ ମଣ୍ଡଳ, ଦୀପକ ଚୌଧୁରୀ, ମୁକେଶ ରୈନା, ଆଶିଷ ଖାନ, ଅମିତ କୁମାର ଯାଦବ, ଆୟୁଷ ଧରିୟା, ରବି କୁମାର, ରାଜନାଥ ଯାଦବ ।
ଷ୍ଟାଣ୍ଡବାଏ ଖେଳାଳି
ଅଙ୍କୁର ପଲ, ସିଦ୍ଧାର୍ଥ ସିଂହ, ଦେବୋପ୍ରତିମ ହଲଦାର, ପ୍ରଦୀପ୍ତ ପରମାଣିକ ।