ETV Bharat / state

କ୍ଷୁଦ୍ର ବ୍ୟବସାୟୀଙ୍କୁ ସାହାଯ୍ୟ କରିବାକୁ ବିଜେପିର ଦାବି - ବିଜେପିର ଦାବି

ତାଲାବନ୍ଦ ସମୟରେ ବ୍ୟବସାୟୀଙ୍କୁ ସହାୟତା କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଘେରିଲା ବିଜେପି। ଅଧିକ ପଢ଼ନ୍ତୁ...

Rayagada BJP, Rayagada district administration, help for small scale businessman, ବିଜେପିର ଦାବି, ବ୍ୟବସାୟୀଙ୍କୁ ସହାୟତା
କ୍ଷୁଦ୍ର ବ୍ୟବସାୟୀଙ୍କୁ ସାହାଯ୍ୟ କରିବାକୁ ବିଜେପିର ଦାବି
author img

By

Published : Jun 16, 2021, 6:19 AM IST

ରାୟଗଡ଼ା: ତାଲା ବନ୍ଦ ସମୟରେ ରାୟଗଡା ସହରରେ ଭଡା ଗୃହ ନେଇ ଦୋକନା କରୁଥିବା ବ୍ୟବସାୟୀ ମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ନଗର ବିଜେପି ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଦାବି କରାଯାଇଛି । ତାଲା ବନ୍ଦ ଯୋଗୁଁ ବ୍ୟବସାୟୀ ମାନେ ଅନେକ କ୍ଷତି ସହିଛନ୍ତି । ଭଡାରେ ଦୋକାନ ନେଇ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ଅନେକ ସମସ୍ୟା ଦେଇ ଗତି କରିବାକୁ ପଡୁଛି ।

କ୍ଷୁଦ୍ର ବ୍ୟବସାୟୀଙ୍କୁ ସାହାଯ୍ୟ କରିବାକୁ ବିଜେପିର ଦାବି

ଗୋଟିଏ ପଟେ ବ୍ୟବସାୟ ହେଉନଥିବା ବେଳେ ଦୋକାନ ମାଲିକ ମାନେ ଜୋର ଜବରଦସ୍ତ ଦୋକାନ ଗୃହର ଭଡା ନେଉଛନ୍ତି । ସେହିପରି ଦୋକାନ ଖୋଲାଯାଉନଥିଲେ ମଧ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ବିଦ୍ୟୁତ୍ ବିଲ୍ କିନ୍ତୁ ନିୟମିତ ପୈଠ କରିବାକୁ ପଡୁଛି ବୋଲି ବିଜେପି ଅଭିଯୋଗ କରିଛି ।

ଅନ୍ୟପଟେ ସହରର ଅନେକ ଛୋଟ ଛୋଟ ବ୍ୟବସାୟୀ ବ୍ୟବସାୟ କରିବା ପାଇଁ ହାତ ଉଧାର ଓ ବ୍ୟାଙ୍କ ସହାୟତାରେ ଋଣ ଆଣିଥିବା ବେଳେ ନିୟମିତ ମାସିକ କିସ୍ତି ପୈଠ କରିବାକୁ ପଡୁଛି । ତେବେ ମହାମାରୀ ସମୟରେ ଛୋଟ ଛୋଟ ବ୍ୟବସାୟୀ ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ସେମାନଙ୍କୁ ସହାୟତା ଦେବା ସହ ଋଣ ବାବଦକୁ କିସ୍ତି ବନ୍ଦ କରିବା ପାଇଁ ପ୍ରଶାସନ ବ୍ୟବସ୍ଥା କରୁ ବୋଲି ବିଜେପି ଦାବି କରିଛି ।

ରାୟଗଡା ନଗର ବିଜେପି ସଭାପତି ଶ୍ୟାମ କୁମାର ଦାସଙ୍କ ନେତୃତ୍ବରେ ମଙ୍ଗଳବାର ଦଳୀୟ କର୍ମକର୍ତ୍ତା ମାନେ ରାୟଗଡ଼ା ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡାଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.