ETV Bharat / state

ପରୀ ପାଇଁ ରାଜରାସ୍ତାକୁ ଓହ୍ଲାଇଲା ରାୟଗଡ଼ା ବିଜେପି ନଗର ମୋର୍ଚ୍ଚା

author img

By

Published : Nov 28, 2020, 2:17 PM IST

ଶନିବାର ପରୀ ହତ୍ୟା ମାମଲାକୁ କେନ୍ଦ୍ର କରି ରାୟଗଡ଼ା ବିଜେପି ନଗର ମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

Rayagada BJP protests regarding pari murder case
ପରୀ ପାଇଁ ରାଜରାସ୍ତାକୁ ଓହ୍ଲାଇଲା ରାୟଗଡ଼ା ବିଜେପି ନଗର ମୋର୍ଚ୍ଚା

ରାୟଗଡ଼ା: ବହୁ ଚର୍ଚ୍ଚିତ ନୟାଗଡ଼ର ପରୀ ଅପହରଣ ଓ ହତ୍ୟାକାଣ୍ଡ ମାମଲାକୁ କେନ୍ଦ୍ର କରି ଶନିବାର ରାୟଗଡ଼ା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଆନ୍ଦୋଳନର ବିଜେପିର ନଗର ସଭାପତି ଶ୍ୟାମ କୁମାର ଦାସଙ୍କ ନେତୃତ୍ବରେ କରାଯାଇଥିବା ବେଳେ ମନ୍ତ୍ରୀ ଅରୁଣ ସାହୁ ଘଟଣାରେ ଜଡିତ ଥିବା ଅଭିଯୋଗ କରାଯାଇଛି ।

ବିକ୍ଷୋଭକାରୀମାନେ ମନ୍ତ୍ରୀ ଅରୁଣ ସାହୁଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବାବୁଲା ନାୟକକୁ ମନ୍ତ୍ରୀ ଅରୁଣ ସାହୁ ଘଣ୍ଟ ଘୋଡାଇବା ସହ ସୁରକ୍ଷା ଦେଉଥିବା ବିଜେପି କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେ ଘଟଣାକୁ ଚପାଇଦେବା ପାଇଁ ସ୍ଥାନୀୟ ସରପଞ୍ଚଙ୍କୁ ମନ୍ତ୍ରୀ ଧମକ ଦେଉଥିବା ଅଡିଓ ଭାଇରାଲ ହୋଇଛି ।

ଏଣୁ ମୁଖ୍ୟ ଅଭିଯୁକ୍ତ ବାବୁଲା ନାୟକକୁ ଗିରଫ ସହ ମନ୍ତ୍ରୀ ପଦରୁ ଅରୁଣ ସାହୁଙ୍କୁ ବହିଷ୍କାର ପାଇଁ ନଗର ବିଜେପି ପକ୍ଷରୁ ଦାବୀ କରାଯାଇଛି । ଏହି ମାମଲାର ତଦନ୍ତ ଦାୟିତ୍ବ ସିବିଆଇକୁ ହସ୍ତାନ୍ତର ପାଇଁ ସେମାନେ ଦାବୀ କରିଛନ୍ତି । ଏହି ଅବସରରେ ବିଜେପି କର୍ମୀମାନେ ମନ୍ତ୍ରୀ ଅରୁଣ ସାହୁଙ୍କ ପୋଷ୍ଟର ପୋଡ଼ି ବିରୋଧ ପ୍ରଦର୍ଶନ କରିଥିଲେ ।

ତେବେ ସୂଚନା ଥାଉ କି ଗତ 4ମାସ ପୂର୍ବେ ନୟାଗଡର ନାବାଳିକା ପରୀକୁ ଅପହରଣ ପରେ ହତ୍ୟା କରାଯାଇଥିଲା । ଏତେ ମାସ ଧରି ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ଫଳରେ ପରୀର ପିତାମାତା ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ । ଏହି ଘଟଣାକୁ ନେଇ ରାଜନୀତି ସରଗରମ ହୋଇ ଉଠିଥିବା ବେଳେ ମୁଖ୍ୟମନ୍ତ୍ରୀ ମାମଲାର ଏସଆଇଟି ତଦନ୍ତ ପାଇଁ ଗତ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି ।

ରାୟଗଡ଼ାରୁ ରଞ୍ଜନ କୁମାର ନାଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.