ରାୟଗଡା: ରାୟଗଡାରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଘରୋଇକରଣକୁ ବିରୋଧ କରି ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଫିସର ଏବଂ କର୍ମଚାରୀଙ୍କ ଦୁଇ ଦିନିଆ ଧର୍ମଘଟ ଆଜିଠାରୁ(ଗୁରୁବାର) ଆରମ୍ଭ ହୋଇଯାଇଛି । ସରକାର ଯେଉଁଭଳି ଭାବେ ସମସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଗୁଡିକୁ ଘରୋଇକରଣ ବିଲ ଆଣିବାକୁ ଯାଉଛନ୍ତି ତାକୁ ବାତିଲ କରିବାକୁ ଏଭଳି ଦୁଇ ଦିନିଆ ଧର୍ମଘଟ ଆରମ୍ଭ ହୋଇଛି ।
ଆଜିର ଧର୍ମଘଟରେ ସମସ୍ତ ବ୍ୟାଙ୍କ କର୍ମଚାରୀ ଭାଗ ନେଇଥିବାବେଳେ ଏହି ଧର୍ମଘଟ ଆସନ୍ତାକାଲି ପର୍ଯ୍ୟନ୍ତ ଅର୍ଥାତ 16 ଏବଂ 17 ତାରିଖ ଦୁଇ ଦିନ ଚାଲିବା ନେଇ ସୂଚନା ଦେଇଛନ୍ତି ଆନ୍ଦୋଳନକାରୀ ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ