ETV Bharat / state

ଦୁର୍ନୀତି ନିବାରଣ ପାଇଁ ପଦଯାତ୍ରା - ରାୟଗଡା ଦୁର୍ନୀତି ନିବାରଣ ପଦଯାତ୍ରା

ଦୁର୍ନୀତି ନିବାରଣ ନିମନ୍ତେ ସଚେତନତା ପାଇଁ ଅକ୍ଟୋବର ୨୬ ତାରିଖରୁ ଆସନ୍ତା ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ବିଭିନ୍ନ କାର୍ଯ୍ୟକ୍ରମ । ତେଣୁ, ଜିଲ୍ଲା ପ୍ରଶାସନ, ଜିଲ୍ଲା ଦୁର୍ନୀତି ନିବାରଣ ସଂସ୍ଥା, ନେହେରୁ ଯୁବ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସ୍ଥାୟୀନ ଗଜପତି ଛକରୁ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଅଧିକ ପଢନ୍ତୁ...

ଦୁର୍ନୀତି ନିବାରଣ ପାଇଁ ପଦଯାତ୍ରା
ଦୁର୍ନୀତି ନିବାରଣ ପାଇଁ ପଦଯାତ୍ରା
author img

By

Published : Oct 29, 2021, 7:47 AM IST

ରାୟଗଡା: ଦୁର୍ନୀତି ନିବାରଣ ନିମନ୍ତେ ସଚେତନତା ପାଇଁ ଅକ୍ଟୋବର ୨୬ ତାରିଖରୁ ଆସନ୍ତା ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ବିଭିନ୍ନ କାର୍ଯ୍ୟକ୍ରମ । ଏହି ପରିପ୍ରେକ୍ଷିରେ ଗୁରୁବାର ଜିଲ୍ଲା ପ୍ରଶାସନ, ଜିଲ୍ଲା ଦୁର୍ନୀତି ନିବାରଣ ସଂସ୍ଥା, ନେହେରୁ ଯୁବ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଗଜପତି ଛକରୁ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ଶହିତ ଲକ୍ଷ୍ମଣ ନାୟକ, ଯୁବକ ସଂଘର ଯୁବକ ମାନେ ଅଂଶଗ୍ରହଣ କରିଥିଲେ।

ଦୁର୍ନୀତି ନିବାରଣ ପାଇଁ ପଦଯାତ୍ରା

ଏହି ପଦଯାତ୍ରାକୁ ରାୟଗଡ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ଓ ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ଯୋଗଦେଇ ପତକା ଦେଖାଇ ଶୁଭାରମ୍ଭ କରିଥିଲେ । ପଦଯାତ୍ରା ସ୍ଥାନୀୟ ଗଜପତି ଛକ ଠାରୁ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଆବାସିକ କାର୍ଯ୍ୟାଳୟ, କାଳିମନ୍ଦିର ରାସ୍ତା ଦେଇ ସ୍ଥାନୀୟ ସଂସ୍କୃତି ଭବନ ଠାରେ ପହଞ୍ଚିଥିଲେ।

ଏଠାରେ ଉପସ୍ଥିତ ଯୁବକ ମାନଙ୍କୁ ଉଦବୋଧନ ଦେଇ ଜିଲ୍ଲା ଦୁର୍ନୀତି ନିବାରଣ ଡି.ଏସ୍.ପି ସମାଜରେ ସବୁ ସ୍ତରରେ ଦୁର୍ନୀତିକୁ ମୂଳତ୍ପାଟନ କରିବା ନିମନ୍ତେ ଯୁବକ ମାନଙ୍କର ପ୍ରମୁଖ ଭୂମିକା ରହିଛି ଏବଂ ଆଗାମୀ ଭବିଷ୍ୟତ ଦୁର୍ନୀତି ମୁକ୍ତ ସମାଜ ଗଠନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.