ETV Bharat / state

ରବି ଧାନ ସଂଗ୍ରହ ପାଇଁ ମେ' ୧୬ରୁ ମଣ୍ଡି ଖୋଲିବ

author img

By

Published : Apr 22, 2022, 10:04 PM IST

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ରାୟଗଡାରେ ରବି ଧାନ ସଂଗ୍ରହ ନେଇ ବସିଲା ଉଚ୍ଚସ୍ତରୀୟ ବୈଠକ । ଅଧିକ ପଢନ୍ତୁ

ମେ' ୧୬ ରୁ ରବି ଧାନ କିଣା ଆରମ୍ଭ, ବୈଠକରେ ନିଷ୍ପତ୍ତି

ରାୟଗଡା: ରବି ଧାନ ସଂଗ୍ରହ ପାଇଁ ଜିଲ୍ଲାସ୍ତରୀୟ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାସ୍ତରୀୟ ଅଧିକାରୀ ଅଂଶଗ୍ରହଣ କରିଥିଲେ l ଖରିଫ ଧାନ ଲକ୍ଷ୍ୟ ହାସଲ, ରବି ଧାନର ଲକ୍ଷ୍ୟ ଧାର୍ଯ୍ୟ ଓ ଚାଷୀ ପଞ୍ଜିକରଣ ଉପରେ ଆଲୋଚନା କରିଛନ୍ତି ଜିଲ୍ଲାପାଳ ।

ଜିଲ୍ଲାରେ ଖରିଫ ଋତୁ ପାଇଁ ୧୭, ୪୭୫ ଜଣ ଚାଷୀ ପଞ୍ଜୀକରଣ କରିଥିଲେ । ସେଥିମଧ୍ୟରୁ ୧୪, ୩୧୨ ଚାଷୀଙ୍କ ଠାରୁ ୧୪ ପ୍ୟାକ୍ସ ଜରିଆରେ ୯୭, ୮୭୫.୮୩୧ ମେଟ୍ରିକ ଟନ୍ ଧାନ ଚାଷୀଙ୍କ ଠାରୁ କିଣାଯାଇଥିବା କୁହାଯାଇଛି । ଚଳିତ ରବି ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାର ଏଯାଏଁ ଜିଲ୍ଲାକୁ ଲକ୍ଷ ଧାର୍ଯ୍ୟ କରି ନାହାନ୍ତି l ଜିଲ୍ଲାରେ ରବିଋତୁ ଚାଷକୁ ଦେଖି ଜିଲ୍ଲା କୃଷି ଅଧିକାରୀ, ଆକଳନ ଅନୁଯାୟୀ ଆନୁମାନିକ ଉତ୍ପାଦନ ୯,୩୦୫ ମେଟ୍ରିକ ଟନ୍‌ ହେବ କୁହାଯାଇଛି ।

ଚଳିତ ବର୍ଷ ଜିଲ୍ଲାର ୯୪୨ ଜଣ ଚାଷୀ ରବିଧାନ ବିକ୍ରୟ ପାଇଁ ପଞ୍ଜୀକରଣ କରିଛନ୍ତି । ଜିଲ୍ଲାର ୧୧ ଟି ଧାନ ସଂଗ୍ରହ କେନ୍ଦ୍ରରୁ ପଞ୍ଜିକୃତ ଚାଷୀଙ୍କ ଠାରୁ ଧାନ କିଣାଯିବ ବୋଲି ଜଣାପଡ଼ିଛି । ପଞ୍ଜିକୃତ ଚାଷୀଙ୍କ ଚାଷକୁ ଅନୁଧ୍ୟାନ କରିବା ପାଇଁ ସରକାର ଏକ ଦଳ ଗଠନ କରିଛନ୍ତି । ଆବଶ୍ୟକ ପଡ଼ିଲେ ଉପଗ୍ରହ ମାଧ୍ୟମରେ ମଧ୍ୟ ଅନୁଧ୍ୟାନ କରିବେ ବୋଲି କୃଷି ବିଭାଗ ଅଧିକାରୀ ପ୍ରକାଶ କରିଛନ୍ତି ।

ପ୍ରକୃତ ଚାଷୀଙ୍କୁ ଟୋକନ ଦିଆଯିବ ଏବଂ ଟୋକନ ଅବଧି ୧୫ଦିନ ଯାଏଁ କାଏମ ରହିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି । ଧାନ ଅମଳ ଅନୁଯାୟୀ ଆସନ୍ତା ମେ' ମାସ ୧୬ ତାରିଖରୁ ମଣ୍ଡିଖୋଲିବା ପାଇଁ ଦିନ ଧାର୍ଯ୍ୟ ହୋଇଛି । ଜିଲ୍ଲାର ଚାଷୀମାନଙ୍କୁ ଧାନର ମାନ ଓ ସହାୟକ ମୂଲ୍ୟ ସଂକ୍ରାନ୍ତରେ ଆଗୁଆ ସଚେତନତା କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.