ETV Bharat / state

କାଶୀପୁରରେ କଲେରା ସ୍ଥିତି ଅନୁଧ୍ୟାନ କଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

author img

By

Published : Jul 21, 2022, 8:55 AM IST

ରାୟଗଡା ଜିଲ୍ଲା କାଶୀପୁରରେ କଲେରା ଆତଙ୍କ । ସ୍ଥିତି ଅନୁଧ୍ୟାନ ପାଇଁ କାଶୀପୁରରେ ପହଞ୍ଚିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଅଧିକ ପଢନ୍ତୁ

କାଶୀପୁରରେ କଲେରା ସ୍ଥିତି ଅନୁଧ୍ୟାନ କଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
କାଶୀପୁରରେ କଲେରା ସ୍ଥିତି ଅନୁଧ୍ୟାନ କଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ

ରାୟଗଡା: କାଶୀପୁରରେ ଆତଙ୍କ ଖେଳାଇଛି କଲେରା । ଏବେସୁଦ୍ଧା କଲେରାରେ ୮ ଜଣଙ୍କ ମୁଣ୍ଡ ଗଡିଥିବା ବେଳେ ଶତାଧିକ ଲୋକେ ମେଡିକାଲରେ ଚିକିତ୍ସିତ ଦେଉଛନ୍ତି । କାଶୀପୁର ବ୍ଲକର ଗୋଟିଏ ପରେ ଗୋଟିଏ ପଞ୍ଚାୟତକୁ ଏହି ଘାତକ ଭୂତାଣୁ ବ୍ୟାପିବାରେ ଲାଗିଛି । ଏହାକୁ ନେଇ ରାଜ୍ୟ ସରକାର ମଧ୍ୟ ତତ୍ପର ହୋଇଉଠିଛନ୍ତି । କାଶୀପୁର ବ୍ଲକରେ ଯେଉଁ କଲେରା ବ୍ୟାପିଛି ତାହାର ସ୍ଥିତି ଅନୁଧ୍ୟାନ ପାଇଁ ବୁଧବାର ଏହି କଲେରା ପ୍ରଭାବିତ ଅଞ୍ଚଳକୁ ଗସ୍ତ କରିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ବୁଧବାର ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ନେତୃତ୍ବରେ ଏକ ଟିମ୍ ରାୟଗଡ଼ା ଠାରେ ପହଞ୍ଚିଛନ୍ତି ।

ଏହାମଧ୍ୟ ପଢନ୍ତୁ:କାଶୀପୁରରେ କଲେରା ବ୍ୟାପିବା ଘଟଣା: ସ୍ଥିତି ଅନୁଧ୍ୟାନ କଲା କଂଗ୍ରେସର ୫ଜଣିଆ ଟିମ

ଏହି ଟିମ୍ ରାୟଗଡାରେ ପହଞ୍ଚିବା ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ହଇଜା ରୋଗ ନିୟନ୍ତ୍ରଣ ପାଇଁ କଣ ପଦକ୍ଷେପ ନିଆଯାଉଛି ତାହା ସମୀକ୍ଷା କରିଛନ୍ତି । ଦୂଷିତ ପାଣି ପିଇ ଓ ଦୂଷିତ ଖାଦ୍ୟ ଖାଇ ଲୋକେ ଝାଡାବାନ୍ତି ସହିତ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହେଉଛନ୍ତି । କେବଳ କଲେରା ଭୂତାଣୁ ନୁହେଁ, ଏହାସହ ଇ ଡଟ୍ କୋଲାଇ ଭଳି ନୂତନ ପ୍ରଜାତିର ଭୂତାଣୁ ମଧ୍ୟ ଚିହ୍ନଟ ହୋଇଥିବା ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଏହାର ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରତିକାର ବ୍ୟବସ୍ଥା ଗ୍ରହଣ ହୋଇଛି । ଜଳ ବିଶୋଧନ କାମ ଜାରି ରହିଛି । ତେବେ ଲୋକ ମଧ୍ୟ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ସେ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.