ରାୟଗଡା: ସରିଛି 5 ବର୍ଷିୟ ମଦଦୋକାନ ଆବଣ୍ଟନ କାର୍ଯ୍ୟକ୍ରମ । ଜିଲ୍ଲାରେ ରହିଛି ମୋଟ 32ଟି ବେସରକାରୀ ମଦ ଦୋକାନ । ତେବେ ପୂର୍ବରୁ ବିଭିନ୍ନ ଜାଗାରେ ଥିବା ଦୋକାନର ସ୍ଥାନ ପରିବର୍ତ୍ତନକୁ ନେଇ ଉଠିଛି ଅଭିଯୋଗ । ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ସଦର ମହକୁମାର ରେଳ ଷ୍ଟେସନ ନିକଟରେ ଦୀର୍ଘ 20 ବର୍ଷ ଧରି ଏକ ମଦ ଦୋକାନ ଚାଲି ଆସିଥିଲା ।
ମାତ୍ର ଗତ ମାସରେ ଲଟରୀ ମାଧ୍ୟମରେ ଅନ୍ୟ ଜେଣେ ସେହି ସ୍ଥାନ ପାଇଥିବା ବେଳେ ଦୋକାନକୁ ସେଠାରେ ନ କରି ଜନ ବସତି ମଧ୍ୟରେ କରିବା ନେଇ ସ୍ଥାନୀୟ ଅଞ୍ଚଳରେ ଦେଖା ଦେଇଛି ବିରୋଧ । ଏ ନେଇ ସ୍ଥାନୀୟ ମହିଳା ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହ ତୁରନ୍ତ ସ୍ଥାନ ପରିବର୍ତ୍ତନ କରିବା ପାଇଁ ଦାବି କରିଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ