ETV Bharat / state

CPI (ML) ଲିବରେସନ ପକ୍ଷରୁ ପଦ୍ମପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ - padmapur block

ସିପିଆଇ (ଏମଏଲ୍) ଲିବରେସନ ପକ୍ଷରୁ ପଦ୍ମପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ। ଅଧିକ ପଢନ୍ତୁ...

CPI (ML) ଲିବରେସନ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
CPI (ML) ଲିବରେସନ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭCPI (ML) ଲିବରେସନ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
author img

By

Published : Jun 23, 2021, 6:14 AM IST

ରାୟଗଡା: ସିପିଆଇ(ଏମଏଲ୍)ଲିବରେସନ ପକ୍ଷରୁ ପଦ୍ମପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ୩ ଦଫା ଦାବିରେ ସ୍ମାରକପତ୍ର ପ୍ରଦାନ କରାଯାଇଛି । ମୁଖ୍ୟତଃ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଜନମତ ପ୍ରଭାବିତ ହେବା ଆଶଙ୍କାରେ ମାର୍ଚ୍ଚ ୨୪ ତାରିଖ ଠାରୁ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି କରାଯାଉନଥିଲା। ଭୋଟ ହୋଇ ସାରିଲା ପରେ ମେ ୪ ତାରିଖରୁ ୬ ମାସ ମଧ୍ୟରେ ୬୦ ଥର ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି କରାଯାଇଛି ବୋଲି ଅଭିଯୋଗ କରିଛି ଦଳ ।

CPI (ML) ଲିବରେସନ ପକ୍ଷରୁ ପଦ୍ମପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

କେନ୍ଦ୍ରର ନରେନ୍ଦ୍ର ମୋଦି ନେତୃତ୍ବାଧିନ ବିଜେପି ସରକାର ପ୍ରଥମ ବର୍ଷରେ ପେଟ୍ରୋଲ ୨୪.୨୭୯ କୋଟି, ଡିଜେଲ ଉପରେ ୪୨.୮୮୧ କୋଟି ଟଙ୍କା ଆଦାୟ କରିଥିବାବେଳେ ୨୦୨୦ ଏପ୍ରିଲ ଠାରୁ ୨୦୨୧ ଜାନୁୟାରୀ ପର୍ଯ୍ୟନ୍ତ ୧୦ ମାସ ମଧ୍ୟରେ ୨ ଲକ୍ଷ ୪୯୫ କୋଟି ଟଙ୍କା ସର୍ବମୋଟ ୩୦୦ ଭାଗ ବୃଦ୍ଧି ହୋଇଛି । ଓଡିଶାର ସରକାରଙ୍କ ପେଟ୍ରୋଲ ୩୨ ଭାଗ ଓ ଡିଜେଲ ୨୮ ଭାଗ ଦେଉଛନ୍ତି। କୋରୋନାର ତାଣ୍ଡବ ଚାଲୁଥିବା ସମୟରେ କେନ୍ଦ୍ର ସରକାର ଅତ୍ୟାବଶ୍ୟକ ଜିନିଷ, ଡାଲି,ତେଲ ଭଲି ଖାଦ୍ୟ ଜିନିଷକୁ ଆକାଶଛୁଆଁ ଦର ବୃଦ୍ଧି କରିବାରେ ଲାଗିଛନ୍ତି। ତେଣୁ ଦେଶରେ ତୁରନ୍ତ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ବନ୍ଦ କରାଯିବା, ଆସନ୍ତା ୨ ମାସ ଧରି ପ୍ରତି ପରିବାରକୁ ୧୦ କେଜି ଚାଉଳ ,ଗହମ ,ତେଲ ,ଡାଲି ,ଚିନି ମାଗଣାରେ ଯୋଗାଇ ଦିଆଯିବା ସହ ଆୟକର ଦେଉନଥିବା ପରିବାରକୁ ମାସିକ ୭୫୦୦ ଟଙ୍କା ପ୍ରଦାନ କରିବା ପାଇଁ ଦାବି କରିଛି ଦଳ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.