ETV Bharat / state

ଗାନ୍ଧୀ ଜୟନ୍ତୀ: ଆରମ୍ଭ ହେଲା ‘ବାଲ୍ୟ ବିବାହକୁ ନା’ ଅଭିଯାନ - ରାୟଗଡ଼ା ଜିଲ୍ଲା ପ୍ରଶାସନ

ବାଲ୍ୟ ବିବାହ ବିରୋଧୀ ଅଭିଯାନ "ବାଲ୍ୟ ବିବାହକୁ ନା" ଆରମ୍ଭ କଲା ରାୟଗଡ଼ା ଜିଲ୍ଲା ପ୍ରଶାସନ । ଗାନ୍ଧୀ ଜୟନ୍ତୀ ଅବସରରେ ଏହି ଏଭିଯାନ ଆରମ୍ଭ କରାଯାଇଛି । ଅଧିକ ପଢ଼ନ୍ତୁ...

ଡିଜାଇନ ଫଟୋ
author img

By

Published : Oct 2, 2019, 11:35 PM IST

ରାୟଗଡା: ଜିଲ୍ଲା ପ୍ରଶାସନ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀକୁ ମହାସମାରୋହରେ ପାଳନ କରାଯାଇଛି । ସକାଳୁ ଜୟନ୍ତୀ କାର୍ଯ୍ୟକ୍ରମ ରାମଧୁନ ସହ ଆରମ୍ଭ ହୋଇଥିବା ବେଳେ ସହରରେ ଶୋଭାଯାତ୍ରା କରାଯାଇ ବାପୁଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା ।

ବାଲ୍ୟ ବିବାହ ବିରୋଧରେ ଅଭିଯାନ

ଏହି ଅବସରରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଏସପି ଡ଼ ସର୍ବଣ ବିବେକ ଏମ୍‌ଙ୍କ ନେତୃତ୍ବରେ "ବାଲ୍ୟ ବିବାହକୁ ନା" କରିବା ଓ ସମାଜରେ ସଚେତନତା ବୃଦ୍ଧି କରିବା ନେଇ ଗାନ୍ଧୀ ପାର୍କ ଠାରୁ ନୂଆ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଏକ ମାନବ ଶୃଙ୍ଖଳ ଆୟୋଜିତ ହୋଇଥିଲା । ଯେଉଁଥିରେ ଶହ ଶହ ଏସଏଚ୍‌ଜି ମହିଳା, ବରିଷ୍ଠ ଅଧିକାରୀ ଅଂଶ ଗ୍ରହଣ କରିଥିଲେ ।

ଏହା ବ୍ୟତୀତ ରାୟଗଡ଼ା ସହରର ମହର୍ଷି ବିଦ୍ୟା ମନ୍ଦିର ଠାରୁ ଡିଏଫଓ ଅଫିସ ରୋଡ଼କୁ ଗାନ୍ଧୀ ମାର୍ଗ ନାମରେ ନାମିତ କରାଯାଇଛି । ସେହିପରି ରାୟଗଡ଼ା ସଦର ବ୍ଲକ ଅନ୍ତର୍ଗତ ଗେଟିପଡ଼ାକୁ ଲୋକ କଳା ଗ୍ରାମ ଭାବେ ଘୋଷଣା କରାଯାଇଛି ।

ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ଗାନ୍ଧିଜୟନ୍ତି ଅବସରରେ ବାଲ୍ୟ ବିବାହକୁ ବିରୋଧ କରି ମାନବ ଶୃଙ୍ଖଳBody:ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ମହାତ୍ମାଗାନ୍ଧୀଙ୍କ 150ତମ ଜୟନ୍ତୀକୁ ଉତ୍ସାହ ଉଦ୍ଧିପନା ସହ ପାଳନ କରାଯାଇଛି ।ସକାଳୁ ଜୟନ୍ତୀ କାର୍ଯ୍ୟକ୍ରମ ରାମଧୁନ ସହ ଆରମ୍ଭ ହୋଇଥିବା ବେଳେ ସହରରେ ଶୋଭାଯାତ୍ରା, ବରପୁତ୍ରଙ୍କୁ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଛି ।ଏହି ଅବସରରେ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, SP Dr ସର୍ବଣ ବିବେକ M ଙ୍କ ନେତୃତ୍ୱରେ "ବାଲ୍ୟ ବିବାହକୁ ନାଁ" କରିବା ଓ ସମାଜରେ ସଚେତନତା ବୃଦ୍ଧି କରିବା ନେଇ ଗାନ୍ଧୀ ପାର୍କ ଠାରୁ ନୂଆ ବାସ ଷ୍ଟାଣ୍ଡ ପର୍ଯ୍ୟନ୍ତ ଏକ ମାନବ ଶୃଙ୍ଖଳ ଆୟୋଜିତ ହୋଇଛି । ଯେଉଁଥିରେ ଶହ ଶହ SHG ମହିଳା,ବରିଷ୍ଠ ଅଧିକାରୀ ଅଂଶ ଗ୍ରହଣ କରିଛନ୍ତି । ଏତଦ୍ ବ୍ୟତୀତ ରାୟଗଡା ସହରର ମହର୍ଷି ବିଦ୍ୟା ମନ୍ଦିର ଠାରୁ DFO ଅଫିସ ରୋଡ଼କୁ ଗାନ୍ଧିମାର୍ଗ ନାମରେ ନାମିତ କରାଯାଇଛି । ସେହିପରି ରାୟଗଡା ସଦର ବ୍ଲକ ଅନ୍ତର୍ଗତ ଗେଟିପଡାକୁ ଲୋକ କଳା ଗ୍ରାମ ଭାବେ ଘୋଷଣା କରାଯାଇଛି ।Conclusion:ଗାନ୍ଧିଜୟନ୍ତି ଅବସରରେ ବାଲ୍ୟ ବିବାହକୁ ବିରୋଧ କରି ମାନବ ଶୃଙ୍ଖଳ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.