ରାୟଗଡା: ପୌରନିର୍ବାଚନ ପୂର୍ବରୁ ନିଜ ଗଡ ସଜାଡିବାକୁ ଅଣ୍ଟା ଭିଡିଛି କଂଗ୍ରେସ । ଏନେଇ ରାୟଗଡା ସହରର ଲାଏନ୍ସ୍ କ୍ଲବ ପରିସରରେ ଜିଲ୍ଲା କଂଗ୍ରେସର ସାଙ୍ଗଠନିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।
ଏହି କାର୍ଯ୍ୟକ୍ରମରେ କଂଗ୍ରେସର ଜିଲ୍ଲା ପ୍ରଭାରୀ ସନ୍ତୋଷ ସିଂ ସାଲୁଜା ଯୋଗଦେଇ ରାୟଗଡା ଜିଲ୍ଲାରେ ଦଳକୁ ଅଧିକ ସଙ୍ଗଠିତ କରାଯାଇପାରିବ ସେନେଇ କର୍ମୀଙ୍କ ସହ ଆଲୋଚନା କରିଛନ୍ତି ।
ଆଗକୁ ପୌର ନିର୍ବାଚନ ରହିଥିବାବେଳେ ରାୟଗଡା ମ୍ୟୁନସିପାଲିଟି କିପରି କଂଗ୍ରେସର ଦଖଲରେ ରହିବ, ସେନେଇ ଗୁରୁମନ୍ତ୍ର ଦେଇଥିଲେ ପର୍ଯ୍ୟବେକ୍ଷକ ସାଲୁଜା । ଏକଦା କଂଗ୍ରେସର ଗଡ କୁହାଯାଉଥିବା ରାୟଗଡା ଜିଲ୍ଲା ବିଜେଡି ହାତକୁ ଚାଲିଯାଇଥିବାବେଳେ ପୁଣି ନିଜ ଗଡକୁ କିପରି ଫେରାଇ ଅଣାଯାଇ ପାରିବ ସେ ନେଇ ବିଚାରବିମର୍ଶ ହୋଇଥିଲା ।
ଗତକାଲି(ସୋମବାର) ଗୁଣପୁର ନିର୍ବାଚନ ମଣ୍ଡଳୀ ଅଧିନରେ ଥିବା ସମସ୍ତ ବ୍ଲକର ସଭାପତି ଚୟନ ନିମନ୍ତେ ଆଲୋଚନା ହୋଇଥିବାବେଳେ ଆଜି(ମଙ୍ଗଳବାର) ବିଷମକଟକ ଓ ରାୟଗଡା ବିଧାନସଭା ଆସନ ଅଧିନରେ ଥିବା ସମସ୍ତ ବ୍ଲକର ପ୍ରତିନିଧିଙ୍କ ସହ ସନ୍ତୋଷ ସିଂ ସାଲୁଜା ଆଲୋଚନା କରିଥିଲେ ।
ତେବେ ଆଗକୁ ଜିଲ୍ଲାରେ କଂଗ୍ରସକୁ ଅଧିକ ସୁଦୃଢ କରାଯିବ ବୋଲି ଜିଲ୍ଲା ପର୍ଯ୍ୟବେକ୍ଷକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ