ETV Bharat / state

ପୁଣି ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ, ପ୍ରଶାସନର ପାରିବା ପଣିଆକୁ ପ୍ରଶ୍ନ

ଗାଁରେ ଆମ୍ବୁଲାନ୍ସ ନପହଞ୍ଚିବାରୁ ଜଣେ ଗର୍ଭବତୀଙ୍କୁ ୭ କିଲୋମିଟର ଷ୍ଟ୍ରେଚରରେ ବୋହି ବୋହି ନାଗାବଳୀ ନଦୀ ପାର କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡାର କେରାଣ୍ଡି ଗ୍ରାମରେ । ଅଧିକ ପଢନ୍ତୁ...

author img

By

Published : Mar 21, 2021, 6:43 AM IST

୭ କିମି ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ, ପ୍ରଶାସନର ପାରିଲା ପଣିଆକୁ  ପ୍ରଶ୍ନ

ରାୟଗଡା: ଜିଲ୍ଲାରେ ପୁଣି ଜନନୀ ଯନ୍ତ୍ରଣା । ଗାଁରେ ଆମ୍ବୁଲାନ୍ସ ନପହଞ୍ଚିବାରୁ ଜଣେ ଗର୍ଭବତୀଙ୍କୁ ୭ କିଲୋମିଟର ଷ୍ଟ୍ରେଚରରେ ବୋହି ବୋହି ନାଗାବଳୀ ନଦୀ ପାର କରିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ସଦର ବ୍ଲକ ହାଟଶେଷଖାଲ ପଞ୍ଚାୟତ ଅନ୍ତର୍ଗତ କେରାଣ୍ଡି ଗ୍ରାମରେ । ଗ୍ରାମର ଆସନ୍ନ ପ୍ରସବା ଶାରଦା କଣ୍ଡାଗରୀ(21)ଆଜି ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ 102 ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ।

ତେବେ ଆମ୍ବୁଲାନ୍ସଟି ହାଟଶେଷଖାଲ ଗ୍ରାମ ପର୍ଯ୍ୟନ୍ତ ଆସି ଅଟକି ଯାଇଥିଲା । ତେବେ ନାଗାବଳୀ ନଦୀ ଆରପାରିରେ କେରାଣ୍ଡିଗୁଡାକୁ ବିକଳ୍ପ ରାସ୍ତା ନଥିବା ଯୋଗୁଁ ଆମ୍ବୁଲାନ୍ସ ଆଗକୁ ଯାଇପାରିନଥିଲା । ପରେ ପରିବାର ଓ ସଂପର୍କୟ ମାନେ ସ୍ଥାନୀୟ ଲୋକଙ୍କ ସହାୟତାରେ ନାଗାବଳୀ ନଦୀ ପାର କରି ପ୍ରାୟ ୭ କିଲୋମିଟର ଆସିବା ପରେ ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ ।

ପରେ ଆମ୍ବୁଲାନ୍ସରେ ମେଡିକାଲକୁ ନିଆଯାଇଥିଲା । ବର୍ତ୍ତମାନ ଗର୍ଭବତୀ ଜଣକ ସୁସ୍ଥ ଥିଵା ଜଣାପଡିଛି । ତେବେ ଜିଲ୍ଲାରେ ବାରମ୍ବାର ଏପରି ଜନନୀ ଯନ୍ତ୍ରଣା ନଜରକୁ ଆସୁଥିବା ବେଳେ ପ୍ରଶାସନର ପାରିବା ପଣିଆକୁ ପଦାରେ ପକାଇଛି।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.