ETV Bharat / state

ପୁଣି ଜନନୀ ଯନ୍ତ୍ରଣା: ଭାରରେ ବୁହାହେଲେ ଗର୍ଭବତୀ ମହିଳା, ଆମ୍ବୁଲାନ୍ସରେ ପୁତ୍ର ଜନ୍ମ

ଜିଲ୍ଲାରେ ପୁଣି ଭାରରେ ବୁହା ହେଲେ ଗର୍ଭବତୀ ଆଦିବାସୀ ମହିଳା । ନିର୍ବାଚନ ମାହୋଲରେ ବିକାଶର ବଡବଡ ଭାଷଣ ଶୁଣିବାକୁ ମିଳୁଥିବାବେଳେ ରାୟଗଡା ଜିଲ୍ଲାରୁ ଆସିଛି ଅଭାବନୀୟ ଖବର । ଭାରରେ ବୁହାହୋଇ ଯିବାପରେ ଡାକ୍ତର ଖାନା ପହଞ୍ଚିବା ବିଳମ୍ବ ଯୋଗୁଁ, ଶେଷରେ ଆମ୍ବୁଲାନ୍ସରେ ପ୍ରସବ କଲେ ମହିଳା । ଅଧିକ ପଢନ୍ତୁ

Pregnant woman carried in sling delivers babyboy as ambulance fails to turn up in Rayagada
ରାୟଗଡାରେ ପୁଣି ଜନନୀ ଯନ୍ତ୍ରଣା: ଭାରରେ ବୁହାହେଲେ ମହିଳା, ଆମ୍ବୁଲାନ୍ସରେ ପୁତ୍ର ଜନ୍ମ
author img

By

Published : Jan 29, 2022, 10:09 PM IST

Updated : Jan 29, 2022, 10:30 PM IST

ରାୟଗଡା: ଜିଲ୍ଲାରେ ପୁଣି ଭାରରେ ବୁହା ହେଲେ ଗର୍ଭବତୀ ଆଦିବାସୀ ମହିଳା । ନିର୍ବାଚନ ମାହୋଲରେ ବିକାଶର ବଡବଡ ଭାଷଣ ଶୁଣିବାକୁ ମିଳୁଥିବାବେଳେ ରାୟଗଡା ଜିଲ୍ଲାରୁ ଆସିଛି ଅଭାବନୀୟ ଖବର । ଭାରରେ ବୁହାହୋଇ ଯିବାପରେ ଡାକ୍ତର ଖାନା ପହଞ୍ଚିବା ବିଳମ୍ବ ଯୋଗୁଁ, ଶେଷରେ ଆମ୍ବୁଲାନ୍ସରେ ପ୍ରସବ କଲେ ମହିଳା ।

ପୁଣି ଜନନୀ ଯନ୍ତ୍ରଣା: ଭାରରେ ବୁହାହେଲେ ଗର୍ଭବତୀ ମହିଳା, ଆମ୍ବୁଲାନ୍ସରେ ପୁତ୍ର ଜନ୍ମ

ଏହାମଧ୍ୟ ପଢନ୍ତୁ: ରାୟଗଡାରେ ମାଓବାଦୀଙ୍କ ଲଙ୍କାକାଣ୍ଡ: ଜାଳିଲେ ଟ୍ରକ, ଲଗାଇଲେ ପୋଷ୍ଟର

ଜିଲ୍ଲାରେ ଜନନୀ ଯନ୍ତ୍ରଣା କାହାଣୀ ଥମୁନି ଥମିବାର ନା ନେଉନାହିଁ । ଜିଲ୍ଲାର ପ୍ରଶାସନିକ ଅଧିକାରୀ ଏବଂ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଏ ବାବଦରେ ଅବଗତ ଥାଇ ସୁଦ୍ଧା କୌଣସି ସୁଫଳ ପାଇପାରୁ ନାହାଁନ୍ତି ଗର୍ଭବତୀ ମହିଳା । ଦୁର୍ଗମ ଗାଁ କୁ ନାଁ ଅଛି ରାସ୍ତା ନା ଅଛି ସ୍ବାସ୍ଥ୍ୟ ସେବା । ଫଳରେ ନିତିଦିନ ଏଭଳି ଏକ ଅଭାବନୀୟ ଘଟଣା ଘଟୁଛି । ରାୟଗଡା ଜିଲ୍ଲା ଗୁଡାରି ବ୍ଲକର କଦମା ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୁରୁଡି ପାହାଡିଆ ଗ୍ରାମର 35 ବର୍ଷୀୟା ଗର୍ଭବତୀ ମହିଳା କୁମୁଟି ମାଝୀ ଭାଗ୍ୟକୁ ଦୋଷ ଦେବା ସାର ହୋଇଛି ।

ପୂର୍ବରୁ ଡାକ୍ତର ତାଙ୍କର ସନ୍ତାନ ଜନ୍ମ ତାରିଖ ଫେବୃଆରୀ 5 ଦେଇଥିଲେ । ତେବେ ନିର୍ଦ୍ଧାରିତ ତାରିଖ ପୂର୍ବରୁ ଗର୍ଭ ଯନ୍ତ୍ରଣା ହେବାରୁ 108 ଆମ୍ବୁଲାନ୍ସକୁ ପରିବାର ଲୋକେ ଖବର ଦେଇଥିଲେ । ଗାଁ ଠାରୁ ପ୍ରାୟ 3 କିଲୋମିଟର ଦୂରରେ ସାନ ନଦୀ ଆରପଟେ ରାସ୍ତା ନଥିବା ଯୋଗୁଁ ଅଟକି ଯାଇଥିଲା ଆମ୍ବୁଲାନ୍ସ । ଫଳରେ କିଛି ଗ୍ରାମବାସୀ ଗର୍ଭବତୀ ମହିଳାଙ୍କୁ ଭାରର ବିପଦସଂକୁଳ ଅବସ୍ଥାରେ ନଦୀପାର୍‌ କରି ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ । ମାତ୍ର ସେତେବେଳକୁ ଅନେକ ବିଳମ୍ବ ହୋଇସାରିଥିଲା । ଗର୍ଭବତୀ ମହିଳା ଜଣକ ଆମ୍ବୁଲାନ୍ସରେ ହିଁ ଏକ ସନ୍ତାନକୁ ଜନ୍ମ ଦେଇଥିଲେ । ପରେ ଉଭୟ ଶିଶୁ ପୁତ୍ର ଏବଂ ମାଆ କୁ ନିକଟସ୍ଥ ଗୁଡାରି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Last Updated : Jan 29, 2022, 10:30 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.