ETV Bharat / state

Panchayat Poll: ବୁଥ ଅଭିମୁଖେ ପୁଲିଂ କର୍ମଚାରୀ, ପ୍ରସ୍ତୁତି ଜୋରଦାର - ଗୁଣୁପୁର ଅଭିମୁଖେ ପୁଲିଂ କର୍ମଚାରୀ

ରାୟଗଡା ଜିଲ୍ଲାର ଗୁଣୁପୁର ନିର୍ବାଚନ ମଣ୍ଡଳୀର ଗୁଣୁପୁର ଓ ରାମାନଗୁଡା ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆସନ୍ତା 18 ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରାଯାଇଛି । ଅଧିକ ପଢନ୍ତୁ

Panchayat Poll: ବୁଥ ଅଭିମୁଖେ ପୁଲିଂ କର୍ମଚାରୀ, ପ୍ରସ୍ତୁତି ଜୋରଦାର

author img

By

Published : Feb 17, 2022, 8:22 PM IST

ରାୟଗଡା: ଜିଲ୍ଲାର ଗୁଣୁପୁର ନିର୍ବାଚନ ମଣ୍ଡଳୀର ଗୁଣୁପୁର ଓ ରାମାନଗୁଡା ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆସନ୍ତା 18 ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ପ୍ରସ୍ତୁତିକୁ ତ୍ୱରାନ୍ୱିତ କରାଯାଇଛି । ଆଜି ଗୁଣୁପୁର ବ୍ଳକ ପରିସରରେ ବିଡ଼ିଓ ଶାନ୍ତିପ୍ରଭା ପ୍ରଧାନଙ୍କ ତତ୍ତ୍ୱାବଧାନରେ ପୁଲିଂ ପ୍ରସ୍ତୁତି କାର୍ଯ୍ୟ ଆଗେଇ ଚାଲିଛି । କର୍ମଚାରୀମାନେ ବାଲେଟ ପେପର, ଭୋଟ୍ ବାକ୍ସ, କାଳି ପ୍ରଭୃତି ପ୍ରସ୍ତୁତ ରଖୁଥିବା ଦେଖିବାକୁ ମିଳିଛି ।

Panchayat Poll: ବୁଥ ଅଭିମୁଖେ ପୁଲିଂ କର୍ମଚାରୀ, ପ୍ରସ୍ତୁତି ଜୋରଦାର

ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରାଯାଇ ଯାଞ୍ଚ କରାଯାଇଛି ବୋଲି SDPO ଅଜୟ କୁମାର ବାରିକ ସୂଚନା ଦେଇଛନ୍ତି । ଗୁଣୁପୁର ବ୍ଲକରେ ମୋଟ 231ଟି ବୁଥ କରାଯାଇଛି । ଏଥିମଧ୍ୟରୁ 101ଟି ସମ୍ବେଦନଶୀଳ ବୁଥ ଚିହ୍ନଟ କରାଯାଇଛି । ଚଳିତ ନିର୍ବାଚନରେ ଗୁଣୁପୁର ବ୍ଲକର ଦୁଇଟି ଜିଲ୍ଲା ପରିଷଦ ଆସନ ପାଇଁ 10 ଜଣ ପ୍ରାର୍ଥୀ, 19 ଗୋଟି ପଞ୍ଚାୟତ ପାଇଁ 73 ଜଣ ସରପଞ୍ଚ ପ୍ରାର୍ଥୀ, 71 ଜଣ ସମିତି ସଭ୍ୟ ପ୍ରାର୍ଥୀ ଓ 148 ଜଣ ୱାର୍ଡ ମେମ୍ବର ପ୍ରାର୍ଥୀ ନିର୍ବାଚନ ମଇଦାନରେ ରହିଛନ୍ତି । ମୋଟ 54 ହଜାର 395 ଜଣ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.