ରାୟଗଡା : ଅବାଧ ଓ ନିରପେକ୍ଷ ପୌର ନିର୍ବାଚନ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ପୌର ନିର୍ବାଚନ ଆସନ୍ତାକାଲି (ଗୁରୁବାର) ଅନୁଷ୍ଠିତ ହେବାକୁ ଥିତବାବେଳେ ଏଥିପାଇଁ କଡାକଡି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସମ୍ବେଦନଶୀଳ ବୁଥ ଗୁଡିକରେ ଅଧିକ ପୋଲିସକର୍ମୀ ମୁତୟନ କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ଏନେଇ ଆଜି(ବୁଧବାର) ରାୟଗଡା ଥାନା ପରିସରରୁ ପୋଲିସର ଫ୍ଲାଗମାର୍ଚ୍ଚ ବାହାରି ସ୍ଥାନୀୟ ଜଗନ୍ନାଥ ମନ୍ଦିର ପରେ ଏସବିଆଇ ଛକ, ମୁଖ୍ୟ ମାର୍କେଟ ପରେ ରାଣିଗୁଡା ଅଞ୍ଚଳ ସମେତ ସମଗ୍ର ସହର ପରିକ୍ରମା କରିଥିଲେ ।ସେହି ଫ୍ଲାଗମାର୍ଚ୍ଚରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଦିବ୍ୟଜ୍ୟୋତି ଦାଶ, ଅତିରିକ୍ତ ତହସିଲଦାର ସୁନିଲ ଖରା, ଥାନା ଅଧିକାରୀ ରଶ୍ମିରଞ୍ଜନ ପ୍ରଧାନ ଓ ଏସଆଇଙ୍କ ସମେତ ୫୦ ଉର୍ଦ୍ଧ୍ଵ ସୁରକ୍ଷାକର୍ମୀ ଭାଗ ନେଇଥିଲେ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ