ETV Bharat / state

ମାଜିଷ୍ଟେଟ ଉପସ୍ଥିତିରେ ପଞ୍ଚାୟତ ସମିତିର ଭାଙ୍ଗିଲା ତାଲା, ୮ଟି ଗୁରୁତ୍ଵପୂର୍ଣ୍ଣ ଫାଇଲ ଗାଏବ ! - ଗୁଣପୁର ପଞ୍ଚୟତ ସମିତି ଅଧକ୍ଷାଙ୍କ କାର୍ଯ୍ୟକଳାପ

ଗୁଣପୁର ପଞ୍ଚାୟତ ସମିତିର କାର୍ଯ୍ୟାଳୟର ମାଜିଷ୍ଟେଟ ଉପସ୍ଥିତିରେ ପୋଲିସ ଭାଙ୍ଗିଲା ତାଲା । ୮ଟି ଗୁରୁତ୍ଵପୂର୍ଣ୍ଣ ଫାଇଲ ଗାଏବ ହୋଇଥିବା ସୂଚନା । ଅଧିକ ପଢନ୍ତୁ

ପଞ୍ଚାୟତ ସମିତିର ଭାଙ୍ଗିଲା ତାଲା
ପଞ୍ଚାୟତ ସମିତିର ଭାଙ୍ଗିଲା ତାଲା
author img

By

Published : Dec 1, 2022, 9:47 AM IST

ରାୟଗଡା: ଦିନକୁ ଦିନ ଜଟିଳତା ହେବାରେ ଲାଗିଛି ଗୁଣପୁର ପଞ୍ଚୟତ ସମିତି ଅଧକ୍ଷାଙ୍କ କାର୍ଯ୍ୟକଳାପ । ଏନେଇ ଗତ ଦିନରେ ଡମ୍ବସରାର ପୂର୍ବତନ ସରପଞ୍ଚ ମଥୁରା ଶବର ଗିରଫ ହୋଇ ଜେଲ ଯାଇଥିବା ବେଳେ ଅନ୍ୟପଟେ ଏକ ଏକମାସ ହେଲା ଅଧ୍ୟକ୍ଷାଙ୍କ ନିକଟକୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଫାଇଲ ଯାଇ ଗାଏବ ହୋଇଯାଇଥିବା ଏବେ ନଜରକୁ ଆସିଛି । ଏନେଇ ବିଡିଓ ଜିଲ୍ଲା ପ୍ରଶାସନକୁ ଅବଗତ କରିବା ପରେ ବୁଧବାର ମାଜିଷ୍ଟେଟ ଉପସ୍ଥିତିରେ ଅଧ୍ୟକ୍ଷାଙ୍କ ଅଫିସ ତାଲା ଖୋଲାଯାଇଛି । ତେବେ ଅଧକ୍ଷାଙ୍କ ଚାମ୍ବର ଖୋଲିବା ପରେ ସେଠାରେ ଥିବା ଫାଇଲ ମଧ୍ୟରୁ ୮ଟି ଫାଇଲ ଗାଏବ ହୋଇଯାଇଥିବା ଜଣାପଡିଛି । ଏବେ ଅଧ୍ୟକ୍ଷାଙ୍କ ପାଖକୁ ଯାଇଥିବା ଫାଇଲ ଗଲା କୁଆଡେ ସେନେଇ ପୋଲିସ ଓ ପ୍ରଶସାନ ତନାଘନା କରୁଛି ।

ପଞ୍ଚାୟତ ସମିତିର ଭାଙ୍ଗିଲା ତାଲା

ତେବେ ଏନେଇ ଗୁଣପୁର ବିଡିଓ ପୁଣିଥରେ ଥାନାରେ ମାମଲା ଦେବେ ବୋଲି ସୂଚନା ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟକି ବ୍ଲକର ସ୍ୱାଧୀନ ପ୍ରାର୍ଥୀଙ୍କ ପରିଷଦ ଗଠନ ପରେ ଆଦିବାସୀ, ମହିଳା ବିଡିଓଙ୍କଠୁ ବିଭିନ୍ନ ପ୍ରକାର ହଇରାଣ ହରକତ କରିବା, ସରକାରୀ କାର୍ଯ୍ୟରେ ଅଯଥା ବ୍ୟାଘାତ କରିବା ସହ ଅସଦାଚରଣ କରିବା ନେଇ ଗତ ୨୩ ତାରିଖ ଦିନ ସ୍ଥାନୀୟ ଆଦର୍ଶ ଥାନାରେ ଏକ ଏତଲା ପ୍ରଦାନ କରିଛନ୍ତି । ଏହି ଏତଲା କ୍ରମେ ୨୪ତାରଖି ମଧ୍ୟରାତ୍ରରେ ଅଧ୍ୟକ୍ଷା ଝିଲି ଶବରଙ୍କ ସମ୍ପର୍କୀୟ ଓ ସ୍ଥାନୀୟ ପୌରସଂସ୍ଥା ଉପାଧ୍ୟକ୍ଷ ସିବା ଗୌଡଙ୍କ ଖାସ୍‍ ସମର୍ଥକ ମଧୁସୂଧନ ଶବର (ମଥୁରା)କୁ ପୋଲିସ ଘରକୁ ଉଠାଇ ଆଣି ଗିରଫ କରି କୋର୍ଟଚାଲଣ କରିଛି ।

ଏହି ଘଟଣାରେ ଲିମାମୋଡାରେ ବାବୁଲା ରଥ ଓ ଗୁଣପୁର ପାଲିଆସାହିର ଚାନ୍ଦ ପାଳ ସଂପୁକ୍ତ ଥିବାବେଳେ ଗିରଫ ଭୟରେ ଫେରାର ହୋଇଯାଇଛନ୍ତି । ଅନ୍ୟପକ୍ଷରେ ପଞ୍ଚୟତ ସମିତିର ବିଭିନ୍ନ ଉନ୍ନୟନ କାମ ପାଇଁ ନିୟମ ମୁତାବକ କାଉଣ୍ଟର ସ୍ୱାକ୍ଷର ନିମନ୍ତେ ଫାଇଲଗୁଡିକ ଅଧ୍ୟକ୍ଷାଙ୍କ ପାଖକୁ ପଠାଯାଇଥିଲା । ଅଧ୍ୟକ୍ଷା ଝିଲି ଶବର ଉକ୍ତ ଫାଇଲକୁ ବ୍ଲକର ଉନ୍ନୟନ ବିଭାଗକୁ ଫେରସ୍ତ କରିନଥିବାରୁ ବିଡିଓ ଦୁଇଥର ଚିଠି ମାଧ୍ୟମରେ ଉକ୍ତ ୮ଟି ଫାଇଲ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ । ଏହି ଅନୁରୋଧ ପରେ ମଧ୍ୟ ଫାଇଲ ଅଧ୍ୟକ୍ଷା ନଦେବାରୁ ବାଧ୍ୟ ହୋଇ ଜିଲାପ୍ରଶାସନକୁ ଏନେଇ ଅବଗତ କରିଥିଲେ ଗୁଣପୁର ବିଡିଓ ।

ଜିଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଗତକାଲି ବ୍ଲକ କାର୍ଯ୍ୟାଳୟର ମାଜିଷ୍ଟେଟ ତଥା ତହସିଲଦାର ଶରତ ଚନ୍ଦ୍ର ନାୟକ ଓ ପୋଲିସ ସଦଳବଳଙ୍କ ଉପସ୍ଥତି ଅଧ୍ୟକ୍ଷା କୋଠରୀର ତାଲା ଖୋଲାଯାଇଥିବା ବେଳେ କୌଣସି ଫାଇଲ ମିଳି ନଥିବା ଜଣାପଡିଛି । ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ଫାଇଲ କୁଆଡେ ଗାଲ ସେ ନେଇ ପୋଲିସ ଓ ପ୍ରଶାସନ ଖୋଳତାଡ ଆରମ୍ଭ କରିଛି । ଉକ୍ତ ଫାଇଲରେ ଲକ୍ଷାଧିକ ଟଙ୍କାର ଉନ୍ନୟନମୂଳକ ପ୍ରକଳ୍ପର ବିଲ ସମେତ ଅନ୍ୟ ଗୁରୁତରପୂର୍ଣ୍ଣ ଫାଇଲ ଥିବା ବିଡିଓ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.