ETV Bharat / state

ଶୁଣୁନି ପ୍ରଶାସନ, ଜମିପଟ୍ଟା ପାଇଁ ପେରାଗ ଗ୍ରାମବାସୀଙ୍କ ଗୁହାରି - ରାୟଗଡ଼ା ପେରାଗ ଗ୍ରାମବାସୀ

ଆମ ଜମି ଫେରାଇ ଦିଅ । ଜମି ଫେରାଇବା ପାଇଁ ସରକାରଙ୍କ ନିକଟରେ ଗୁହାରି । ଅଧିକ ପଢ଼ନ୍ତୁ

return land patta
ଜମି ଫେରାଇ ଦିଅ
author img

By

Published : Jan 30, 2023, 11:14 AM IST

ଜମି ଫେରାଇ ଦିଅ

ରାୟଗଡ଼ା : ଜମିପଟ୍ଟା ପାଇବା ପାଇଁ ସରକାରଙ୍କୁ ଗୁହାରି । ଗୁହାରି ଜଣାଇଲେ ପେରାଗ ଗ୍ରାମବାସୀ । "ଆମ ଜମି ଆମକୁ ଫେରାଇ ଦିଅ ସରକାର" ନାରା ଦେଇଛନ୍ତି ଗ୍ରାମବାସୀ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସିରିପାଇ ପଞ୍ଚାୟତର ପେରାଗ ଗ୍ରାମରେ ଦୀର୍ଘ ବର୍ଷ ଧରି 25ରୁ ଊର୍ଦ୍ଧ୍ବ ପରିବାର ବସବାସ କରି ଆସୁଛନ୍ତି । ଏହି ଜାଗାରେ ଘରବାଡ଼ି କରି ରହିବା ସହିତ ଆଖପାଖ ଇଲାକାରେ ଜମିରେ ଚାଷ କାମ କରି ଜୀବିକା ନିର୍ବାହ କରୁଛନ୍ତି । ତେବେ ଏମାନଙ୍କର ଘର କିମ୍ବା ଜମିପଟ୍ଟା ନଥିବାରୁ ଅନେକ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । କୌଣସି ଯୋଜନା ଏମାନଙ୍କ ପାଖରେ ପହଞ୍ଚି ପାରୁନାହିଁ । ଫଳରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି ।

କାଶୀପୁର ବ୍ଲକରେ 32ଟି ଫରେଷ୍ଟ ଗ୍ରାମ ରହିଥିବା ସରକାରୀ ରେକର୍ଡରେ ଅଛି । ସେଥିମଧ୍ୟରୁ ପେରାଗ ଗ୍ରାମ ଅନ୍ୟତମ । ଉକ୍ତ ଗ୍ରାମଗୁଡିକ ଫରେଷ୍ଟ ଗ୍ରାମ ହୋଇଥିବାରୁ ଏହି ଗ୍ରାମଗୁଡିକରେ ବାସ କରୁଥିବା ଲୋକଙ୍କ ପାଖରେ ସରକାରଙ୍କର ବିକାଶମୂଳକ ଯୋଜନା ପହଞ୍ଚି ପାରୁନାହିଁ । ସେହିପରି ଚାଷଜମି ଥାଇ ମଧ୍ୟ ଜମିଜମା ରେକର୍ଡ଼ରେ ନାଁ ନଥିବାରୁ ସରକାରଙ୍କ ମଣ୍ଡିରେ ଧାନ, ମାଣ୍ଡିଆ ବିକ୍ରି କରିପାରୁ ନାହାଁନ୍ତି ।

ସେଥିପାଇଁ ଲୋକେ ବହୁ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ିଛି । ତେଣୁ ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁସାରେ ମିଳିତ ଭାବେ ଜିଲ୍ଲା ପ୍ରଶାସନ ରାୟଗଡା ଓ ନିର୍ମାଣ ଅନୁଷ୍ଠାନର ସହଯୋଗରେ ୬ଟି ଫରେଷ୍ଟ ଗ୍ରାମ ଯଥା ପେରାଗ, ଲାମ୍ବେରି, ବଲାଙ୍ଗୀର, ଇରିପିପୁଟୁ, କିଆଜଳା, ଗୁମୁରାପୁଟୁ ଆଦି ଗ୍ରାମର ଗ୍ରାମବାସୀ ରୁହନ୍ତି । ଏମାନଙ୍କର ଥିବା ସମସ୍ୟା ନେଇ ତହସିଲଦାର, କାଶୀପୁର ରାଜସ୍ୱ ନିରୀକ୍ଷକ, ଜଙ୍ଗଲ ବିଭାଗ ଏବଂ ବନବିଭାଗକୁ ନେଇ ଗଠିତ ଟିମ୍‌ ନିର୍ମାଣ ନାମକ ଏକ ସହଯୋଗ ଅନୁଷ୍ଠାନ ସହାୟତାରେ ଏହି ସବୁ ଗାଁକୁ ଯାଇ ସବିଶେଷ ରିପୋର୍ଟ ପ୍ରସ୍ତୁତ କରିଥିଲେ । ଜଙ୍ଗଲ ଅଧିକାର ଆଇନ ଅନୁସାରେ ଗ୍ରାମସ୍ତରର ସମସ୍ତ କାର୍ଯ୍ୟଗୁଡିକ ଶେଷ କରି ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦାଖଲ କରିଛନ୍ତି । ତେଣୁ ବର୍ତ୍ତମାନ ଜିଲ୍ଲା ପ୍ରଶାସନ ଏବଂ ସରକାର ଉକ୍ତ ଗ୍ରାମଗୁଡିକୁ ପଟ୍ଟା ବଣ୍ଟନର ବ୍ୟବସ୍ଥା କରାଇଲେ ସମସ୍ତ ଫରେଷ୍ଟ ଗ୍ରାମରେ ବସବାସ କରୁଥିବା ପରିବାରମାନେ ଉପକୃତହେବେ ବୋଲି ଜିଲ୍ଲାପାଳଙ୍କୁ ଗ୍ରାମବାସୀ ଗୁହାରି କରିଛନ୍ତି ।

ଏ ସମ୍ପର୍କରେ ନିର୍ମାଣ ଅନୁଷ୍ଠାନର କର୍ମକର୍ତ୍ତା ସରୋଜ କୁମାର ପରିଡ଼ା କହିଛନ୍ତି "ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁସାରେ ଏହି ଗାଁକୁ ରାଜସ୍ବ ଗାଁରେ ପରିବର୍ତ୍ତନ କରିହେବ ସେନେଇ ଚେଷ୍ଟା ଚାଲିଛି । ପ୍ରଶାସନର ଏବଂ ନିର୍ମାଣ ଅନୁଷ୍ଠାନର ସହଯୋଗରେ ଉକ୍ତ ଗାଁର କାର୍ଯ୍ୟ ବା ଫର୍ମ ଗୁଡ଼ିକ ପୂରଣ ପାଇଁ ଜିଲ୍ଲାସ୍ତରୀୟ କମିଟି ପାଖରେ ପହଞ୍ଚି ପାରିଛି । ଏଥିପାଇଁ ଗାଁର ତଦସିଲଦାର, ବନବିଭାଗ, ଆରଆଇ, ସରପଞ୍ଚ ଏବଂ ପଞ୍ଚାୟତ ଅଫିସର ସମସ୍ତଙ୍କ ପୂର୍ଣ୍ଣ ସହଯୋଗରେ କାମ ହେଇଛି । ଏବେ ଏହା ଜିଲ୍ଲାପାଳଙ୍କ ପାଖରେ ପହଞ୍ଚି ପାରିଛି ।"

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.