ETV Bharat / state

ଉତ୍କଳ ଆଲୁମିନା ଗେଟ ତାଲା ପକାଇଲେ କମ୍ପାନୀ କ୍ଷତିଗ୍ରସ୍ତ ଓ ବିସ୍ଥାପିତ ପରିବାର

ରାୟଗଡ ଜିଲ୍ଲାର କାଶୀପୁର ବ୍ଲକରେ ଥିବା ଉତ୍କଳ ଆଲୁମିନା ମୁଖ୍ୟ ଗେଟରେ ତାଲା ପକେଇ ଆନ୍ଦୋଳନ କରୁଛନ୍ତି କମ୍ପାନୀ କ୍ଷତିଗ୍ରସ୍ତ ଓ ବିସ୍ଥାପିତ ପରିବାର ଲୋକେ । ଅଧିକ ପଢନ୍ତୁ

ଉତ୍କଳ ଆଲୁମିନା ଗେଟ ତାଲା ପକାଇଲେ କମ୍ପାନୀ କ୍ଷତିଗ୍ରସ୍ତ ଓ ବିସ୍ଥାପିତ ପରିବାର
ଉତ୍କଳ ଆଲୁମିନା ଗେଟ ତାଲା ପକାଇଲେ କମ୍ପାନୀ କ୍ଷତିଗ୍ରସ୍ତ ଓ ବିସ୍ଥାପିତ ପରିବାର
author img

By

Published : Mar 9, 2022, 9:26 PM IST

ରାୟଗଡ: ଜିଲ୍ଲାର କାଶୀପୁର ବ୍ଲକରେ ଥିବା ଉତ୍କଳ ଆଲୁମିନା ମୁଖ୍ୟ ଗେଟରେ ତାଲା ପକେଇ ଆନ୍ଦୋଳନ କରୁଛନ୍ତି କମ୍ପାନୀ କ୍ଷତିଗ୍ରସ୍ତ ଓ ବିସ୍ଥାପିତ ପରିବାର ଲୋକେ । ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କାରଖାନା ଦ୍ୱାରା ଜମିହରା ହୋଇଥିବା କେନ୍ଦୁଖୁଣ୍ଟି, ରାମୀବେଡା, ଡି. କରଳ ଗ୍ରାମର ପ୍ରାୟ ହଜାରେରୁ ଊର୍ଦ୍ଧ୍ବ ଲୋକେ ଏହି ଧାରଣାରେ ସାମିଲ ହୋଇଛନ୍ତି । ଏଥିରେ ଉତ୍କଳ ଆଲୁମିନା ବିସ୍ଥାପିତ, କ୍ଷତିଗ୍ରସ୍ତ ସହ କମ୍ପାନୀରେ କାର୍ଯ୍ୟରତ ଡ୍ରାଇଭରମାନେ ମଧ୍ୟ ଏହି ଆନ୍ଦୋଳନରେ ଭାଗ ନେଇଛନ୍ତି ।

ଉତ୍କଳ ଆଲୁମିନା ଗେଟ ତାଲା ପକାଇଲେ କମ୍ପାନୀ କ୍ଷତିଗ୍ରସ୍ତ ଓ ବିସ୍ଥାପିତ ପରିବାର

ଗତ 3 ତାରିଖ ଓ 7 ତାରିଖରେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଲିଖିତ ଆକାରରେ ଜଣାଇଥିଲେ ମଧ୍ୟ କମ୍ପାନୀ କ୍ଷତିଗ୍ରସ୍ତ ଓ ବିସ୍ଥାପିତ କଥା କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ । ଏପରିକି ବିଗତ ତିନି ଚାରି ବର୍ଷ ଧରି କମ୍ପାନୀ କ୍ଷତିଗ୍ରସ୍ତ ଅଞ୍ଚଳର ଶିକ୍ଷିତ ଯୁବକ ଯୁବତୀଙ୍କୁ ଚାକିରୀ ଖଣ୍ଡିଏ ଦେବାରେ ସକ୍ଷମ ହୋଇନଥିବା ପ୍ରତିବାଦରେ କମ୍ପାନୀ ଆଗରେ ଧାରଣା ସହ ତାଲା ପକାଇ ଆନ୍ଦୋଳନ ଜାରି ରଖିଛନ୍ତି କ୍ଷତିଗ୍ରସ୍ତ ଓ ବିସ୍ଥାପିତ ପରିବାର ଲୋକେ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିବି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.