ETV Bharat / state

ନିୟମକୁ ବେଖାତିର; ରାସନ,ଭତ୍ତା ପାଇଁ ଜମୁଛି ଭିଡ

author img

By

Published : Apr 10, 2020, 3:06 PM IST

ରାୟଗଡାରେ ନିୟମ ମାନୁ ନାହାନ୍ତି ଲୋକେ । ଜିନିଷ ନେବାକୁ ଦୋକାନରେ ଶହ ଶହ ଲୋକଙ୍କ ଲମ୍ବା ଲାଇନ । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

ନିୟମକୁ ବେଖାତିର , ସରକାରୀ ଦୋକାନରେ କୁଢ଼କୁଢ଼ ଲୋକ

ରାୟଗଡା: ମହାମାରୀ କୋରୋନାର ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତ୍ୱ ଏକମାତ୍ର ବିକଳ୍ପ ହୋଇଥିବା ବେଳେ ରାୟଗଡା ସହରରେ ଏହାର ଖୋଲାଖୋଲି ଉଲ୍ଲଂଘନ ଦେଖିବାକୁ ମିଳିଛି ।

ଆଜି ତିନି ମାସର ରାସନ ସହ ଭତ୍ତା ନେବା ପାଇଁ ସହରର ମୈତ୍ରୀ ଦୋକାନ ଆଗରେ ଶହଶହ ଲୋକଙ୍କ ଭିଡ ଲାଗିଛି । କେବଳ ମୈତ୍ରୀ ଷ୍ଟୋର ନୁହେଁ ବରଂ ସହରର ୨୪ ଟି ୱାର୍ଡରେ ଥିବା ସବୁ ସରକାରୀ ସୁଲଭ ମୁଲ୍ୟ ଦୋକାନରେ ଏକା ଚିତ୍ର । କେହି ଯେପରି ଏହି ନିୟମକୁ ମାନିବାକୁ ନାରାଜ୍ । କେଉଁଠି ଲୋକେ ଠେଲାପେଲା ହୋଇ ଭତ୍ତା ଟଙ୍କା ନେଉଛନ୍ତି ତ ପୁଣି କେଉଁଠି ତିନି ମାସର ଚାଉଳ ପାଇଁ ଭିଡ଼ ଜମାଉଛନ୍ତି ।

ତେବେ ହାତ ଗଣତି କର୍ମଚାରୀମାନେ ମଧ୍ୟ କୌଣସି ପ୍ରତିବାଦ କରିବାର ସାହାସ ନାହିଁ । ସେମାନେ ମଧ୍ୟ ଅନାୟସରେ ଭତ୍ତା ସହ ଚାଉଳ ବାଣ୍ଟି ଚାଲିଛନ୍ତି । ଗହଳି ଦେଖି ପୋଲିସର ହସ୍ତକ୍ଷେପ ପରେ ମଧ୍ୟ ଅବସ୍ଥା ଯେମିତିକୁ ସେମିତି । ପରିସ୍ଥିତି ଏଭଳି ହୋଇଛି ଯେ ଭିଡ ନିୟନ୍ତ୍ରଣ କରି ନପାରି ମୈତ୍ରୀ ଦୋକାନୀ ରାସନ ଦେବା ବନ୍ଦ କରିଦେଇଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.