ETV Bharat / state

ପ୍ଲାଷ୍ଟର ଅଫ୍‌ ପ୍ୟାରିସ ଯୁଗରେ ହଜିଯାଉଛି ମାଟି ମୂର୍ତ୍ତି

author img

By

Published : Sep 2, 2019, 5:11 AM IST

Updated : Sep 2, 2019, 9:37 AM IST

ରାୟଗଡ଼ା ସହରରେ ୧୦ ବର୍ଷ ତଳେ ୮ଟି ଜାଗାରେ ଗଣେଶଙ୍କ ମାଟି ମୂର୍ତ୍ତି ନିର୍ମାଣ ହେଉଥିଲା । କିନ୍ତୁ ଧିରେ ଧିରେ ଏହା କମି ଚଳିତ ବର୍ଷ କେବଳ ଏକ ମାତ୍ର ସ୍ଥାନରେ ଏହି ମାଟି ଗଣେଶ ତିଆରି ହେଉଛନ୍ତି । ଫଳରେ ଚିନ୍ତାରେ ମାଟି ମୂର୍ତ୍ତି କାରିଗର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ରାୟଗଡା: ମାନ ହରାଉଛି ମାଟି ମୂର୍ତ୍ତି । ଚିନ୍ତାରେ ମୂର୍ତ୍ତି କାରିଗର । ଦିନକୁ ଦିନ ମାଟି ମୂର୍ତ୍ତି ତିଆରି କରିବାର କାରିଗରଙ୍କ ସଂଖ୍ୟା କମିବାରେ ଲାଗିଛି । ବିଗତ ୧୦ ବର୍ଷର ଆକଳନରୁ ଏହା ଜଣାପଡିଛି ।

ରାୟଗଡ଼ା ସହରରେ ୧୦ ବର୍ଷ ତଳେ ୮ଟି ଜାଗାରେ ଗଣେଶଙ୍କ ମାଟି ମୂର୍ତ୍ତି ନିର୍ମାଣ ହେଉଥିଲା । କିନ୍ତୁ ଧିରେ ଧିରେ ଏହା କମି ଚଳିତ ବର୍ଷ କେବଳ ଏକ ମାତ୍ର ସ୍ଥାନରେ ଏହି ମାଟି ଗଣେଶ ତିଆରି ହେଉଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ସବୁଠାରୁ ବଡ଼ ପ୍ରତିବନ୍ଧକ ସାଜିଛି ପ୍ଲାଷ୍ଟର ଅଫ୍‌ ପ୍ୟାରିସର ଗଣେଶ ମୂର୍ତ୍ତି । ସହରର ବିଭିନ୍ନ ଗଳିକନ୍ଦି ଠାରୁ ଆରମ୍ଭ କରି ଘରେ ଘରେ ଲୋକଙ୍କ ପସନ୍ଦ ହୋଇଛି ପ୍ଲାଷ୍ଟର ଅଫ୍‌ ପ୍ୟାରିସ ଗଣେଶ । କାରଣ ଏହା ମାଟି ମୂର୍ତ୍ତି ଠାରୁ ଶସ୍ତା ।ତେବେ ଏହି ମୂର୍ତ୍ତି ପରିବେଶ ପ୍ରତି କ୍ଷତିକାରକ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ଦ୍ବାରା ବେଆଇନ ଘୋଷଣା ସତ୍ତ୍ବେ ସହରର ଗଳି କନ୍ଦିରେ ମିଳୁଛି ଏଭଳି ମୂର୍ତ୍ତି ।

ଏନେଇ ଜିଲ୍ଲାପ୍ରଶାସନ, ରାଜ୍ୟସରକାର କିମ୍ବା ପୌର ପ୍ରଶାସନର ନିଘା ନାହିଁ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ପ୍ଲାଷ୍ଟିକ ପେରିସ ଯୁଗରେ ଅସ୍ତିତ୍ଵ ହରାଉଛି ମାଟି ମୂର୍ତିBody:ମାନ ହରାଉଛି ମାଟି ମୁର୍ତି । ଚିନ୍ତାରେ ମୁର୍ତିକାରିଗର । ଦିନକୁ ଦିନ ମାଟିମୁର୍ତୀ ତିଆରି କରିବାର କାରିଗରଙ୍କ ସଂଖ୍ୟା କମିବାରେ ଲାଗିଛି । ଏକଥା ଆମେ କହୁନୁ ବରଂ ବିଗତ ୧୦ ବର୍ଷର ଆକଳନ କହୁଛି । ରାୟଗଡ଼ା ସହରରେ ୧୦ ବର୍ଷ ତଳେ ୮ ଟି ଜାଗାରେ ମାଟି ମୁର୍ତି ନିର୍ମାଣ ହେଉଥିଲା କିନ୍ତୁ ଧିରେ ଧିରେ ଏହା କମି ଏ ବର୍ଷ ଗୋଟଏ ମାତ୍ର ଜାଗାରେ ଏହି ମୁର୍ତି ନିର୍ମାଣ ହେଉଛି ।
Conclusion: ସବୁଠାରୁ ବଡ଼ ପ୍ରତିବନ୍ଧକ ସାଜିଛି ପ୍ଲାଷ୍ଟିକ ଅଫ ପେରିସ ମୁର୍ତି । ସହରର ବିଭିନ୍ନ ଗଳିକନ୍ଦିଠାରୁ ଆରମ୍ଭ କରି ଘରେ ଘରେ ଲୋକଙ୍କ ପସନ୍ଦ ହୋଇଛି ପ୍ଲାଷ୍ଟିକ ଅଫ ପେରିସର ମୁର୍ତିୀ । ତେବେ ଏହି ମୁର୍ତି ପରିବେଶ ପ୍ରତି କ୍ଷତିକାରକ ଏବଂ ପ୍ରଦୁଷଣ ନିୟନ୍ତ୍ରଣ ବିଭାଗ ଦ୍ୱାରା ବେଆଇ ଘେଷଣା ସତ୍ୱେ ସହରର ଗଳି କନ୍ଦିରେ ମିଳୁଛି ଏଭଳି ମୁର୍ତି । ଏନେଇ ଜିଲ୍ଲାପ୍ରଶାସନ , ରାଜ୍ୟସରକାର କିମ୍ବା ପୈର ପ୍ରଶାସନର ନିଘା ନାହିଁ ।
Last Updated : Sep 2, 2019, 9:37 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.