ETV Bharat / state

Panchayat Vote Counting: କାଲି ଭୋଟ ଗଣତି, ସୁରକ୍ଷା ବ୍ୟବସ୍ଥା କଡାକଡି - ପଞ୍ଚାୟତ ନିର୍ବାଚନ ଭୋଟ ଗଣତି

ଚଳିତ ପଞ୍ଚାୟତ ନିର୍ବାଚନର ଫଳାଫଳ ଆସନ୍ତାକାଲି(ଶନିବାର) ପ୍ରକାଶ ପାଇବ । ଏନେଇ ରାୟଗଡା ଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢନ୍ତୁ

Panchayat Vote Counting : କାଲି ଭୋଟ ଗଣତି, ସୁରକ୍ଷା ବ୍ୟବସ୍ଥା କଡାକଡି

author img

By

Published : Feb 25, 2022, 9:17 PM IST

ରାୟଗଡା : ଚଳିତ ପଞ୍ଚାୟତ ନିର୍ବାଚନର ଫଳାଫଳ ଆସନ୍ତାକାଲି(ଶନିବାର) ପ୍ରକାଶ ପାଇବ । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ରାୟଗଡା ଜିଲ୍ଲାର ସମସ୍ତ ବ୍ଲକ କାର୍ଯ୍ୟାଳୟରେ ଥିବା ଷ୍ଟ୍ରଙ୍ଗ ରୁମରେ ଭୋଟ ବକ୍ସ ଗୁଡିକୁ ସୁରକ୍ଷିତ ଭାବେ ରଖାଯାଇଛି । ଏହାସହ ରୁମକୁ ସିଲ କରାଯଇଛି ବୋଲି ଜିଲ୍ଲାପାଳ ସରୋଜ କୁମାର ମିଶ୍ର କହିଛନ୍ତି ।

Panchayat Vote Counting : କାଲି ଭୋଟ ଗଣତି, ସୁରକ୍ଷା ବ୍ୟବସ୍ଥା କଡାକଡି

ଏହାର ସୁରକ୍ଷା ନିମନ୍ତେ ଷ୍ଟ୍ରଙ୍ଗ ରୁମ ଭିତରେ ଓ ବାହାରେ ସିସି କ୍ୟାମେରା ଲଗାଯିବା ସହିତ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସମସ୍ତ ରାଜନୈତିକ ଦଳକୁ ମଧ୍ୟ ଷ୍ଟ୍ରଙ୍ଗ ରୁମର ସୁରକ୍ଷା ବ୍ୟବସ୍ଥା ବିଷୟରେ ସୂଚନା ଦେବା ପାଇଁ ଷ୍ଟ୍ରଙ୍ଗ ରୁମ ବାହାରେ ଏଲସିଡ଼ି ଲାଗିବା । ଏହାସହ ପ୍ରାର୍ଥୀ ଏବଂ ତାଙ୍କ ପ୍ରତିନିଧିଙ୍କୁ ବ୍ଲକ କାର୍ଯ୍ୟାଳୟ ନିକଟରେ ଜଗିବା ପାଇଁ ସୁବିଧା ଦିଆଯାଇଛି ।

ଏହାବି ପଢନ୍ତୁ : Vote Counting: ଶନିବାର ପଞ୍ଚାୟତ ପରୀକ୍ଷାଫଳ, ରାୟଗଡା ପ୍ରଶାସନର ପ୍ରସ୍ତୁତି ଶେଷ

ଆସନ୍ତାକାଲି (ଶନିବାର)ଠାରୁ ଜିଲ୍ଲାର 22ଟି ଜିଲ୍ଲା ପରିଷଦ,182ଟି ପଞ୍ଚାୟତର ୱାର୍ଡ ମେମ୍ବର , ସରପଞ୍ଚ ଏବଂ ସମିତି ସଭ୍ୟ ପାର୍ଥୀଙ୍କ ନିର୍ବାଚନର ଫଳାଫଳ ଗଣନା ପରେ ଘୋଷାଣ କରାଯିବ । ପ୍ରଥମ ଦିନ ଜିଲ୍ଲା ପରିଷଦ କ ଜୋନ , ଦ୍ବିତୀୟ ଦିନ ଖ ଜୋନ ଏବଂ ତୃତୀୟ ଦିନ ଗ ଜୋନର ଭୋଟ ଗଣତି ହେବ । ଏହି କ୍ରମରେ ପ୍ରଥମେ ୱାର୍ଡ ମେମ୍ବର , ପରେ ସରପଞ୍ଚ , ସମିତିସଭ୍ୟ ଏବଂ ଶେଷରେ ଜିଲ୍ଲାପରିଷଦ ଆସନ ପାଇଁ ଭୋଟ ଗଣତି ହେବ । ୱାର୍ଡ ମେମ୍ବର ଏବଂ ସରପଞ୍ଚ ଘୋଷଣା ବ୍ଲକ ସ୍ତରରେ ହେବାକୁ ଥିବା ବେଳେ ସମିତି ସଭ୍ୟଙ୍କ ଘୋଷଣା ଜିଲ୍ଲା ସ୍ତରରେ ଜିଲ୍ଲାପାଳ କରିବେ । ଜିଲ୍ଲା ପରିଷଦର ଫଳାଫଳ ରାଜ୍ୟ ନିର୍ବାଚନ କମିଶନର କରିବେ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ସରୋଜ କୁମାର ମିଶ୍ର ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.