ETV Bharat / state

ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି, ସଂରକ୍ଷଣ ନେଇ ଉଠିଲା ବିବାଦ - ସଂରକ୍ଷଣକୁ ନେଇ ଉଠିଲା ବିବାଦ

ରାୟଗଡାରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ପରେ ସଂରକ୍ଷଣକୁ ନେଇ ଉଠିଲା ବିବାଦ । ଅଧିକ ପଢନ୍ତୁ...

panchayat election reservation
ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ପରେ ସଂରକ୍ଷଣକୁ ନେଇ ଉଠିଲା ବିବାଦା
author img

By

Published : Oct 22, 2021, 10:33 PM IST

ରାୟଗଡା: ଆଗକୁ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବାକୁ ଥିବାବେଳେ ଏନେଇ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ୱାର୍ଡ ଠାରୁ ଆରମ୍ଭ କରି ଜିଲ୍ଲାପରିଷଦ ଅଧ୍ୟକ୍ଷ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଆସନ ପାଇଁ ସଂରକ୍ଷଣ ଚିଠା ପ୍ରକାଶ ପାଇଛି ।

ସଂରକ୍ଷଣକୁ ନେଇ ଉଠିଲା ବିବାଦ

ତେବେ ୧୯୯୭ ମସିହାରେ ପ୍ରଥମେ ହୋଇଥିବା ଜିଲ୍ଲାପରିଷଦ ନିର୍ବାଚନରେ ରାୟଗଡା ଜିଲ୍ଲାର ତିନୋଟି ସମିତି ସଭ୍ୟ ଆସନ ଅନୁସୂଚିତ ଜାତି ପାଇଁ ସଂରକ୍ଷଣ କରାଯାଇଥିଲା । ବର୍ତ୍ତମାନ ଏହି ତିନୋଟି ଆସନ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷଣ କରାଯାଇଛି ।

ଏହି ଆସନକୁ ନେଇ ପ୍ରତି ନିର୍ବାଚନରେ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ କରିଛି ଜିଲ୍ଲା ହରିଜନ ସମାଜ । ଏ ଥର ଯଦି ଏହାର ପୁନଃବିଚାର ନକରନ୍ତି ତେବେ ଆଗାମୀ ଦିନରେ ଉଚ୍ଚ ନ୍ୟାୟାଳୟର ଦ୍ଵାରସ୍ଥ ହେବାକୁ ଧମକ ଦେଇଛି ଜିଲ୍ଲା ହରିଜନ ସମାଜ ।

ରାୟଗଡାରୁ ରଞ୍ଜନକୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.