ETV Bharat / state

ଦେଶ ବିଦେଶରେ ଚମକିବ ବାଉଁଶ ତିଆରି ଗହଣା

ବାଉଁଶରୁ ତିଆରି ହେଉଛି ଭଳିକି ଭଳିକି ଗହଣା । ଏହାକୁ କରି ଦେଖାଇଛନ୍ତି ରାୟଗଡ ଜିଲ୍ଲା କୋଲନରା ବ୍ଲକ ବଡ଼ ଚାନ୍ଦିଲି ଗାଁର ଝିଅମାନେ । ଗହଣା ପ୍ରତି ଝିଅମାନଙ୍କର ଦୁର୍ବଳତା ରହିଥାଏ । ଏହାକୁ ନଜରରେ ରଖି ବାଉଁଶରୁ ଗହଣା ତିଆରି କରି କିଛି ନୂଆ କରିଛନ୍ତି ଚାନ୍ଦିଲି ଗାଁର ଝିଅମାନେ । ଏଥିସେ ସେମାନଙ୍କୁ ସାହାର୍ଯ୍ୟ କରିଛି ସ୍ପର୍ଶ ସଂଗଠନ । ଅଧିକ ପଢନ୍ତୁ...

author img

By

Published : Jul 8, 2021, 9:05 PM IST

ଦେଶ ବିଦେଶରେ ଚମକିବ ବାଉଁଶ ତିଆରି ଗହଣା
ଦେଶ ବିଦେଶରେ ଚମକିବ ବାଉଁଶ ତିଆରି ଗହଣା

ରାୟଗଡା: ପ୍ରକୃତିକୁ ନେଇ ଜୀବନ । ମଣିଷକୁ ବଞ୍ଚିବା ପାଇଁ ପ୍ରକୃତି ତାର ସବୁ ଉପାଦାନକୁ ମଣିଷ ପାଇଁ ସମର୍ପଣ କରିଦେଇଛି । ବୈଜ୍ଞାନିକ ଯୁଗରେ ମଣିଷ ସେଗୁଡିକୁ ଭୁଲି ଧାତୁରେ ତିଆରି ସାମଗ୍ରୀ ପଛରେ ପଡିଯାଇଛି । ଫଳରେ ପ୍ରକୃତି ପ୍ରଦତ୍ତ ସାମଗ୍ରୀ ଲୋକଙ୍କ ମଧ୍ୟରେ ଧାତୁ ସାମଗ୍ରୀ ଚାହିଦା ବଢିବାକୁ ଲାଗିଛି । ଯାହାକି ଅନେକ ସମୟରେ ସେଗୁଡିକୁ ଵ୍ୟଵହାର କରିବା ଦ୍ବାରା ପାର୍ଶ୍ଵ ପ୍ରତିକ୍ରିୟା ସାଙ୍ଗକୁ ଭୟଙ୍କର ରୋଗରେ ଲୋକେ ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ସେମିତି କିଛି ପ୍ରକୃତି ପ୍ରଦତ୍ତ ବାଉଁଶରୁ କିଛି ତିଆରି କରି କିଛି ନୂଆ କରି ଦେଖାଇଛନ୍ତି ରାୟଗଡା ଜିଲ୍ଲା କୋଲନରା ବ୍ଲକ ବଡ଼ ଚାନ୍ଦିଲି ଗାଁର ଝିଅମାନେ । ଗହଣା ପ୍ରତି ଝିଅମାନଙ୍କର ଦୁର୍ବଳତା ରହିଥାଏ । ଏହାକୁ ନଜରରେ ରଖି ବାଉଁଶରୁ ଗହଣା ତିଆରି କରି କିଛି ନୂଆ କରିଛନ୍ତି ଚାନ୍ଦିଲି ଗାଁର ଝିଅମାନେ । ଏଥିରେ ସେମାନଙ୍କୁ ସାହାର୍ଯ୍ୟ କରିଛି ସ୍ପର୍ଶ ସଂଗଠନ ।

ଦେଶ ବିଦେଶରେ ଚମକିବ ବାଉଁଶ ତିଆରି ଗହଣା

ଏ ନେଇ ପ୍ରଥମେ ତାଲିମ ନିଅନ୍ତି ମା' ସନ୍ତୋଷୀ ସ୍ବୟଂସହାୟକ ଗୋଷ୍ଠୀର ଝିଅମାନେ । ଏହା ପରେ ଆଉ ପଛକୁ ଫେରିନାହାନ୍ତି । ବାଉଁଶ ଆଣି ତାକୁ ପ୍ରଥମେ ବିଶୁ୍ଦ୍ଧ କରି ଭଳିକି ଭଳି ଗହଣାର ରୂପ ଦିଅନ୍ତି ଏମାନେ । ଉନ୍ନତମାନ କୌଶଳ ସାଙ୍ଗକୁ ବର୍ତ୍ତମାନ ପରିସ୍ଥିତିରେ ଯୁବପିଢିର ଆବଶ୍ୟକତାକୁ ପୂରଣ କରିପାରିବା ଭଳି ତାଲିମଦାତାଙ୍କୁ ଆଣି ବାଉଁଶରେ ଅଳଙ୍କାର ନିର୍ମାଣ ସହ ଅନ୍ୟ ସାମଗ୍ରୀ ତିଆରି କରିବାର ତାଲିମ ପ୍ରଦାନ କରାଯାଇଛି । ବାଉଁଶରୁ ତିଆରି ଅଳଙ୍କାର ସାଙ୍ଗକୁ ଝିଅମାନଙ୍କ ହେଡ଼ କ୍ଲିପ, ଚୁଡ଼ି ସାଙ୍ଗକୁ ଭଳିକି ଭଳି ପ୍ରସାଧନ ସାମଗ୍ରୀ ନିର୍ମାଣ କରି ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ସାଜିଛନ୍ତି ଏହି ଯୁବତୀମାନେ ।

ଖାଲି ସେତିକି ନୁହେଁ, ପର୍ବ ପର୍ବାଣୀ ଋତୁ ଅନୁଯାୟୀ ଏମାନେ ଜିନିଷ ତିଆରି କରିନ୍ତି । ରାକ୍ଷୀ ପୂର୍ଣ୍ଣିମାରେ ବାଉଁଶକୁ ରାକ୍ଷୀ ମଧ୍ୟ ଏମାନେ ତିଆରି କରନ୍ତି । ଏମାନଙ୍କ ହାତରୁ ତିଆରି ବାଉଁଶ ଜିନିଷ ଦାମ ଉପଯୁକ୍ତ ରହିଛି । କମ ଖର୍ଚ୍ଚରେ ବେଶ ମନମୁଗ୍ଧ ଏବଂ ଆକର୍ଷଣୀୟ ଜିନିଷ ତିଆରି କରି ଗ୍ରାହକଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାରେ ସଫଳ ହୋଇ ପାରିଛନ୍ତି । ଏମାନଙ୍କର ଏହି କାରିଗରୀକୁ ଆଉ ଟିକେ ପ୍ରୋତ୍ସାହନର ଆବଶ୍ୟକତା ରହିଛି । ଖୁବଶୀଘ୍ର ଏମାନଙ୍କ ଜିନିଷର ବଜାରୀକରଣ ପାଇଁ ପ୍ରୟାସ ଆରମ୍ଭ ହୋଇଛି ।

ତେବେ ସବୁଠାରୁ ବଡ କଥା ବାଳିକାମାନଙ୍କର ଏହି ନିର୍ମାଣ ସାମଗ୍ରୀର ବଜାର ବ୍ୟବସ୍ଥା ହେଲେ ନିଶ୍ଚିତ ଭାବେ ଆଦିବାସୀ ଅଞ୍ଚଳରେ ଯୁବତୀମାନେ ସ୍ବାବଲମ୍ବୀ ହୋଇପାରିବେ ଏଥିରେ ସନ୍ଦେହ ନାହିଁ ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.