ETV Bharat / state

ରାୟଗଡାରେ ଆରମ୍ଭ ହେବ ଅପରେସନ ‘ଗ୍ରୀନ ଡାଇମଣ୍ଡ’

author img

By

Published : Nov 19, 2019, 10:49 PM IST

ଗଞ୍ଜେଇ ମାଫିଆଙ୍କ କବଳରେ ରାୟଗଡା । ଏନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ଆସନ୍ତା 20 ତାରିଖ, ବୁଧବାର ଠାରୁ ଆରମ୍ଭ ହେବାକୁ ଯାଉଛି ଅପରେସନ ‘ଗ୍ରୀନ ଡାଇମଣ୍ଡ’ ।

ରାୟଗଡାରେ ଆରମ୍ଭ ହେବ ଅପରେସନ ‘ଗ୍ରୀନ ଡାଇମଣ୍ଡ’

ରାୟଗଡା: ଗଞ୍ଜେଇ ମାଫିଆଙ୍କ କବଳରେ ରାୟଗଡା । ଜିଲ୍ଲାର ମାଓ ପ୍ରବଣ ଦୁର୍ଗମ ଅଞ୍ଚଳରେ ଚଳିତବର୍ଷ 250 ହେକ୍ଟର ଜମିରେ ଗଞ୍ଜେଇ ଚାଷ କରାଯାଇଥିବା ଆକଳନ କରିଛି ପୋଲିସ, ଅବକାରୀ, କୃଷି ଓ ବନ ବିଭାଗ । ଏନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରି ଆସନ୍ତା 20 ତାରିଖ ବୁଧବାର ଠାରୁ ଆରମ୍ଭ ହେବାକୁ ଯାଉଛି ଅପରେସନ ‘ଗ୍ରୀନ ଡାଇମଣ୍ଡ’ ।

ଏହି ଅପରେସନ ଆଉ କିଛି ନୁହେଁ ବରଂ ଗଞ୍ଜେଇ ଗଛ କଟା ଅଭିଯାନ ବୋଲି ସୂଚନା ଦେଇଛନ୍ତି ରାୟଗଡା ଏସପି ଡ଼ଃ ଶ୍ରବଣ ବିବେକ ଏମ୍‌ । ଏଥିପାଇଁ ପୋଲିସ, ଅବକାରୀ କୃଷି, ରାଜସ୍ବ ଏବଂ ବନ ବିଭାଗର ମିଳିତ ବୈଠକରେ ଯୋଜନା ଚୂଡାନ୍ତ ହୋଇଥିବା ଏସପି କହିଛନ୍ତି । ତେବେ ଏହି ଅଞ୍ଚଳ ମାଓ ପ୍ରବଣ ହୋଇଥିବାରୁ କଡା ସୁରକ୍ଷା ଏବଂ ସତର୍କତା ମଧ୍ୟରେ ଗଞ୍ଜେଇ ଗଛ କଟା ଅଭିଯାନକୁ ସଫଳତାର ରୂପ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।

ମାଓବାଦୀଙ୍କ ଗଡ କୁହାଯାଉଥିବା ଚନ୍ଦ୍ରପୁର, ପୁଟାସିଂ, ପଦ୍ମପୁର, ଗୁଡାରୀ ଓ କେନ୍ଦୁଗୁଡା ଅଞ୍ଚଳର 500 ଏକରରେ ହୋଇଛି ଗଞ୍ଜେଇ ଚାଷ । ସ୍ଥାନୀୟ ଆଦିବାସୀଙ୍କୁ ହାତ କରି ଗଞ୍ଜେଇ ମାଫିଆଙ୍କ ସମେତ ମାଓ ଛାମୁଆ ସଂଗଠନ ପ୍ରତ୍ୟେକ୍ଷ ତତ୍ବାବଧାନରେ ଏହି ଚାଷ ଚାଲିଥିବା ଜଣାପଡିଛି ।

ଗଞ୍ଜେଇ ଚାଷ ଉପରେ ନଜର ରଖିବାକୁ ଯାଇ ମୁଖ୍ୟ ଶାସନ ସଚିବ, ରାଜ୍ୟ ପୋଲିସ ମହା ନିର୍ଦ୍ଦେଶକ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି କରିଥିଲେ । ଏହାପରେ ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ କରାଯାଇ ଅପରେସନ ‘ଗ୍ରୀନ ଡାଇମଣ୍ଡ’ର ରୂପରେଖ ଚୂଡାନ୍ତ ହେଇଥିବା କହିଛନ୍ତି ଏସପି ଡ଼ଃ ଶ୍ରବଣ ବିବେକ ଏମ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ନଭେମ୍ବର ୨୦ ରୁ ରାୟଗଡ଼ା ଜିଲ୍ଲାରେ ଆରମ୍ଭ ହେବ ଅପରେସନ ଗ୍ରିନ ଡ଼ାଇମଣ୍ଡ Body:ଗଞ୍ଜେଇ ମାଫିଆଙ୍କ କବଳରେ ରାୟଗଡ଼ା ଜିଲ୍ଲା । ଜିଲ୍ଲାର ମାଓ ପ୍ରବଣ ଦୁର୍ଗମ ଅଚଂଳରେ ଚଳିତ ବର୍ଷ ୨୫୦ ହେକ୍ଟର ଜମିରେ ଗଞ୍ଜେଇ ଚାଷ ହୋଇଛି । ଏହାର ଆକଳନ କରିଛି ପୁଲିସ ଅବକାରୀ , କୃଷି ଏବଂ ବନ ବିଭାଗର । ଏନେଇ ବ୍ଲୁପ୍ରିଣ୍ଟ କରିି ଆସନ୍ତା ନଭେମ୍ବର ୨୦ ତାରିଖରୁ ଆରମ୍ଭ ହେବ ଅପରେସନ ଗ୍ରିନ ଡ଼ାଇମଣ୍ଡ ବା ଗଞ୍ଜେଇ ଗଛ କଟା ଅଭିଯାନ ବୋଲି ସୁଚନା ଦେଇଛନ୍ତି ରାୟଗଡ଼ା ଏସପି ଶର୍ବଣ ବିବେକ ଏମ । ଏଥି ପାଇଁ ପୁଲିସ ଅବକାରୀ କୃଷି , ରାଜସ୍ୱ ଏବଂ ବନ ବିଭାଗର ମିଳିତ ବୈଠକରେ ଯୋଜନା ଚୁଡ଼ାନ୍ତ ହୋଇଥିବା ଏସପି କହିଛନ୍ତି । ତେବେ ଏହି ଅଚଂଳ ମାଓ ପ୍ରବଣ ହୋଇଥିବାରୁ କଡ଼ା ସୁରକ୍ଷା ଏବଂ ସତର୍କତା ମଧ୍ୟରେ ଗଞ୍ଜେଇ ଗଛ କଟା ଅଭିଯାନକୁ କରିବାକୁ ବୈଠକରେ ନିଷ୍ପତି ହୋଇଛି । ମାଓବାଦିଙ୍କ ଗଡ଼ କୁହାଯାଉଥିବା ଚନ୍ଦ୍ରପୁର , ପୁଟାସିଂ, ପଦ୍ମପୁର , ଗୁଡ଼ାରୀ ଓ କେନ୍ଦୁଗୁଡ଼ା ଅଚଂଳର ୫୦୦ ଶହ ଏକରରେ ହୋଇଛି ଗଞ୍ଜେଇ ଚାଷ । ସ୍ଥାନିୟ ଆଦିବାସୀଙ୍କୁ ହାତକରି ଗଞ୍ଜେଇ ମାଫିଆଙ୍କ ସମେତ ମାଓଛାମୁଆ ସଂଗଠନ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ଚାଷ ଚାଲିଥିବା ଜଣାପଡ଼ିଛି । ଗଞ୍ଜେଇ ଚାଷ ଉପରେ ନଜର ରଖିବାକୁ ମୁଖ୍ୟ ଶାସନ ସଚିବ , ରାଜ୍ୟ ପୁଲିସ ମହାନିର୍ଦ୍ଧେଶକ ଜିଲ୍ଲାପାଳ ଓ ଏସପିଙ୍କୁ ଚିଠି କରିବା ପରେ ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ବସି ଅପରେସନ ଗ୍ରିନ ଡ଼ାଇମଣ୍ଡର ରୁପରେଖ ଚୁଡ଼ାନ୍ତ ହେଇଥିବା କହିଛନ୍ତି ରାୟଗଡ଼ା ଏସପି ଶର୍ବଣ ବିବେକ ।
Conclusion:ନଭେମ୍ବର ୨୦ ରୁ ରାୟଗଡ଼ା ଜିଲ୍ଲାରେ ଆରମ୍ଭ ହେବ ଅପରେସନ ଗ୍ରିନ ଡ଼ାଇମଣ୍ଡ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.