ETV Bharat / state

ରାୟଗଡାରୁ ଗିରଫ ହେଲା କନ୍ୟାଶ୍ରମ ମୁଖ୍ୟଙ୍କୁ ଧମକ ଦେଇଥିବା ଅଭିଯୁକ୍ତ - କନ୍ଧମାଳ କନ୍ୟା ଆଶ୍ରମ ମୁଖ୍ୟଙ୍କୁ ହତ୍ୟା ଧମକ

ରାୟଗଡାରୁ ଗିରଫ ହେଲା କନ୍ୟା ଆଶ୍ରମ ମୁଖ୍ୟଙ୍କୁ ଧମକ ଦେଇଥିବା ଅଭିଯୋଗ

author img

By

Published : Feb 21, 2021, 5:49 PM IST

Updated : Feb 21, 2021, 10:12 PM IST

17:39 February 21

କନ୍ଧମାଳ କନ୍ୟା ଆଶ୍ରମ ମୁଖ୍ୟଙ୍କୁ ହତ୍ୟା ଧମକ: ଅଭିଯୁକ୍ତ ଗିରଫ

ରାୟଗଡା/ଫୁଲବାଣୀ: କନ୍ଧମାଳ ତୁମୁଡି ବନ୍ଧ ଜଲେଶପଟ୍ଟା କନ୍ୟା ଆଶ୍ରମ ମୁଖ୍ୟଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ ଗିରଫ ହେଲା ଅଭିଯୁକ୍ତ । ସୁନ୍ଦରଗଡର ମହାଦେବ ମହାରାଜ ନାମକ ଜଣେ ବ୍ୟକ୍ତିକୁ ରାୟଗଡାରୁ ଗିରଫ କଲା ବାଲିଗୁଡା ପୋଲିସ ।

ସୂଚନା ଅନୁଯାୟୀ ଗିରଫ ମହାଦେବ ଗତ 2 ମାସ ତଳେ ବିଷମକଟକ ଥାନା ଅନ୍ତର୍ଗତ ବାରିଗୁଡା ଗାଁକୁ ଆସି ଯୋଗଶିକ୍ଷା ଦେଉଥିଲେ । ସେହି ଗ୍ରାମର ଲକ୍ଷ୍ମୀ ନାରାୟଣ କଣ୍ଡାଗରିଙ୍କ ଆଧାର କାର୍ଡର ସାହାର୍ଯ୍ୟ ନେଇ ଏକ ସିମ୍ କାର୍ଡ କିଣିଥିଲା । ଉକ୍ତ ସିମ୍ କାର୍ଡ ବ୍ୟବହାର କରି ମହାଦେବ ବାବାଙ୍କୁ ଧମକ ଦେଇଥିବା ବିଶେଷ ସୂତ୍ରରୁ ଜଣାପଡିଛି  । ଅନ୍ୟପଟେ ପୋଲିସ ଏହି ମାମଲାରେ ମହାଦେବକୁ ଗିରଫ କରି ଥିବାବେଳେ ଲକ୍ଷ୍ମୀଙ୍କୁ ଅଟକ ରଖି ପଚରା ଉଚରା କରୁଛି  । ଏନେଇ ଏସପି ସାମ୍ବାଦିକ ସମ୍ମିଳନୀରେ ଏସପି ସୂଚନା ଦେଇଛନ୍ତି ।
 
ଏସପିଙ୍କ ସୂଚନା ଅନୁସାରେ ୨୦୧୯ ମସିହାରେ ଚକାପାଦ ଆଶ୍ରମରେ କାମ କରୁଥିଲା ମହାଦେବ ମହାରାଜ । ସେଠାରେ ମୁକ୍ତାନନ୍ଦ ପୁରୀଙ୍କ ସହ ତାଙ୍କର କୌଣଶି କାରଣରୁ ମନାନ୍ତର ହୋଇଥିଲା । ଏହିକାରଣରୁ ଆଶ୍ରମ ମୁଖ୍ୟଙ୍କୁ ହତ୍ୟା ଧମକ ଦେଇଥିଲା ଅଭିଯୁକ୍ତ ମହାଦେବ ମହାରାଜ । ସେପଟେ ବିଜେପି ରାଜ୍ୟ ସଭାନେତ୍ରୀଙ୍କ ସମେତ ଏକ ସ୍ବତନ୍ତ୍ର ଟିମ୍ ଜଲେଶପଟ୍ଟା ଆଶ୍ରମରେ ପହଞ୍ଚି ଆଶ୍ରମ ମୁଖ୍ୟଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝିବା ସହ ସ୍ବାମୀଜୀ ଓ ଆଶ୍ରମର ସ୍ଥାୟୀ ସୁରକ୍ଷାକୁ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାର ଉପଯୁକ୍ତ ତଦନ୍ତ କରିବା ପାଇଁ ମଧ୍ୟ ପ୍ରଶାସନକୁ ନିବେଦନ କରିଛନ୍ତି ।

ରାୟଗଡାରୁ ରଞ୍ଜନ ରଥ/କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Last Updated : Feb 21, 2021, 10:12 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.