ETV Bharat / state

ହାତୀ ଆକ୍ରମଣରେ ବୃଦ୍ଧ ମୃତ

କଲ୍ୟାଣସିଂହପୁର ବ୍ଲକରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ । ନିୟମଗିରି ପାହାଡ଼ ଅଞ୍ଚଳ ମାୟାବାଳି ଗାଁର କାଡ୍ରକା ମୁସୁରୁଙ୍କୁ ହାତୀ କଚାଡି ମାରିଦେଇଛି ।

author img

By

Published : May 4, 2019, 8:41 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା ରାୟଗଡା

ରାୟଗଡ଼ା: କଲ୍ୟାଣସିଂହପୁର ବ୍ଲକରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ନିୟମଗିରି ପାହାଡ଼ ଅଞ୍ଚଳ ମାୟାବାଳି ଗାଁର କାଡ୍ରକା ମୁସୁରୁଙ୍କୁ ହାତୀ କଚାଡି ମାରିଦେଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ରାୟଗଡା

ମୁସୁରୁ ଗତ ଦୁଇ ତାରିଖ ଗୁରୁବାର ଦିନ ସପୁରୀ ବଡକୁ ଯାଇଥିବା ବେଳେ ସେଠାରୁ ଫେରି ନଥିଲେ । ପରିବାର ଲୋକେ ଖୋଜାଖୋଜି କରୁଥିବା ବେଳେ, ଶନିବାର ସେ ଅଞ୍ଚଳରେ ଦୁର୍ଗନ୍ଧ ହେବାରୁ ମୃତ ଶରୀର ଦେଖିଥିଲେ ପରିବାର ଲୋକେ । ତେବେ ହାତି ଆକ୍ରମଣରେ ମୁସୁରୁଙ୍କ ମୃତ୍ୟୁ ଘଟିଥିବା ଅଭୀ ଭତ୍ରା କହିଛନ୍ତି ।

ବହୁ ଦିନରୁ ନିୟମଗିରି ପାହାଡ଼ ଅଞ୍ଚଳରେ ହାତୀଙ୍କର ପ୍ରାଦୁର୍ଭାବ ରହିଛି । ଘଟଣାସ୍ଥଳର ପାରିପାର୍ଶ୍ବିକ ଅବସ୍ଥାରୁ ହାତୀ ଆକ୍ରମଣ କରିଥିବା ସ୍ପଷ୍ଟ ଜଣା ପଢିଛି । ଘଟଣାର ଖବର ପାଇ ବନ ବିଭାଗ ମୃତ ଶରୀରକୁ ଜବତ କରିବା ସହିତ ତଦନ୍ତ କରୁଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.