ETV Bharat / state

ଦୁଇ ଋଷିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା, ତଦନ୍ତ କରିପାରେ କ୍ରାଇମବ୍ରାଞ୍ଚ: ପୋଲିସ ଡିଜି

author img

By

Published : Dec 27, 2022, 3:50 PM IST

Updated : Dec 27, 2022, 5:32 PM IST

ଦୁଇ ଋଷୀୟ ପର୍ଯ୍ୟଟକଙ୍କ ରାୟଗଡ଼ାରେ ମୃତ୍ୟୁ ଘଟଣାର ତଦନ୍ତ ପ୍ରକ୍ରିୟାରେ ଜିଲ୍ଲା ପୋଲିସକୁ ସହଯୋଗ କରିବ କ୍ରାଇମବ୍ରାଞ୍ଚ । ଆବଶ୍ୟକ ହେଲେ ଏହି ମାମଲାର ତଦନ୍ତ ଭାର ସମ୍ପୂର୍ଣ୍ଣ ଭାବେ କ୍ରାଇମବ୍ରାଞ୍ଚକୁ ଦିଆଯିବ ବୋଲି କହିଛନ୍ତି ଓଡ଼ିଶା ପୋଲିସ ଡିଜି ସୁନାଲ ବଂଶଲ । ଅଧିକ ପଢ଼ନ୍ତୁ

ଋଷିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରେ ପ୍ରତିକ୍ରିୟା ରଖିଲେ ପୋଲିସ ଡିଜି

ରାୟଗଡ଼ାରେ ଦୁଇ ଋଷିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା

ଭୁବନେଶ୍ବର/ରାୟଗଡ଼ା: ରାୟଗଡ଼ାରେ ଦୁଇ ଋଷିଆ ପର୍ଯ୍ୟଟକଙ୍କ ମୃତ୍ୟୁ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାର ତଦନ୍ତ ଜାରି ରଖିଛି ରାଜ୍ୟ ପୋଲିସ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ । ତଦନ୍ତରେ କ୍ରାଇମବ୍ରାଞ୍ଚ ଜିଲ୍ଲା ପୋଲିସକୁ ସହାୟତା କରିବ । ତେବେ ଆବଶ୍ୟକ ହେଲେ ଏହି ମାମଲାର ତଦନ୍ତ ଭାର ସମ୍ପୂର୍ଣ୍ଣ ଭାବେ କ୍ରାଇମବ୍ରାଞ୍ଚକୁ ଦିଆଯିବ ବୋଲି ପ୍ରକାଶ କରିଛନ୍ତି ଡିଜିପି ।

ସୂଚନା ଅନୁସାରେ ଗତ ଡିସେମ୍ବର ୨୨ ତାରିଖ (ଗୁରୁବାର) ରାୟଗଡ଼ା ଜିଲ୍ଲା ବୁଲିବା ପାଇଁ ଆସିଥିବା ଜଣେ ଋଷିଆ ପର୍ଯ୍ୟଟକ ଭ୍ଲାଦିମିର ବିଦାନୋଭଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ଗତ ଡିସେମ୍ବର ୨୧ ତାରିଖ ଦିନ ସେ ଅନ୍ୟ ୪ ଜଣ ପର୍ଯ୍ୟଟକଙ୍କ ସହ ଦାରିଙ୍ଗବାଡ଼ିଠାରୁ ରାୟଗଡ଼ା ଆସିଥିଲେ । ତେବେ ଅତ୍ୟଧିକ ମଦ୍ୟପାନ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଗାଇଡ ଜିତେନ୍ଦ୍ର ସିଂହ ସନ୍ଦେହ ପ୍ରକାଶ କରିଥିଲେ । କିନ୍ତୁ ମୃତଦେହ ବ୍ୟବଚ୍ଛେଦ ପରେ ହୃଦଜନିତ ସମସ୍ୟାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା ।

ଏହାପରେ ତାଙ୍କ ସହ ଋଷିଆରୁ ଆସିଥିବା ଅନ୍ୟଜଣେ ପର୍ଯ୍ୟଟକ ଆଣ୍ଟୋନା ପାଭେଲ ହୋଟେଲ ସାଇ ଇଣ୍ଟରନ୍ୟାସନାଲରେ ରହୁଥିଲେ । କିନ୍ତୁ ୨୪ ତାରିଖ (ଶନିବାର) ଦିନ ସେ ରହୁଥିବା ରୁମ୍‌ରେ ଖୋଜାଖୋଜି କରିବା ସମୟରେ ତାଙ୍କର ଦେଖା ମିଳିନଥିଲା । ହୋଟେଲ କର୍ମଚାରୀଙ୍କ ସମେତ ଗାଇଡ୍ ସାରା ହୋଟେଲ ଖୋଜିବା ପରେ ଋଷୀୟ ପର୍ଯ୍ୟଟକ ଜଣକ ସେଠାରେ ଥିବା ଏକ ନିର୍ମାଣଧୀନ କୋଠା ତଳେ ପଡିଥିବାର ଦେଖିବାକୁ ମିଳିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପାଭେଲ ରୁଷିଆର ଜଣେ ପୂର୍ବତନ ସାଂସଦ ବୋଲି ଜଣାପଡିଛି ।

ତେବେ ଦୁଇ ଦୁଇ ଜଣ ଋଷୀୟ ପର୍ଯ୍ୟଟକଙ୍କ ଏଭଳି ସନ୍ଦେହଜନକ ମୃତ୍ୟୁକୁ ନେଇ ହଇଚଇ ସୃଷ୍ଟି ହୋଇଛି । ରାୟଗଡ଼ା ପୋଲିସ ତଦନ୍ତକୁ ଜୋରଦାର କରିଥିବାବେଳେ କ୍ରାଇମବ୍ରାଞ୍ଚ ଏଥିରେ ସହଯୋଗ କରୁଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ । ସେ କହିଛନ୍ତି, "ଲଗାତାର ଦୁଇ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁରେ ଜିଲ୍ଲା ପୋଲିସ ଦ୍ବାରା ତଦନ୍ତ ଜାରି ରହିଛି । ଏନେଇ ତଦନ୍ତରେ ସହଯୋଗ ପାଇଁ ମୁଁ ରାଜ୍ୟ CID କ୍ରାଇମବ୍ରାଞ୍ଚ ହେଡ୍‌କ୍ବାର୍ଟରକୁ ମଧ୍ୟ ନିର୍ଦ୍ଦେଶ ଦେଇଛି । ଏହା ସହିତ ଆମେ କୋଲକାତାସ୍ଥିତ କାଉନ୍‌ସିଲେଟ ସହ ମଧ୍ୟ ଯୋଗାଯୋଗରେ ଅଛୁ । ସେମାନେ ମଧ୍ୟ ତଦନ୍ତ ନେଇ ସହଯୋଗ କରୁଛନ୍ତି ।"

ଅପରପକ୍ଷରେ, ସେମାନଙ୍କ ସହିତ ଆସିଥିବା ଆଉ ଦୁଇ ଜଣ ପର୍ଯ୍ୟଟକ ତୁରୋଭ ମିଖାଇଲ ଓ ପାନାସେଙ୍କୋ ନତାଲିଆ ଆଜି ଭୁବନେଶ୍ବର ପଳାଇଛନ୍ତି । ପୁଲିସ ସେମାନଙ୍କୁ ଅତି ସୁରକ୍ଷା ଭିତରେ ରାୟଗଡ଼ା ପାର କରାଇଛି । ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନ କରିଛି ପୋଲିସ । ତେବେ ହୋଟେଲ ମ୍ୟାନେଜର କହିଛନ୍ତି, "ଦୁଇ ମୃତକଙ୍କୁ ଅନ୍ୟ କେହି ଭେଟିନଥିଲେ । ସେମାନଙ୍କ ଭାଷା ମଧ୍ୟ ଆମେ କେହି ଜାଣିନୁ ।" ଏଣେ ତୁରୋଭ ମିଖାଇଲ ମଧ୍ୟ କିଛି କହିବା ପାଇଁ ମନା କରିଦେଇଛନ୍ତି । ଫଳରେ ଉଭୟଙ୍କ ମୃତ୍ୟୁ ନେଇ ସନ୍ଦେହ ଘନୀଭୂତ ହୋଇଛି ।

Last Updated : Dec 27, 2022, 5:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.