ରାୟଗଡା : ରାୟଗଡ଼ା ଗସ୍ତରେ ରାଜ୍ୟପାଳ ରଘୁବର ଦାସ । ଦିନିକିଆ ରାୟଗଡା ଗସ୍ତରେ ଆସି ଜିଲ୍ଲାରେ ଆୟୋଜିତ ବିଭନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏହାସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଉଦଘାଟନ କରିଛନ୍ତି । ଲୋକମାନଙ୍କ ସହ ସିଧା ସଳଖ ମିଶିବା ସହ ସେମାନଙ୍କ ସମସ୍ୟା ବିଷୟରେ ପଚାରି ବୁଝିଛନ୍ତି । ଏହାସହ ଲୋକମାନେ ମଧ୍ୟ ରାଦ୍ୟପାଳଙ୍କୁ ସେମାନଙ୍କ ଅଞ୍ଚଳର ସମସ୍ୟା ବିଷୟରେ ରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି ।
ତେବେ କୋରାପୁଟ ରାତ୍ରୀ ଯାପନ ପରେ ସଡକ ପଥରେ ରାୟଗଡ଼ ଜିଲ୍ଲା ସଦର ବ୍ଲକର ଗୁମ୍ମା ପଞ୍ଚୟତ ଠାରେ ପହଞ୍ଚିଥିଲେ । ରାଜ୍ୟପାଳଙ୍କ ଗସ୍ତକୁ ନେଇ ଜିଲ୍ଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପ୍ରଥମେ ଗୁମ୍ମା ଠାରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସହ ବାର୍ତ୍ତାଳାପ କରିଥିବା ବେଳେ ମହିଳାଙ୍କ ଦ୍ବାରା ଉତ୍ପାଦିତ ସାମଗ୍ରୀକୁ ବ୍ରାଣ୍ଡିଂ କରିବାକୁ ପରାମର୍ଶ ଦେଇଛନ୍ତି । ଏହାସହ କୋଡପାଡ଼ି ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରିବା ସହ ହଲୁଆର ଚାଷୀଙ୍କ ସହ ମତ ବିନିମୟ ସହ ଚିନ୍ତଳିଗୁଡ଼ାରେ 5ଟି ପ୍ରଧାନମନ୍ତ୍ରୀ ଆବାସ ଗୃହ ଉଦଘାଟନ କରିଛନ୍ତି । ଏହି ଗସ୍ତ ଅବସରରେ ତାଡମା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଜମଦେଇପେଣ୍ଠ ଡାକ୍ତରଖାନା ମଧ୍ଯ ପରିଦର୍ଶନ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ.....କୋରାପୁଟ କଫି ବୋର୍ଡ଼ ପରିଦର୍ଶନ କଲେ ରାଜ୍ୟପାଳ
ତେବେ ଗୁମ୍ମା ଅଞ୍ଚଳରେ ଯଦିଓ ରାଜ୍ୟ ସରକାର ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ କରିଥିଲେ ତଥାପି ଏଯାଏଁ 3 ଟି ପଞ୍ଚୟତ ବସ ସେବାରୁ ବଞ୍ଚିତ ଥିବା ବେଳେ କେବଳ ପଞ୍ଚୟତ ସଦରମହକୁମା ଛଡା ଦୁର୍ଗମ ଅଞ୍ଚଳକୁ ଏହି ଯୋଜନା ସାମିଲ କରାଯାଇନଥିବା ନେଇ ଗୁମ୍ମା ସରପଞ୍ଚ ସବିତା ପ୍ରସ୍କା ରାଜ୍ୟପାଳଙ୍କୁ ନିଜ ଅଭିଯୋଗ ଜଣାଇଥିଲେ । ସେହିଭଳି ବୃଦ୍ଧା, ଭିନ୍ନକ୍ଷମଙ୍କ ମାସିକ ଭତ୍ତା ନେବାପାଇଁ ପଞ୍ଚୟତ କାର୍ଯ୍ୟାଳୟ ଆସିପାରୁନଥିବା ନେଇ କ୍ଷଭୋ ପ୍ରକାଶ କରିଥିଲେ । ଏଭଳିକି ପଞ୍ଚୟତରେ ବିଶୁଦ୍ଧ ପିଇବା ପାଣିର ସମସ୍ଯା ନେଇ ସେ ରାଜ୍ୟପାଳଙ୍କ ନିକଟରେ ଉପସ୍ଥାପନ କରିଥିବା ବେଳେ ଏହାର ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଧେଶ ଦେଇଥିଲେ ରାଜ୍ୟପାଳ । ସେହିପରି ଗୁମ୍ମାର ଜଣେ ଅସହାୟ ମହିଳା ଲଳିତା ବିଡିକାଙ୍କ ଦୁଃଖ ଶୁଣି ବ୍ୟବସାୟ କରି ବଞ୍ଚିବା ପାଇଁ 25 ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି ରାଜ୍ୟପାଳ । ତେବେ ରାୟଗଡ଼ା ଗସ୍ତ ସମୟରେ ରାଜ୍ୟପାଳଙ୍କ ରାୟଗଡା ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ରାୟଗଡ଼ା