ETV Bharat / state

ଗୁଣପୁର ଓ ବିଷମକଟକରେ ସୁରୁଖୁରୁରେ ଚାଲିଛି ଭୋଟ ଗଣତି

କଡା ସୁରକ୍ଷା ଭିତରେ ଗୁଣପୁର ଓ ବିଷମକଟକ ଦୁଇ ନିର୍ବାଚନ ମଣ୍ଡଳୀରେ ଭୋଟ ଗଣତି ପ୍ରକ୍ରିୟା ଚାଲୁ ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : May 23, 2019, 12:53 PM IST

ରାୟଗଡା: କଡା ସୁରକ୍ଷା ଭିତରେ ଗୁଣପୁର ଓ ବିଷମକଟକ ଦୁଇ ନିର୍ବାଚନ ମଣ୍ଡଳୀରେ ଭୋଟ ଗଣତି ପ୍ରକ୍ରିୟା ଚାଲୁ ରହିଛି । ଗୁଣପୁର ଉପଜିଲ୍ଲାପାଳ ଡକ୍ଟର ବିଏସ୍ ବଲିରାମ ଦୁଇଟି ନିର୍ବାଚନ ମଣ୍ଡଳୀର ନିର୍ବାଚନ ଅଧିକାରୀ ରୂପେ ଦାୟିତ୍ବ ତୁଲାଉଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଗୁଣପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟରଙ୍କ ସଂଖ୍ୟା 210390 ରହିଥିବାବେଳେ ପୋଲିଂ ହୋଇଛି 149890 । ବୁଥ୍ ସଂଖ୍ୟା ରହିଛି ୨୮୪ । ଏହି ଆସନରୁ 6ଜଣ ପ୍ରାର୍ଥୀ ନିର୍ବାଚନ ଲଢିଛନ୍ତି । ସେହିଭଳି ବିଷମକଟକ ନିର୍ବାଚନ ମଣ୍ଡଳୀର ଭୋଟରଙ୍କ ସଂଖ୍ୟା ୨୧୯୮୩୯ ରହିଥିବାବେଳେ ପୋଲିଂ ହୋଇଛି ୧୭୩୭୩୪ । ବୁଥ୍ ସଂଖ୍ୟା ୨୮୯ ରହିଥିବାବେଳେ ପ୍ରାର୍ଥୀ ରହିଛନ୍ତି 5ଜଣ । ଗୁରୁବାର ସକାଳୁ କଡାସୁରକ୍ଷା ମଧ୍ୟରେ ପ୍ରତ୍ୟେକ ପ୍ରାର୍ଥୀଙ୍କ ଏଜେଣ୍ଟ୍ ଓ ସରକାରୀ କର୍ମଚାରୀଙ୍କୁ ଯାଞ୍ଚ କରାଯାଉଥିବା ଦେଖିବାକୁ ମିଳିଛି । କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବା ପାଇିଁ ପୋଲିସର କଡା ସୁରକ୍ଷା ରହିଛି ।

ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟର ୨୧ଟି ଲୋକସଭା ସମେତ ୧୪୬ଟି ବିଧାନସଭା ପାଇଁ ଭୋଟଗଣତି ଚାଲୁ ରହିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:Body:

BLANK

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.