ରାୟଗଡ଼ା: ଆଜି ବିଶ୍ଵ ହାତଧୁଆ ଦିବସ । ଏହି ଦିବସକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ଡ଼ଙ୍ଗରିଆ । ସାରା ବିଶ୍ଵ କୋରୋନା ମହାମାରୀର ଶିକାର ହୋଇଥିବା ବେଳେ ହାତଧୁଆ ଏହାର ପ୍ରତିକାର ଗୋଟିଏ କାରଣ । ତେବେ ବିଶ୍ୱ ହାତଧୁଆ ଦିବସ ୨୦୨୦ ବିଷୟବସ୍ତୁ ଶୀର୍ଷକ "ସମସ୍ତଙ୍କ ପାଇଁ ପରିଛନ୍ନ ହାତ" ସମ୍ବଧିତ ସଚେତନତା କାର୍ଯ୍ୟକ୍ରମ ଓପିଲିପି, ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା, ଚାଟିକଣାର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କିଞ୍ଜମଜୋଡୀ, ତେଣ୍ଡା, କଚରଲା, ଖାଂବେସି, ଖଜୁରୀ,କୁରଲୀ, ନୂଆଗଡ଼, ମାଲିଢେପାଗୁଡା,ପୁସୁଗୁଡା, ଖଡିକାତେନ୍ତୁଳି, ଦେଓଗାଁ ଗଇଲକଣା,ସାନସାର୍ଟିଲି ସମେତ ବିଭିନ୍ନ ଗ୍ରାମରେ ଅନୁଷ୍ଠିତ ହୋଉଯାଇଛି।
ଆସ ହାତ ଧୋଇବା, ହାତ ଧୋଇବାର ଆବଶ୍ୟକତା, ହାତ କେତେବେଳେ ଧୋଇବା, କେମିତି ହାତ ଧୋଇବା, ନିୟମିତ ହାତ ଧୋଇବା ଅଭ୍ୟାସ ଜାରି ରଖିବା- ନିଜକୁ ଓ ସମାଜକୁ ରୋଗମୁକ୍ତ କରିବା ଉପରେ ଆଦିମ ଜନଜାତି ତଥା ସମସ୍ତ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା । ଉକ୍ତ ସଚେତନତାମୂଳକ କାର୍ଯ୍ୟକ୍ରମକୁ ସମସ୍ତ ଗ୍ରାମର ଗୋଷ୍ଠୀ ସମ୍ବଳ ବ୍ୟକ୍ତି ମାନେ ଆୟୋଜନ କରିଥିବା ବେଳେ ଓପିଲିପିର ପ୍ରକଳ୍ପ ପରିଚାଳକ ସୁଦର୍ଶନ ପାଢ଼ୀ, ଆକସୁସ ଅନୁଷ୍ଠାନର ମନୋଜ ବେଉରିଆ, ତପନ କୁମାର ନାୟକ, ମୋହନ ରାଓ ଓ ଶକ୍ତି ଅନୁଷ୍ଠାନର ଯୁଧିଷ୍ଠିର ନାୟକ ପ୍ରମୁଖ ପରିଚାଳନା କରିଥିଲେ।
ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ