ରାୟଗଡା: ଯୌତୁକ ଜୁଇରେ ନବବଧୂ । ସ୍ବାମୀ, ଶ୍ବଶୁର ଓ ଶାଶୁ ଗିରଫ । ବିବାହର ପାଞ୍ଚମାସ ପୂର୍ବରୁ ନବବଧୂଙ୍କ ମୃତ୍ୟୁ ଘଟିଥିବା ସୂଚନା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାୟଗଡା ସହରର ରେଭେନ୍ୟୁ କଲୋନୀର ଏକ ସରକାରୀ ବାସଭବନରେ । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ଜେଲରେ ସ୍ଵାମୀ ସହ ଶାଶୁ-ଶ୍ବଶୁର।
ଘଟଣା କ୍ରମେ ସହରର ରାଣିଗୁଡା ଅଞ୍ଚଳର ସରୋଜ ସାହୁ ଗତ ୧୦/୦୨/୨୦୨୨ ତାରିଖରେ ଝିଅ ଚିନ୍ମୟୀଙ୍କୁ ବୈଦିକ ରୀତିରେ ସହରର ସତ୍ୟବାନ ସାହୁଙ୍କ ପୁତ୍ର ରାଧାଶ୍ୟାମ ସହ ବିବାହ ଦେଇଥିଲେ । ବିବାହର ପନ୍ଦର ଦିନ ପରେ ଶାଶୁ ଚିନ୍ମୟୀଙ୍କୁ ଯୌତୁକ ବାବଦକୁ ଅଧିକ ସୁନା ଓ ଅନ୍ୟାନ୍ୟ ସାମଗ୍ରୀ ଆଣିବାକୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିବା ଝିଅର ପିତା ଅଭିଯୋଗ କରିଛନ୍ତି । ଝିଅର ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ଚିକିତ୍ସା ପାଇଁ ବାପଘରକୁ ପଠାଇ ଦେଇଥିଲେ ।
ଚିକିତ୍ସା ପରେ ଶ୍ବଶୁର ରାଧାଶ୍ୟାମ ଛାଡିଦେବାକୁ କହିବାରୁ ଗତ ବୁଧବାର ୨୨ ତାରିଖରେ ବାପା ଘରେ ଛାଡି ଆସିଥିଲେ । ତେବେ ଆଜି ହଠାତ୍ ଶାଶୁ କଲ୍ କରି ଝିଅର ଦେହ ଭଲନାହିଁ ବୋଲି କହିବାରୁ ବାପା ସରୋଜ ଯାଇ ଦେଖିବା ବେଳେ ଝିଅର ପାଟିରୁ ଫେଣ ବାହାରି ଅଚେତ ହୋଇ ପଡିରହିଛି । ସଙ୍ଗେସଙ୍ଗେ ଆମ୍ବୁଲାନ୍ସ ଡକାଇ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟର ଭର୍ତ୍ତି କରିବା ପରେ ଡାକ୍ତର ବିଷ କ୍ରିୟା କାରଣରୁ ମୃତ ଘୋଷଣା କରିଥିଲେ ।
ପରିବାର ପକ୍ଷରୁ ଏନେଇ ରାୟଗଡା ଥାନାରେ ହତ୍ୟା ଅଭିଯୋଗ କରି ଏତେଲା ଦେବାପରେ ରାୟଗଡା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଏତେଲା ଅନୁଯାୟୀ ସ୍ଵାମୀ ରାଧାଶ୍ୟାମ ସାହୁ, ଶାଶୁ ଓ ଶ୍ବଶୁର ସତ୍ୟବାନ ସାହୁଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।
ଇଟିଭି ଭାରତ, ରାୟଗଡା