ETV Bharat / state

ପୁଣି ଅଲୋଡ଼ା ଶିଶୁ କନ୍ୟା, ବୁଦା ମୂଳରୁ ନବଜାତକ ଉଦ୍ଧାର - ରାୟଗଡା ଲାଟେଷ୍ଟ ନ୍ୟୁଜ୍‌

ସମାଜ ଯେତେ ଆଗକୁ ବଢିଲେ ବି ମାନସିକତା ଏବେ ବି ଝିଅମାନଙ୍କୁ ଦେଇପାରୁନି ସମ ଅଧିକାର । ପ୍ରତିଦିନ ଅଲୋଡା ହେଉଛନ୍ତି ଶହ ଶହ ଶିଶୁ କନ୍ୟା । ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜିଲ୍ଲାର କୋଲନରା ଗାଁରେ ।

rayagada latest news, baby girl rescued from rayagada, baby girl found under bush in rayagada, unwanted baby girl, ବୁଦା ମୂଳରୁ ଶିଶୁକନ୍ୟା ଉଦ୍ଧାର, ଅଲୋଡା ଶିଶୁ କନ୍ୟା, ରାୟଗଡା ଲାଟେଷ୍ଟ ନ୍ୟୁଜ୍‌, ରାୟଗଡାରେ ଅଲୋଡା ଶିଶୁ କନ୍ୟା
ପୁଣି ଅଲୋଡ଼ା ଶିଶୁ କନ୍ୟା, ବୁଦା ମୂଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର
author img

By

Published : Aug 20, 2020, 9:50 AM IST

ରାୟଗଡା: ସମାଜ ଯେତେ ଆଗକୁ ବଢିଲେ ବି ମାନସିକତା ଏବେ ବି ଝିଅମାନଙ୍କୁ ଦେଇପାରୁନି ସମ ଅଧିକାର । ପ୍ରତିଦିନ ଅଲୋଡା ହେଉଛନ୍ତି ଶହ ଶହ ଶିଶୁ କନ୍ୟା । ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜିଲ୍ଲାର କୋଲନରା ଗାଁରେ । ଜନୈକ ମହିଳା ଆବର୍ଜନା ଫିଙ୍ଗିବାକୁ ଯାଇ ଗାଁ ମଝିରେ ଥିବା ଗୌରାଙ୍ଗ ମନ୍ଦିର ନିକଟ ବୁଦା ମୂଳରୁ ଏକ ନବଜାତ ଶିଶୁର କାନ୍ଦ ଶୁଣିଥିଲେ । ପାଖକୁ ଯାଇ ଦେଖିବାରୁ ଏହା ଏକ ଶିଶୁ କନ୍ୟା ବୋଲି ସେ ଜାଣିବାକୁ ପାଇଥିଲେ ।

ପୁଣି ଅଲୋଡ଼ା ଶିଶୁ କନ୍ୟା, ବୁଦା ମୂଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ପରେ ସମ୍ପୃକ୍ତ ମହିଳା ପଡୋଶୀଙ୍କ ସହାୟତାରେ ଶିଶୁଟିକୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଶିଶୁଟିର ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ଭଲ ଥିବା ଡାକ୍ତର ସୂଚନା ଦେଇଛନ୍ତି । ଶିଶୁଟିକୁ ବୁଧବାର ସନ୍ଧ୍ୟାରେ ରାୟଗଡ଼ା ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ କିଏ କେଉଁ ପରିସ୍ଥିତିରେ ଶିଶୁଟିକୁ ଛାଡି ଚାଲିଯାଇଛି ସେନେଇ ଜିଲ୍ଲା ଚାଇଲ୍ଡ ଲାଇନ ଏବଂ ଚାନ୍ଦଲି ପୋଲିସ ତଦନ୍ତ ଆରମ୍ଭ କରିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.