ETV Bharat / state

ଦୁର୍ଗମ ଅଞ୍ଚଳରେ ଜାତୀୟ ଏକତା ଦିବସ - rabatiguda ballabh bhai patel birth anniversary

ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ନିପଟ ଦୁର୍ଗମ ଆଦିବାସୀ ଗ୍ରାମ ରେବତୀଗୁଡା ଠାରେ ମଧ୍ୟ ଧୁମଧାମରେ ପାଳିତ ହୋଇଯାଇଛି ଲୌହ ମାନବ ସର୍ଦ୍ଦାର ବଲ୍ଲଭାଇ ପଟେଲଙ୍କ ଜନ୍ମଜୟନ୍ତୀ । ଅଧିକ ପଢନ୍ତୁ...

ଦୁର୍ଗମ ଅଞ୍ଚଳରେ ଜାତୀୟ ଏକତା ଦିବସ
ଦୁର୍ଗମ ଅଞ୍ଚଳରେ ଜାତୀୟ ଏକତା ଦିବସ
author img

By

Published : Nov 1, 2021, 6:48 AM IST

ରାୟଗଡା: ଭାରତର ଲୌହ ମାନବ ତଥା ଦେଶ ଗଠନର ପୁରଧା ସର୍ଦ୍ଦାର ବଲ୍ଲଭାଇ ପଟେଲଙ୍କ ଜନ୍ମଦିନକୁ ସାରାଦେଶ ଏକତା ଦିବସ ଭାବେ ପାଳନ କରୁଛି । ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ନିପଟ ଦୁର୍ଗମ ଆଦିବାସୀ ଗ୍ରାମ ରେବତୀଗୁଡା ଠାରେ ମଧ୍ୟ ଧୁମଧାମରେ ପାଳିତ ହୋଇଯାଇଛି ଏହି ଦିବସ । ଏହି ଅବସରରେ ସ୍ବର୍ଗତ ପଟେଲଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।

ଦୁର୍ଗମ ଅଞ୍ଚଳରେ ଜାତୀୟ ଏକତା ଦିବସ

ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଅଧିକାରୀ ସତ୍ୟନାରାୟଣ ତ୍ରିପାଠୀ, ରାୟଗଡା ନେହେରୁ ଯୁବ କେନ୍ଦ୍ର ଜିଲ୍ଲା ଅତିରିକ୍ତ ପ୍ରୋଗ୍ରାମ ଅଫିସର ଦୁତିଆ ବଞ୍ଛୁର, ସ୍ପର୍ଶ ନାମକ ସ୍ବେଛାସେବୀ ଅନୁଷ୍ଠାନର ପ୍ରୋଗ୍ରାମ ଅଫିସର କଲ୍ୟାଣୀ ସିଂ, ନେହେରୁ ଯୁବ କେନ୍ଦ୍ର କର୍ମକର୍ତ୍ତା ଲକ୍ଷ୍ମୀନାରାୟଣ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ରେବତୀଗୁଡା ଗ୍ରାମର ବଜରଙ୍ଗବାଲି ଯୁବକ ସଂଘର ଆଦିବାସୀ ଯୁବକ ଯୁବତୀଙ୍କ ଦ୍ୱାରା ସ୍ଥାନୀୟ ବିଦ୍ୟାଳୟ ସମେତ ଗ୍ରାମ ସଫେଇ କରାଯାଇଥିବା ବେଳେ, ଗ୍ରାମରେ ଏକ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ତେବେ ମହାପୁରୁଷଙ୍କ ଜୀବନୀ ବିଷୟରେ ଗ୍ରାମାଞ୍ଚଳର ଯୁବକ ଯୁବତୀଙ୍କୁ ଅବଗତ କରାଇବା ଏଭଳି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବୋଲି କହିଛନ୍ତି ନେହେରୁ ଯୁବ କେନ୍ଦ୍ର ଜିଲ୍ଲା ଅତିରିକ୍ତ ପ୍ରୋଗ୍ରାମ ଅଫିସର ଦୁତିଆ ବଞ୍ଛୁର।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.