ETV Bharat / state

ମରଣଯନ୍ତା ପାଲଟିଛି 326 ନମ୍ବର ଜାତୀୟ ରାଜପଥ

ରାୟଗଡାରୁ ମୁନିଗୁଡା ଦେଇଯାଉଥିବା ଜାତୀୟ ରାଜପଥ 326 ଏବେ ମରଣଯନ୍ତା ପାଲଟିଛି । ପ୍ରଶାସନିକ ଅବହେଳା ଯୋଗୁଁ ଠିକଣା ସମୟରେ ରାସ୍ତା ମରାମତି ହେଉନାହିଁ । ଯାହାଫଳରେ ପ୍ରତିଦିନ ରାସ୍ତାରେ ଛୋଟବଡ ଦୁର୍ଘଟଣା ଘଟୁଛି । ଅଧିକ ପଢନ୍ତୁ...

author img

By

Published : Sep 3, 2020, 11:06 PM IST

ମରଣଯନ୍ତା ପାଲଟିଛି 326 ନମ୍ବର ଜାତୀୟ ରାଜପଥ
ମରଣଯନ୍ତା ପାଲଟିଛି 326 ନମ୍ବର ଜାତୀୟ ରାଜପଥ

ରାୟଗଡା: ରାୟଗଡାରୁ ମୁନିଗୁଡା ଦେଇଯାଉଥିବା ଜାତୀୟ ରାଜପଥ 326 ଏବେ ମରଣଯନ୍ତା ପାଲଟିଛି । ପ୍ରଶାସନିକ ଅବହେଳା ଯୋଗୁଁ ଠିକଣା ସମୟରେ ରାସ୍ତା ମରାମତି ହେଉନାହିଁ । ଯାହାଫଳରେ ପ୍ରତିଦିନ ରାସ୍ତାରେ ଛୋଟବଡ ଦୁର୍ଘଟଣା ଘଟୁଛି । ବିଶେଷ କରି ଏହି ଜାତୀୟ ରାଜପଥରେ ଶହ ଶହ ସଂଖ୍ୟାରେ ଭାରିଯାନ ଚଳାଚଳ ହେଉଥିବା ବେଳେ ବାଇକ୍ ଆରୋହୀ ମାନେ ଦୁର୍ଘଟଣାର ଶିକାର ହେଉଛନ୍ତି । ପ୍ରତି କିଲୋମିଟର ମଧ୍ୟରେ ଖାଲଢିପ ରାସ୍ତା ଥିବାରୁ ରାସ୍ତାର ଧୂଳି ଧୂଆଁ ସଦୃଶ୍ୟ ହୋଇ ଜନସାଧାରଣଙ୍କୁ କ୍ଷତି ଘଟାଉଛି । ଏନେଇ ପୂର୍ତ୍ତ ବିଭାଗ ଧ୍ୟାନ ଦେବାକୁ ସାଧାରଣରେ ଦାବି ହୋଇଛି ।

ମରଣଯନ୍ତା ପାଲଟିଛି 326 ନମ୍ବର ଜାତୀୟ ରାଜପଥ

ରାୟଗଡା ସଦରମହକୁମା ଦେଇ ଦୈନିକ ଶହ ଶହ ଭାରିଯାନ ଆନ୍ଧ୍ରରୁ ଓ ଛତିଶଗଡର ରାୟପୁରରୁ ଯିବା ଆସିବା କରୁଛି । ଜେକେପୁରରୁ ଥେରୁବାଲି ଓ ଥେରୁବାଲିରୁ ବିଷମକଟକ ସହର ମଧ୍ୟରେ ଯାଉଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡିଛି । ଯାହାଫଳରେ ପ୍ରତିଦିନ ଛୋଟବଡ ଦୁର୍ଘଟଣା ଘଟୁଛି । ଲୋକେ ଯିବା ଆସିବା କରିବା ସମୟରେ ରାସ୍ତାର ଧୂଳି ଉଡୁଥିବାରୁ ଦୁର୍ଘଟଣା ହେଉଥିବା ବେଳେ ଅନେକ ବାଇକ୍ ଆରୋହୀ ବିଭିନ୍ନ ରୋଗର ଶିକାର ହେଉଛନ୍ତି । ଏନେଇ ବାରମ୍ବାର ଦାବି ହେବା ପରେ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ହେଲେ ମରାମତି କାର୍ଯ୍ୟ ମନ୍ଥରଗତିରେ ଚାଲିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

2012 ମସିହାରେ ଜେବିଆର୍ ନାମକ ଏକ ସଂସ୍ଥା ଦ୍ବାରା କରାଯାଇଥିଲା ଏହି ରାସ୍ତା ନିର୍ମାଣ । କାର୍ଯ୍ୟ ଶେଷ ହେବାର କିଛି ମାସ ପରେ ଅନେକ ସ୍ଥାନରେ ଦେଖାଯାଇଥିଲା ଖାଲଖମା। ହେଲେ ବର୍ତ୍ତମାନ ପୁଣି ଅମଳାଭଟ୍ଟା ଛକରୁ ଚାଟିକୋଣା ପର୍ଯ୍ୟନ୍ତ ରାସ୍ତା ମରାମତି କରାଯାଉଥିବା ବେଳେ କାମ ବିନୋଦିନୀ ଇନଫ୍ରା କଷ୍ଟ୍ରକସନକୁ ଦିଆଯାଇଛି । ଆଉ ଏଥିପାଇଁ 11 କୋଟି 26 ଲକ୍ଷ ଟଙ୍କାର ଅନୁଦାନ ମଧ୍ୟ ପ୍ରଦାନ କରାଗଲା । ହେଲେ ଏହି ସଂସ୍ଥା ଶୀଘ୍ର ରାସ୍ତା କାମ ଶେଷ କରୁନଥିବାରୁ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହୋଇଛି । ଏନେଇ ବିଭାଗୀୟ ଅଧିକାରୀ ରାସ୍ତା କାମ ଖୁବ୍ ଶୀଘ୍ର ଶେଷ କରିବାକୁ ସଂପୃକ୍ତ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଥିବା କଥା ପ୍ରକାଶ କରିଛନ୍ତି । ତେବେ ଏହି ସମସ୍ୟାର ସମାଧାନ କେବେ ହେବ ତାହା ଦେଖିବାକୁ ଅପେକ୍ଷା ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.