ରାୟଗଡା: ଗ୍ୟାରେଜରେ କାମ କରିବା ସମୟରେ ଅଳ୍ପକେ ବର୍ତ୍ତିଲେ ୱେଲଡ଼ର ବୟ । ବୁଧବାର ସନ୍ଧ୍ୟାରେ ଅଟୋ ନଗରର ଏକ ଗ୍ୟାରେଜରେ ଓଆର ୦୫ ଏଚ ୪୦୦୯ ନମ୍ବର ବୋଲେରୋକୁ ମରାମତି ପାଇଁ ଭର୍ତ୍ତି କରାଯାଇଥିଲା ।
ତେବେ ଗାଡିର କିଛି ଅଂଶକୁ ୱେଲଡ଼ର ୱେଲଡ଼ିଂ କରିବା ସମୟରେ ହଠାତ ସ୍ପାର୍କିଂ ହୋଇ ନିଆଁ ଲାଗିଯାଇଥିଲା । ଫଳରେ ଗାଡ଼ିଟି ସମ୍ପୂର୍ଣ୍ଣ ଜଳିଯାଇଥିଲା । ତେବେ ଅଳ୍ପକେ ଉଦ୍ଧାର ପାଇଲେ ଗାଡ଼ି ତଳେ ଶୋଇ କାମ କରୁଥିବା ୱେଲଡ଼ର ବୟ । ଖବର ପାଇ ଅଗ୍ନିଶ୍ରମ ବାହିନି ପହଞ୍ଚି ନିଆଁକୁ ଆୟତ କରିଛନ୍ତି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ