ରାୟଗଡା: କୋରୋନାରେ ଆଖି ବୁଜିଲେ ମୁନିଗୁଡା ଥାନା ଅଧିକାରୀ । ଚିକିତ୍ସାଧୀନ ଅବସ୍ଥାରେ ମୁନିଗୁଡା ଥାନା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ଦେହୁରୀଙ୍କ ଗତକାଲି ମୃତ୍ୟୁ ହୋଇଛି।
କୋରୋନା ପଜିଟିଭି ଆସିବା ପରେ ଚିକିତ୍ସାଧୀନ ଅବସ୍ଥାରେ ବ୍ରହ୍ମପୁରସ୍ଥିତ ଅଶ୍ବିନୀ ହସପିଟାଲରେ ଗତକାଲି ଅପରାହ୍ଣରେ ମୃତ୍ୟୁବରଣ କରିଛନ୍ତି । ଶୁକ୍ରବାର ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମୃତଦେହ ସତ୍କାର କରାଯାଇଛି । ଏହି ଖବର ପ୍ରଚାରିତ ହେବା ପରେ ଜିଲ୍ଲା ପୋଲିସ୍ ବିଭାଗ ସମେତ ମୁନିଗୁଡା ସହରବାସୀ ସ୍ତବ୍ଧ ହୋଇ ପଡିଛନ୍ତି । ସେପଟେ ଥାନା ଅଧିକାରୀଙ୍କ ସ୍ମୃତିରେ ମୁନିଗୁଡା ସହରରେ ସମସ୍ତ ଦୋକାନ ବଜାର ବନ୍ଦ ରଖିଛି ମୁନିଗୁଡା ବିକାଶ ପରିଷଦ ଓ ବ୍ୟବସାୟୀ ସଂଘ । ଯାହାଫଳରେ ଅତ୍ୟାବଶ୍ୟକ ଦୋକାନ ବ୍ୟତିତ ସମସ୍ତ ବ୍ୟବସାୟ କେନ୍ଦ୍ର ବନ୍ଦ ରହିଛି ।
ଗତ ଏକ ସପ୍ତାହ ତଳେ ଅସୁସ୍ଥ ଅନୁଭବ କରିବା ପରେ କୋଭିଡ଼୍ ପରୀକ୍ଷା କରିଥିଲେ । ସ୍ବାବ ରିପୋର୍ଟ ପଜିଟିଭ୍ ଆସିବା ପରେ ଚିକିତ୍ସା ପାଇଁ ୬ ତାରିଖରେ ତାଙ୍କୁ ଜେକେପୁର କୋଭିଡ଼୍ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରଯାଇଥିଲା । ୭ ତାରିଖରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ଅଶ୍ବିନୀ ହସପିଟାଲାକୁ ସ୍ଥାନାନ୍ତର କରାଯାଇଥିଲା ।
ରାୟଗଡାରୁ ରଞ୍ଜନ କୁମାର ରଥ,ଇଟିଭି ଭାରତ