ETV Bharat / state

Accident In Rayagada: ମାଆ-ପୁଅ ମୃତ, 2 ଗୁରୁତର

ରାୟଗଡାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା(Accident In Rayagada) । ମାଆ-ପୁଅ ମୃତ, 2 ଗୁରୁତର । ଅଧିକ ପଢନ୍ତୁ

author img

By

Published : Dec 8, 2021, 11:59 AM IST

Accident In Rayagada: ମାଆ-ପୁଅ ମୃତ, 2 ଗୁରୁତର
Accident In Rayagada: ମାଆ-ପୁଅ ମୃତ, 2 ଗୁରୁତର

ରାୟଗଡା: ଜିଲ୍ଲା କାଶୀପୁର ବ୍ଲକ ଅଙ୍ଗଦ କଲୋନୀ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ । ଅନ୍ୟ ଦୁଇ ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି । ବାଇକ ଉପରେ ବୋଲେରୋ ମାଡିଯିବାରୁ ଏପରି ଦୁର୍ଘଟଣା ଘଟିଛି ।

ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳୁ ଭବାନୀପାଟଣା ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋ ବାଇକ ଯୋଗେ କାଶୀପୁର ଠାରୁ ଯାଉଥିବା 3 ବାଇକ ଆରୋହୀଙ୍କ ଉପରେ ମାଡିଯାଇ ଏକ ଖାଲକୁ ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ପୁଅର ମୃତ୍ୟୁ ଘଟି ଥିବାବେଳେ ମାଆଙ୍କୁ ଗୁତୁରକ ଅବସ୍ଥାରେ କାଶୀପୁର ମେଡିକାଲ ନେବା ସମୟରେ ମୃତ୍ୟୁ ଘଟିଛି । ଏଥିସହ ବାଇକ୍ ଆରୋହୀ ଏବଂ ବୋଲେରୋ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଘଟଣାସ୍ଥଳରେ କାଶୀପୁର ପୋଲିସ ଓ ଦମକଳ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଅନ୍ୟପଟେ କ୍ଷତିପୂରଣ ଦାବି କରି ଅଙ୍ଗଦ କଲୋନୀବାସୀ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ଥାନା ଘେରାଉ କରିଥିଲେ । ପରେ ପୋଲିସ ବୁଝାସୁଝା କରିବା ପରେ ରାସ୍ତାରୋକ ହଠିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.