ରାୟଗଡା: ସିଆରପିଏଫ 4ର୍ଥ ବାଟାଲିଆନର ଯବାନ ଧରମ ଦେବଙ୍କ ମରଶରୀରକୁ ମଙ୍ଗଳବାର ଗାର୍ଡ ଅଫ ଅନର ଦିଆଯାଇଛି । ବାଟାଲିଆନ ପରିସରରେ ସିଆରପିଏଫ ଯବାନ ମାନେ ଗାର୍ଡ ଅଫ ଅନର ଦେଇଛନ୍ତି।
ସୂଚନା ଅନୁସାରେ, ଗତ ଡିସେମ୍ବର 26 ତାରିଖରୁ ନିଖୋଜ ଥିବା ଧରମ ଦେବଙ୍କ କଙ୍କାଳ ନୂଆ ସାହି ନିକଟରୁ ଗତ 23 ତାରିଖ ଦିନ ଉଦ୍ଧାର ହୋଇଥିଲା । ଘଟଣାସ୍ଥଳରୁ ଧରମ ଦେବଙ୍କ ଆଧାର କାର୍ଡ, ଜୋତା, ପୋଷାକ ଓ ବ୍ୟାଗ ଉଦ୍ଧାର କରିଥିଲା ପୋଲିସ । ଅଧିକ ତଦନ୍ତ ପାଇଁ ଧରମ ଦେବଙ୍କ ମୃତ ଶରୀରକୁ ବ୍ରହ୍ମପୁର ସ୍ଥିତ ଫରେନସିକ ଲାବକୁ ପଠାଯାଇଥିଲା।
ପରୀକ୍ଷା ପରେ ଉକ୍ତ ମୃତଶରୀର ଧରମ ଦେବର ବୋଲି ସ୍ପଷ୍ଟ ହେବା ପରେ ମଙ୍ଗଳବାର ସିଆରପିଏଫ୍ ତରଫରୁ ଗାର୍ଡ ଅଫ ଅନର ଦିଆଯାଇଛି । ତେବେ ଧରମ ଦେବକୁ ଅପହରଣ ଓ ପରେ ହତ୍ୟା କରାଯାଇଥିବା ଧରମ ଦେବଙ୍କ ପୁଅ ଅଭିଯୋଗ କରିଛନ୍ତି । ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ରାୟଗଡା ଏସପି ପ୍ରକାଶ କରିଛନ୍ତି।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ