ETV Bharat / state

ମୁଁ ଆଦିବାସୀ ଥିଲି, ଅଛି ଏବଂ ରହିବି: ବିଧାୟକ - TRIBAL

ଜାଲ ଜାତିଗତ ପ୍ରମାଣ ପତ୍ର ଦେଇ ନିର୍ବାଚନ ଲଢିଥିବା ଅଭିଯୋଗ ଖଣ୍ଡନ କରିଛନ୍ତି ବିଧାୟକ ମକରନ୍ଦ ମୁଦୁଲି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : Jul 8, 2019, 11:35 PM IST

ରାୟଗଡା: ବିଧାୟକ ମକରନ୍ଦ ମୁଦୁଲିଙ୍କ ନାଁରେ ଜାତିଗତ ପ୍ରମାଣ ପତ୍ରକୁ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ଏ ସଂପର୍କରେ ନିଜେ ମୁହଁ ଖୋଲିଛନ୍ତି ବିଧାୟକ ମୁଦୁଲି । ସେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ କହିଛିନ୍ତି ଯେ, ‘ ମୁଁ ଆଦିବାସୀ ଥିଲି, ଅଛି ଏବଂ ରହିବି । ଏ ମାଟିର ଆମେ ଆଦିମ ଜାତିର ବଂଶଧର । ମାଟି କହିବ ପ୍ରକୃତରେ ମୁଁ ଆଦିବାସୀ ନା ଅଣ ଆଦିବାସୀ । କିଛି ଲୋକ ରାଜନୈତିକ ଉଦ୍ଦେଶ୍ୟରେ ଏପରି ଅପପ୍ରଚାର କରୁଛନ୍ତି । ଏଥରୁ କ୍ଷାନ୍ତ ନ ହେଲେ ଜନସାଧାରଣ ଉଚିତ ଜବାବ ଦେବେ ବୋଲି ସେ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ସୂଚନାଯୋଗ୍ୟ, ଜାଲ ଜାତିଗତ ପ୍ରମାଣ ପତ୍ର ଦେଇ ସେ ନିର୍ବାଚନ ଲଢିଥିବା ଅଭିଯୋଗ କରି ରାୟଗଡାର ଆର ହରିଶ ନାମକ ଜଣେ ବ୍ୟକ୍ତି ବିଧାୟକଙ୍କ ବିରୁଦ୍ଧରେ ହାଇକୋର୍ଟରେ ମାମଲା ଦାଏର କରିଛନ୍ତି । ମକରନ୍ଦ ମୁଦୁଲି ଜଣେ ଅଣ ଆଦିବାସୀ ତେଣୁ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ପାଇଁ ମାମଲା ଦାଏର କରିଛନ୍ତି । ଏଥିରେ ସେ ଦର୍ଶାଇଛନ୍ତି ଯେ, ସ୍ବାଧୀନ ଭାବେ ଜିତିଥିବା ବିଧାୟକ ମକରନ୍ଦ ମୁଦୁଲି ଜଣେ ଝୋଡିଆ ସମ୍ପ୍ରଦାୟର । ଝୋଡିଆ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ମିଳିନାହିଁ । ଆଦିବାସୀ ମାନ୍ୟତା ପାଇଁ ନିଜେ ମକରନ୍ଦ ବିଭିନ୍ନ ସ୍ତରରେ ଦାବି ଜଣାଇ ଆସୁଛନ୍ତି । ହେଲେ ସେ କିଭଳି ଜାତିଗତ ପ୍ରମାଣପତ୍ର ପାଇଲେ ଓ ନିର୍ବାଚନ ଲଢିଲେ ବୋଲି ଆବେଦନକାରୀ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ଏହି ଘଟଣାକୁ ନେଇ ରାଜ୍ୟରେ ରାଜନୀତି ସରଗରମ ହେବାରେ ଲାଗିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

Intro:
ରାୟଗଡା ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲିଙ୍କ ନାଁରେ ଜାତିଗତ ପ୍ରମାଣ ପତ୍ରକୁ ନେଇ ହାଇକୋର୍ଟରେ ମାମଲା ରୁଜୁ ହେବାପରେ ମୁହ ଖୋଲିଲେ ସ୍ଵାଧୀନ ବିଧାୟକ ମକରନ୍ଦ ମୁଦିଲି । ଏ ନେଇ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ କହିଛିନ୍ତିଯେ ମୁ ଆଦିବାସୀ ଥିଲି , ଅଛି ଏବଂ ରହିବି । ଏ ମାଟିର ଆମେ ଆଦିମ ଜାତିର ବଂଶଧର । ମାଟି କହିବ ପ୍ରକୃତରେ ମୁ ଆଦିବାସୀ ନା ଅଣ ଆଦିବାସୀ । କିଛି ଲୋକ ରାଜନୌତିକ ଉଦ୍ଧେଶ୍ୟରେ ଏ ପରି ଅପ ପ୍ରଚାର କରୁଛନ୍ତି । ଏଥରୁ କ୍ଷାନ୍ତ ନହେଲେ ଜନସାଧାରଣ ଉଚିତ ଜବାବ ଦେବେ ବୋଲି ସେ କୋହିଛୋନ୍ତି । ଏଠାରେ ସୁଛନା ଯୋଗ୍ୟକି ଜାଲ ଜାତିଗତ ପ୍ରମାଣ ପତ୍ର ଦେଇ ସେ ନିର୍ବାଚନ ଲଢିଥିବା ଅଭିଯୋଗ କରି ରାୟଗଡାର ଆର. ହରିଶ ନାମକ ଜଣେ ବ୍ୟକ୍ତି ତାଙ୍କ ବିରୁଦ୍ଧରେ ହାଇକୋର୍ଟରେ ମାମଲା ଦାଏର କରିଛନ୍ତି ।
Body:ଏଥିରେ ଆର.ହରିଶ ପଟ୍ଟନାୟକ ,ମକରନ୍ଦ ମୁଦୁଲି ଜଣେ ଅଣ ଆଦିବାସୀ ତେଣୁ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ପାଇଁ ସେ ହାଇକୋର୍ଟରେ ଏକ ମାମଲା ଦାଏର କରିଛନ୍ତି । ଏଥିରେ ସେ ଦର୍ଶାଇଛନ୍ତି ଯେ , ସ୍ବାଧୀନ ଭାବେ ଜିତିଥିବା ବିଧାୟକ ମକରନ୍ଦ ମୁଦୁଲି ଜଣେ ଝୋଡିଆ ସମ୍ପ୍ରଦାୟର । ଝୋଡିଆ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ମିଳିନାହିଁ । ଏଥିପାଇଁ ନିଜେ ମକରନ୍ଦ ବିଭିନ୍ନ ସ୍ତରରେ ଦାବି ଜଣାଇ ଆସୁଛନ୍ତି । ହେଲେ ସେ କିଭଳି ଜାତିଗତ ପ୍ରମାଣପତ୍ର ପାଇଲେ ଓ ନିର୍ବାଚନ ଲଢିଲେ ବୋଲି ଆବେଦନକାରୀ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ଏହି ଘଟଣାକୁ ନେଇ ରାଜ୍ୟରେ ରାଜନୀତି ସରଗରମ ହେବାରେ ଲାଗିଛି ।

ବାଇଟ-ଆର।ହୋରିଶ(ଫାଇଲ ବାଇଟ)
ବାଇଟ-ମକରନ୍ଦ ମୁଦୁଲି(ବିଧାୟକ ରାୟଗଡା)
Conclusion:bbb
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.