ETV Bharat / state

ମିଶନ ଶକ୍ତି ମହିଳାଙ୍କ ସ୍ଥିତି ପରଖିଲେ ମିଶନଶକ୍ତି ଉପଦେଷ୍ଟା ଲୋପାମୁଦ୍ରା ବକ୍ସିପାତ୍ର - ଆଦିବାସୀ ମହିଳାଙ୍କ ସଶକ୍ତିକରଣ

Mission Shakti Advisor Lopamudra Baxipatra visits Rayagada: ୪ ଦିନିଆ ରାୟଗଡ଼ା ଜିଲ୍ଲା ଗସ୍ତରେ ରାଜ୍ୟ ମିଶନଶକ୍ତି ଉପଦେଷ୍ଟା ଡ. ଲୋପାମୁଦ୍ରା ବକ୍ସିପାତ୍ର । ରାୟଗଡାରେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ କାର୍ଯ୍ୟର କରୁଛନ୍ତି ସମୀକ୍ଷା । ଅଧିକ ପଢନ୍ତୁ

ମିଶନ ଶକ୍ତି ମହିଳାଙ୍କ ସ୍ଥିତି ପରଖିଲେ ମିଶନଶକ୍ତି ଉପଦେଷ୍ଟା ଡ. ଲୋପାମୁଦ୍ରା ବକ୍ସିପାତ୍ର

author img

By ETV Bharat Odisha Team

Published : Dec 7, 2023, 10:54 PM IST

ମିଶନ ଶକ୍ତି ମହିଳାଙ୍କ ସ୍ଥିତି ପରଖିଲେ ମିଶନଶକ୍ତି ଉପଦେଷ୍ଟା ଡ. ଲୋପାମୁଦ୍ରା ବକ୍ସିପାତ୍ର

ରାୟଗଡ଼ା: ରାଜ୍ୟ ମିଶନଶକ୍ତି ଉପଦେଷ୍ଟା ଡ. ଲୋପାମୁଦ୍ରା ବକ୍ସିପାତ୍ର ୪ ଦିନିଆ ରାୟଗଡ଼ା ଜିଲ୍ଲା ଗସ୍ତରେ ଆସିଛନ୍ତି । ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ ମଙ୍ଗଳବାର ପ୍ରଥମ ଦିନରେ ସେ ପଦ୍ମପୁର, ଗୁଣପୁର, ରାମନାଗୁଡା ବ୍ଲକ ଗସ୍ତ କରିଥିବା ବେଳେ ଦ୍ଵିତୀୟ ଦିନରେ କୋଲନରା, ବିଷମକଟକ, ମୁନିଗୁଡ଼ା, ଚନ୍ଦ୍ରପୁର ବ୍ଲକ ପରିଦର୍ଶନ କରିଥିଲେ । ଆଜି ରାୟଗଡା , କଲ୍ୟାଣସିଂହପୁର ଏବଂ କାଶୀପୁର ବ୍ଲକ ଗସ୍ତ କରିଥିଲେ । ଏହି ଅବସରରେ ତାଙ୍କୁ ମିଶନଶକ୍ତି ମହିଳାମାନଙ୍କ ଦ୍ବାରା ଭବ୍ୟ ସମ୍ବଦ୍ଧନା ଦିଆଯାଇଥିଲା । ଆଜି ଲୋପମୁଦ୍ରା ବିଭିନ୍ନ ବ୍ଳକ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଆୟୋଜିତ ବୈଠକରେ ଯୋଗ ଦେଇଥିଲେ। ମିଶନ ଶକ୍ତି ଦ୍ଵାରା ପରିଚାଳିତ ସ୍ବୟଂ ସହାୟକ ଗୋଷ୍ଠୀ ସହିତ ସରକାରଙ୍କ ଯୋଜନା କିଭଳି ଆଗକୁ ବଢିବ ସେ ସମ୍ପର୍କରେ ମତାମତ ଗ୍ରହଣ କରିଥିଲେ । ଏହି ଅବସରରେ ଲୋକାମୁଦ୍ରା ବିଷମକଟକରେ ମିଶନଶକ୍ତି ଦ୍ଵାରା ଷ୍ଟ୍ରବେରୀ ଚାଷ ବୁଲି ଦେଖିଲେ । ପରେ ମିଶନଶକ୍ତି ଦ୍ଵାରା ରାମନାଗୁଡା ବ୍ଳକ୍ କରଡ଼ାରେ ପ୍ରସ୍ତୁତ ହେଉଥିବା ତେନ୍ତୁଳି କେକ୍, ଝାଡ଼ୁ ପ୍ରସ୍ତୁତି ଦେଖିଥିଲେ । ସେହିପରି କୋଲନରା ବ୍ଲକ୍ ପାଲିପିଣ୍ଡା ଗାଁର ଏସ୍ଏଚ୍‌ଜି ମହିଳାମାନଙ୍କ ଦ୍ଵାରା ପରିଚାଳିତ କୁକୁଡ଼ା ଫାର୍ମ ପରିଦର୍ଶନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ ... ଆଉ ପାଦେ ଆଗେଇଲା ମିଶନ ଶକ୍ତି, ଯାଜପୁରରେ ଖୋଲିଲା ରାଜ୍ୟର ପ୍ରଥମ ମିଶନ ଶକ୍ତି ସିନେମା ହଲ

ସରକାରଙ୍କ ଯୋଜନା ରାଜ୍ୟର କୋଣ ଅନୁକୋଣରେ ଥିବା ମହିଳାମାନଙ୍କ ବିକାଶ କରାଯାଇପାରିବ, ସେମାନେ କିଭଳି ମୁଖ୍ୟସ୍ରୋତରେ ସାମିଲ ହୋଇ ନିଜେ ସ୍ବାବଲମ୍ବୀ ହୋଇ ଆତ୍ମନିର୍ଭରଶୀଳ ହେବେ, ମିଶନଶକ୍ତି ସହାୟତା ଯୋଗାଇ ଦିଆଯାଉଥିବା, ଲକ୍ଷାଧିକ ଟଙ୍କାର ବ୍ୟାଙ୍କ ଋଣ ଗ୍ରହଣ କରି ବିନା ସୁଧରେ ପରିଶୋଧ କରିବା, ଲୋକେ ବ୍ୟବହାର କରୁଥିବା ଖାଇବା ସାମଗ୍ରୀ ଓ ପରିଧାନ କରୁଥିବା ପୋଷାକର ଯୋଜନା ଆଦି ସହ ମହିଳାମାନଙ୍କ ପାଇଁ ମିଶନଶକ୍ତି ମାଧ୍ୟମରେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ସମସ୍ତ ସହାୟତା ବିଷୟରେ ସେ ଆଲୋଚନା କରିଥିଲେ । ଏଥିସହ ସିଆରପି, ଏମବିକେମାନଙ୍କୁ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ବିଷୟରେ ସୂଚନା ଦେଇଥିଲେ ।

ସେହିପରି ଭବିଷ୍ୟତରେ ଅଞ୍ଚଳର ମହିଳାମାନଙ୍କୁ କିପରି ସ୍ବାବଲମ୍ବୀ କରା‌ଯିବ, କେଉଁ ଉନ୍ନୟନମୂଳକ କାର୍ଯ୍ୟ କରିବେ ସେ ସମ୍ପର୍କରେ ପଚାରି ବୁଝିଥିଲେ । ଡ. ଲୋପାମୁଦ୍ରା ବକ୍ସିପାତ୍ରଙ୍କ ଏହି ଗସ୍ତ ସମୟରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଅନସୂୟା ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସରସ୍ବତୀ ମାଝୀ, ଓଡ଼ିଶା ଜୀବିକା ମିଶନ ତଥା ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ପରିଚାଳକ ହେମନ୍ତ ବାଗ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଆଗକୁ ସାଧାରଣ ନିର୍ବାଚନ ଥିବା ଦୃଷ୍ଟିରୁ ମିଶନ ଶକ୍ତିକୁ ଅଧିକ ସରକାର ଅଭିମୁଖୀ କରିବାପାଇଁ ପ୍ରୟାସ ଆରମ୍ଭ ହୋଇଥିବା ବେଳେ ରାଜ୍ୟ ମିଶନଶକ୍ତି ଉପଦେଷ୍ଟା ଙ୍କ ଗସ୍ତ ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଚର୍ଚା ଜୋର ଧରିଛି ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.