ETV Bharat / state

Robbery: ସହକାରୀ ଜିଲ୍ଲାପାଳଙ୍କ ଘରେ କଳା କନା ବୁଲାଇଲେ ଚୋର

author img

By

Published : May 28, 2023, 9:26 PM IST

ରାୟଗଡ଼ାରେ ମାତିଲେ ଚୋର । ସହକାରୀ ଜିଲ୍ଲାପାଳଙ୍କ ଘରେ ବୁଲାଇଲେ କଳାକନା । ଅଧିକ ପଢନ୍ତୁ

Etv Bharat
Etv Bharat
ସହକାରୀ ଜିଲ୍ଲାପାଳଙ୍କ ଘରେ କଳା କନା ବୁଲାଇଲେ ଚୋର

ରାୟଗଡ଼ା: ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ଚୋରଙ୍କ ଉପଦ୍ରବ । ମନ୍ଦିର, ବୃଦ୍ଧ ଦମ୍ପତିଙ୍କ ଘରେ ଡକାୟତି ଭଳି ଘଟଣା ପରେ ଏବେ ଆଉ ଏକ ଚୋରି ଘଟଣା ସାମ୍ନାକୁ ଆସିଛି। ଗତକାଲି(ଶନିବାର) ବିଳମ୍ବିତ ରାତ୍ରିରେ ଜନୈକ ପ୍ରଶାସକଙ୍କ ଘରେ ଚୋରି ହୋଇଥିବା ଚୋରି ହୋଇଛି । ମାଲକାନଗିରି ଜିଲ୍ଲାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ଜିଲ୍ଲାପାଳ ପ୍ରସନ୍ନ ପାଢୀଙ୍କ ବାସଭବନରେ ଏହି ଚୋରି ହୋଇଥିବା ଜଣାପଡ଼ିଛି ।

ରାୟଗଡ଼ା ସହର ସ୍ଥିତ ସ୍ଥାନୀୟ କସ୍ତୁରୀ ନଗର ତୃତୀୟ ଗଳିରେ ମାଲକାନଗିରି ଜିଲ୍ଲାର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ଜିଲ୍ଲାପାଳ ପ୍ରସନ୍ନ ପାଢୀ ବାସ କରନ୍ତି । ସେଠାରେ ତାଙ୍କ ନିଜସ୍ବ ବାସଭବନରୁ ଏହି ଚୋରି ହୋଇଛି । ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ପଛ ପଟର ଝରକା ତାଡ଼ି ଚୋରମାନେ ଝରକା ଦେଇ ଘର ଭିତରେ ପ୍ରବେଶ କରିଥିଲେ । ପାଢ଼ୀ ବାବୁଙ୍କ ପତ୍ନୀ ମିନାକ୍ଷୀ ପାଢ଼ୀ ଚୋର ପଶିଥିବା ଜାଣି ଜୋରରେ ଚିତ୍କାର କରିବାରୁ ଉକ୍ତ ଘରୁ ଚୋରମାନେ ଚମ୍ପଟ୍‌ ମାରି ପଳାଇଥିଲେ । ପାଢ଼ୀ ବାବୁଙ୍କ ଘରେ ଭଡ଼ାରେ ରହୁଥିବା ସିଆରପିଏଫ ପୋଲିସ ଅଧିକାରୀ ପହଞ୍ଚି ରାୟଗଡା ଥାନା ପୋଲିସ ଫୋନ କରି ଡକାଇଥିଲେ ।

ଏହା ବି ପଢନ୍ତୁ- ନିଶା କାରବାର ନେଇ କଡା କାର୍ଯ୍ୟାନୁଷ୍ଠାନ, ଗଞ୍ଜେଇ ମାଫିଆର 3କୋଟି ମୂଲ୍ୟର ସମ୍ପତ୍ତି ଜବତ

ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ ସହ ପହଞ୍ଚି ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି । ସେପଟେ ଆଜି ପ୍ରଦୂଷଣ ବୋର୍ଡ କାର୍ଯ୍ୟାଳୟ ନିକଟରେ ସନ୍ଦେହଜନକ ଅବସ୍ଥାରେ ବୁଲୁ ଥିବା ୬ ଜଣ ଯୁବକମାନଙ୍କୁ ପୋଲିସ ଅଧିକାରୀ ଥାନାରେ ଅଟକ ରଖି ପଚରାଉଚରା କରୁଛନ୍ତି । ପ୍ରସନ୍ନ ପାଢ଼ୀଙ୍କ କହିବା ଅନୁସାରେ ୧୦ ଭରି ସୁନା ଅଳଙ୍କାର ସହିତ 1 କିଲୋ ରୂପା ଅଳଙ୍କାର ଓ 50 ହଜାର ଟଙ୍କା ଚୋରମାନେ ଚୋରାଇ ନେଇଛନ୍ତି । ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ସନ୍ଧାନ ଜାରି ରଖିଛିନ୍ତି ।

ଏପରି ଗୋଟିଏ ପରେ ଗୋଟିଏ ଚୋରି ଘଟଣା ଘଟୁଥିବା ବେଳେ ଚୋରମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଥିବା ମନେ ହେଉଛି । କେତେବଳେ ବୃଦ୍ଧା ମହିଳାଙ୍କ ବେକରୁ ସୁନା ଚେନ ଛିନତାଇ କରୁଥିବା ବେଳେ କେତେବେଳେ ଘରେ କେହି ନଥିବାରୁ ସୁଯୋଗ ନେଇ ଚୋରି କରୁଛି । ଚୋରମାନଙ୍କର ଲୋଲୁପ ଦୃଷ୍ଟି ମଧ୍ୟ ସହରରେ ଥିବା ମନ୍ଦିର ଉପରେ ପଡିଥିବାର ଦେଖିବାକୁ ମିଳିଛି । କିଛି ଦିନ ତଳେ ସହରରେ ଥିବା କାଳୀ ମନ୍ଦିର ଓ ଗୌତମ ନଗରରେ ଥିବା ଶିବ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଚୋରମାନେ ଲକ୍ଷାଧିକ ଟଙ୍କା ସହ ସୁନା ଓ ରୂପା ଚୋରି କରି ନେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଚୋରିର ଟେର୍ ପାଇ ପାରିନାହିଁ ରାୟଗଡା ପୋଲିସ ।

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.