ETV Bharat / state

ସଟର ଭାଙ୍ଗି ଦୋକାନରୁ ଲକ୍ଷାଧିକ ଟଙ୍କା ସହ ଦାମୀ ସାମଗ୍ରୀ ଚୋରି - ରାୟଗଡା ଖବର

ରାୟଗଡ଼ା ସହରର ସଟର ଭାଙ୍ଗି ଦୋକାନରୁ ଲକ୍ଷାଧିକ ଟଙ୍କା ସହ ଦାମୀ ସାମଗ୍ରୀ ଚୋରି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ

miscreants-shoote
ସଟର ଭାଙ୍ଗି ଦୋକାନରୁ ଲକ୍ଷାଧିକ ଟଙ୍କା ସହ ଦାମୀ ସାମଗ୍ରୀ ଚୋରି
author img

By

Published : Dec 5, 2021, 10:57 PM IST

ରାୟଗଡା: ସଟର ଭାଙ୍ଗି ଦୋକାନରୁ ଦାମୀ ସାମଗ୍ରୀ ସହ ଲକ୍ଷାଧିକ ଟଙ୍କା ଚୋରି । ରାୟଗଡ଼ା ସହରର କପିଳାସ ରୋଡ ସ୍ଥିତ ହନୁମାନ ଏଜେନ୍ସି ନାମକ ଏକ ଗ୍ରୋସେରି ହୋଲସେଲ ଦୋକାନରେ ଗତକାଲି ରାତିରେ ଚୋରି ହୋଇଛି । ଦୁର୍ବୃତ୍ତ ମାନେ ଦୋକାନ ସଟର ଭାଙ୍ଗି ଚୋରି କରିଛନ୍ତି ।

ସଟର ଭାଙ୍ଗି ଦୋକାନରୁ ଲକ୍ଷାଧିକ ଟଙ୍କା ସହ ଦାମୀ ସାମଗ୍ରୀ ଚୋରି

ରାୟଗଡା ସହରର ପି. ଗିରିସ କୁମାର ନାମକ ବ୍ୟକ୍ତିଙ୍କ ଦୋକାନରୁ ଗତକାଲି ରାତିରେ ନଗଦ ପାଖାପାଖି 6 ଲକ୍ଷ ସମେତ ଲକ୍ଷାଧିକ ଟଙ୍କାର ଦାମୀ ସାମଗ୍ରୀ ଚୋରି କରିନେଇଥିବା ଅଭିଯୋଗ ହୋଇଛି । ଆଜି ବର୍ଷା ଯୋଗୁଁ ଦୋକାନ ବିଳମ୍ବରେ ଖୋଲାଯାଇଥିଲା । ଦୋକାନ ମାଲିକ ଦୋକାନ ଖୋଲିବା ସମୟରେ ସଟର ଭଙ୍ଗା ଯାଇଥିବା ଜାଣିବାକୁ ପାଇଥିଲେ । ସେ ଆଉ ନଖୋଲି ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ନିକଟରେ ଥିବା ଅନ୍ୟ ଦୋକାନ ସିସିଟିଭି ଅନୁଧ୍ୟାନ ବେଳେ ଦୁଇ ଜଣ ଦୁର୍ବୃତ୍ତ ଏହି ଚୋରି କରିଥିବା ନଜରକୁ ଆସିଛି । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ଦଳ ଅନ୍ୟ ଏକ ଘଟଣାର ତଦନ୍ତରେ ପଦ୍ମପୁର ଅଞ୍ଚଳ ଯାଇଥିବାରୁ ଫେରିବା ପରେ ଅନୁସନ୍ଧାନ ହେବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.