ରାୟଗଡ଼ା: ବିଷମ କଟକ ପୋଲିସ ଲକ୍ଷାଧିକ ଟଙ୍କାର ବେଆଇନ ଗୁଟଖା ଜର୍ଦା ଜବତ କରିଛି । ରାୟଗଡା ଜିଲ୍ଲା ବିଷମ କଟକ ପୋଲିସ ଏକ ମିନି ଟ୍ରକ ସହ 130 ବସ୍ତା ଗୁଟଖା, 26 ବସ୍ତା ଜର୍ଦା ଜବତ କରିଛି । ଏହି ଘଟଣାରେ 4 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
ବିଷମ କଟକ ପୋଲିସ ସ୍ଥାନୀୟ ସାର୍ତ୍ତେଲି ଛକ ନିକଟର ପେଟ୍ରୋଲିଂ କରିବା ସମୟରେ ଏହି ମିନି ଟ୍ରକ ଯାଞ୍ଚ କରିବା ସମୟରେ ବିପୁଳ ପରିମାଣର ଗୁଟଖା ଓ ଜର୍ଦା ପାଇଥିଲା । ଏହି ଜବତ ଗୁଟଖା ବ୍ରହ୍ମପୁର ବଡବଜାରରୁ ଚାନ୍ଦିଲି ଓ ମୁନିଗୁଡା ସହରର ଦୁଇ ବ୍ୟବସାୟଙ୍କ ପାଖକୁ ବେଆଇନ ଭାବେ ଆସୁଥିବା ବେଳେ ପୋଲିସ ଜବତ କରିଛି । ଜବତ ଗୁଟଖା ଓ ଜର୍ଦାର ଆନୁମାନିକ ମୂଲ୍ୟ 20 ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡିଛି ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ