ETV Bharat / state

ଡ଼ିସେମ୍ବରରେ ମଣ୍ଡି ଖୋଲିବା ନେଇ ଜିଦରେ ଅଟଳ ମିଲର - ରାୟଗଡା ଖବର

ଧାନ ପାଚି ହଳଦୀ ହେଲାଣି। ହେଲେ ମଣ୍ଡି ଖୋଲିବା ପାଇଁ ଛିଡୁନି ତାରିଖ। ଚାଷୀ, ମିଲରଙ୍କୁ ଏକାଠି ବସାଇ ରାସ୍ତା ବାହାର କରିବାର ପ୍ରୟାସ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ। ଅଧିକ ଖବର ପଢନ୍ତୁ...

ଡ଼ିସେମ୍ବରରେ ମଣ୍ଡି ଖୋଲିବା ନେଇ ଜିଦରେ ଅଟଳ ମିଲର
author img

By

Published : Nov 2, 2019, 6:08 PM IST

ରାୟଗଡା: ଧାନ ପାଚି ବିଲ ଏବେ ହଳଦୀ ରଙ୍ଗଧରିଲାଣି । ସେପଟେ ମଣ୍ଡି ଖୋଲିବାର ଅଙ୍କ ଛିଡ଼ୁନି। ଚାଷୀ, ମିଲରଙ୍କୁ ଏକାଠି ବସାଇ ରାସ୍ତା ବାହାର କରିବାର ପ୍ରୟାସ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ। ଚଳିତବର୍ଷ କିପରି ଖରିଫ ଧାନ ସଂଗ୍ରହ ସୁରୁଖୁରୁରେ ହୋଇପାରିବ ସେନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ।

ଚଳିତ ବର୍ଷ ନଭେମ୍ବର ୧୫ ତାରିଖରୁ ମଣ୍ଡି ଖୋଲିବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛି ମିଲର୍ସ ଆସୋସିଏସନ। ଜିଲ୍ଲାରେ ବିଳମ୍ବରେ ଧାନ ଅମଳ ହେଉଥିବା ବେଳେ ସରକାର ନଭେମ୍ବର ବଦଳରେ ଡ଼ିସେମ୍ବର ମାସରୁ ଧାନ ସଂଗ୍ରହ ପାଇଁ ତାରିଖ ଧାର୍ଯ୍ୟ ନକଲେ କୌଣସି ମିଲର ଧାନ ସଂଗ୍ରହରେ ଭାଗନେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ସେମାନେ।

ଡ଼ିସେମ୍ବରରେ ମଣ୍ଡି ଖୋଲିବା ନେଇ ଜିଦରେ ଅଟଳ ମିଲର

ସେପଟେ ଚଳିତ ଖରିଫ ଋତୁରେ ୮୯ ହଜାର ୮୫୧ ମେଟ୍ରିକ ଟନ ଧାନ ସଂଗ୍ରହର ଲକ୍ଷ ଧାର୍ଯ୍ୟ କରିଛି ଯୋଗାଣ ବିଭାଗ । କୃଷି ବିଭାଗର ଆକଳନ ଅନୁଯାଇ ଚଳିତ ବର୍ଷ ୧ ଲକ୍ଷ ୫୯ ହଜାର ୮୫୧ ମେଟ୍ରିକ ଟନ ଧାନ ଅମଳ ହେବ।

ତେବେ ଚାଷୀ କିପରି ନିଜ ଉତ୍ପାଦିତ ଧାନକୁ ମଣ୍ଡି ମାଧ୍ୟମରେ ବିକ୍ରି କରିପାରିବେ ସେନେଇ ଜିଲ୍ଲାରେ ୩୬ ସ୍ଥାନରେ ମଣ୍ଡି ଖୋଲିବା ପାଇଁ ଚିହ୍ନଟ କରିଛି ଯୋଗାଣ ବିଭାଗ । ଏଥିସହ ୧୪ ଗୋଟି ଧାନ କ୍ରୟକେନ୍ଦ୍ର ମଧ୍ୟ ଖୋଲାଯାଇ ଚାଷୀଙ୍କ ଠାରୁ ସିଧାସଳଖ ଧାନ କିଣିବା ପାଇଁ ଯୋଜନା କରିଛି ଯୋଗାଣ ବିଭାଗ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ଡ଼ିସେମ୍ବରରେ ମଣ୍ଡି ଖୋଲିବା ନେଇ ମିଲର ଜିଦରେ ଅଟଳBody:ଧାନ ପାଚି ବିଲ ଏବେ ହଳଦୀ ରଙ୍ଗଧରିଲାଣି । ସେପଟେ ମଣ୍ଡି ଖୋଲିବାର ଅଙ୍କ ଛିଡ଼ୁନି । ଚାଷୀ , ମିଲରକୁ ଏକାଠି ବସାଇ ରାସ୍ତା ବାହାର କରିବାର ପ୍ରୟାସ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ଚଳିତ ବର୍ଷ କିପରି ଖରିଫ ଧାନ ସଂଗ୍ରହ ସୁରୁଖୁରୁରେ ହୋଇପାରିବ ସେ ନେଇ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ । ତେବେ ଚଳିତ ବର୍ଷ ନଭେମ୍ବର ୧୫ ତାରିଖରୁ ମଣ୍ଡି ଖୋଲିବା ପାଇଁ ସରକାର ନିଷ୍ଫତିକୁ ବିରୋଧ କରିଛି ମିଲର ଏସୋସିଏସନ । । ଜିଲ୍ଲାରେ ଡ଼େରିରେ ଧାନ ଅମଳ ହେଉଥିବା ବେଳେ ସରକାର ନଭେମ୍ବର ବଦଳରେ ଡ଼ିସେମ୍ବର ମାସରୁ ଧାନ ସଂଗ୍ରହ ପାଇଁ ତାରିଖ ଧାର୍ଯ୍ୟ ନ କଲେ କୈଣସି ମିଲର ଧାନ ସଂଗ୍ରହରେ ଭାଗନେବେ ନାହିଁ ବୋଲି ଚେତାବନି ଦେଇଛନ୍ତି ମିଲର ।
Conclusion:ସେପଟେ ଚଳିତ ଖରିଫ ଋତୁରେ ୮୯ ହଜାର ୮୫୧ ମେଟ୍ରିକ ଟନ ଧାନ ସଂଗ୍ରହର ଲକ୍ଷ ଧାର୍ଯ୍ୟ କରିଛି ଯୋଗାଣ ବିଭାଗ । କିନ୍ତୁ କୃଷି ବିଭାଗର ଆକଳନ ଅନୁଯାଇ ଚଳିତ ବର୍ଷ ୧ ଲକ୍ଷ ୫୯ ହଜାର ୮୫୧ ମେଟ୍ରିକ ଟନ ଧାନ ଅମଳ ହେବ । ତେବେ ଚାଷୀ ମାନେ କିପରି ନିଜ ଉତ୍ପାଦିତ ଧାନକୁ ମଣ୍ଡି ମାଧ୍ୟମରେ ବିକ୍ରି କରିପାରିବେ ସେ ନେଇ ଜିଲ୍ଲାରେ ୩୬ ସ୍ଥାନରେ ମଣ୍ଡି ଖୋଲାବା ପାଇଁ ଚିହ୍ନଟ କରିଛି ଯୋଗାଣ ବିଭାଗ । ଏଥି ସହ ୧୪ ଗୋଟି ଧାନ କ୍ରୟ କେନ୍ଦ୍ର ମଧ୍ୟ ଖୋଲାଯାଇ ଚାଷିଙ୍କ ଠାରୁ ସିଧା ସଳଖ ଧାନ କିଣିବା ପାଇଁ ଯୋଜନା କରିଛି ଯୋଗାଣ ବିଭାଗ ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.