ETV Bharat / state

ଭୟଙ୍କର ଅଗ୍ନିକାଣ୍ଡ, 13ଟି ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ - Massive Fire Breaks Out at rayagada

ଗୁଣପୁର ଜଗନ୍ନାଥପୁର ପଞ୍ଚାୟତ ତୁମିକିମାନି ଗୁଡାରେ ବଡ ଧରଣର ଅଗ୍ନିକାଣ୍ଡ । ଏଥିରେ 3ଟି ପରିବାରର 13ଟି ଘର ପୋଡି ପାଉଁଶ ହୋଇଥିଲାବେଳେ ଅମଳ ଧାନ ଓ ଘରର ସମସ୍ତ ଆସବାବପତ୍ର ଧ୍ବଂସ ହୋଇଯାଇଛି । ଅଧିକ ପଢନ୍ତୁ..

ଭୟଙ୍କର ଅଗ୍ନିକାଣ୍ଡ, 13 ଟି ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି  ପାଉଁସ

author img

By

Published : Dec 16, 2020, 8:58 PM IST

ରାୟଗଡା: ବୁଧବାର ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତ ତୁମିକିମାନିଗୁଡାରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଦୁଇ ବଖରା ବିଶିଷ୍ଟ ତିନୋଟି ଘର ପୋଡି ପାଉଁଶ ହୋଇଯାଇଛି ।

ଭୟଙ୍କର ଅଗ୍ନିକାଣ୍ଡ, 13 ଟି ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁସ

ଘରପୋଡି ହୋଇଥିବା ଟେଲିଫୋନ ଜନିତ ଖବର ପାଇ ଗୁଣପୁର ଅଗ୍ନିଶମ ବିଭାଗ କର୍ମଚାରୀ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଛନ୍ତି । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବାବେଳେ ଗ୍ରାମର ତିନି ପରିବାର ଯଥା ଲାକିୟା ନିମାଲା, ଲକ୍ଷ୍ମୀ ପାଟିନା ଏବଂ ନିମାଲା ସମ୍ପନ ମୋଟ ୩ଟି ପରିବାରର ୧୩ଟି ଘରପୋଡି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି ।

ଏଥିସହ ସେମାନଙ୍କର ସମ୍ପୂର୍ଣ୍ଣ ଆସବାବପତ୍ର ଓ ଏହି ବର୍ଷ ଅମଳ ହୋଇଥିବା ରହିଥିବା ଧାନ ସମ୍ପୂର୍ଣ୍ଣ ପୋଡି ଯାଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୬୦,୦୦୦ ଟଙ୍କା ବୋଲି ଜଣାପଡିଛି । ସ୍ଥାନୀୟ ବ୍ଲକ ପ୍ରଶାସନ ତୁମିକିମାନି ଗୁଡାରେ ପହଞ୍ଚି ପ୍ରାଥମିକ କ୍ଷୟ କ୍ଷତିର ଆକଳନ କରିବା ସହ ଘରପୋଡିରେ କ୍ଷତିଗ୍ରସ୍ତ ପରିବାର ଲୋକଙ୍କ ପାଇଁ ରନ୍ଧାଖାଦ୍ୟର ବ୍ୟବସ୍ଥା କରିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.