ETV Bharat / state

ଆସନ୍ତା 15ରେ ୭ ଜିଲ୍ଲା ବନ୍ଦ ଡାକରା ଦେଲା ମାଓ ସଂଗଠନ

author img

By

Published : May 12, 2023, 1:48 PM IST

ସିପିଆଇ ମାଓବାଦୀ ସଂଗଠନ ପକ୍ଷରୁ ଅଡିଓ ଟ୍ୟାପ ଜାରି । ଆସନ୍ତା ୧୫ ତାରିଖ ଦିନ ୭ ଜିଲ୍ଲାରେ ବନ୍ଦ ପାଳନ ପାଇଁ ଆହ୍ୱାନ ଦେଲେ ମାଓବାଦୀ । ଅଧିକ ପଢନ୍ତୁ

୭ ଜିଲ୍ଲା ବନ୍ଦ ଡାକରା ଦେଲା ମାଓ ସଂଗଠନ
୭ ଜିଲ୍ଲା ବନ୍ଦ ଡାକରା ଦେଲା ମାଓ ସଂଗଠନ

ରାୟଗଡା: ସିପିଆଇ ମାଓବାଦୀ ସଂଗଠନ ପକ୍ଷରୁ ଆଜି ଏକ ଅଡିଓ ଟ୍ୟାପ ଜାରି କରାଯାଇଛି । ଏଥିରେ ମାଓବାଦୀମାନେ ଆସନ୍ତା ମେ' ୧୫ ତାରିଖ ଦିନ ୭ଟି ଜିଲାରେ ବନ୍ଦ ପାଳନ ପାଇଁ ଆହ୍ଵାନ କରିଛନ୍ତି । ସେହି ଜିଲ୍ଲା ଗୁଡିକ ହେଲା ରାୟଗଡ଼ା, ଗଞ୍ଜାମ, କନ୍ଧମାଳ କଳାହାଣ୍ଡି ,ବୌଦ୍ଧ, ଗଜପତି ଓ ନୟାଗଡ଼ । ୧୨ ଦଫା ଦାବି ନେଇ ମାଓ ସଂଗଠନ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ବନ୍ଦ ପାଳନରୁ ଅତି ଜରୁରୀ ସେବା ଯଥା ମେଡିକାଲ, ଆମ୍ବୁଲାନ୍ସ, ମେଡିକାଲ ଷ୍ଟୋର, କ୍ଷୀର ଗାଡ଼ି ଓ ପରୀକ୍ଷା କେନ୍ଦ୍ର ବାଦ୍ ଦେବା ନିମନ୍ତେ ଅଡିଓ ଟ୍ୟାପ ମାଧ୍ୟମରେ କହିଛନ୍ତି ।

ମାଓବାଦୀଙ୍କ ପକ୍ଷରୁ କରାଯାଇଥିବା ୧୨ ଗୋଟି ଦାବି ଗୁଡିକ ହେଲା, ଯୋଗ୍ୟ ଗରିବ ଆଦିବାସୀ ଚାଷୀ ମୂଲିଆଙ୍କୁ ୬ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ଵା ବିଜୁ ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯାଉ । PDS ଚାଉଳ ସହ ତେଲ, ଡାଲି, ଲୁଣ ମାଗଣାରେ ଦିଆଯାଉ । ପ୍ରତ୍ୟେକ ଗାଁକୁ ପକ୍କା ରାସ୍ତା ପାନୀୟ ଜଳ ଓ ମାଗଣାରେ ୧୦୦ ୟୁନିଟ ଯାଏଁ ବିଜୁଳି ମିଳୁ । ପ୍ରତି ପଞ୍ଚାୟତରେ ଡାକ୍ତରଖାନା ଓ ଅଭିଜ୍ଞ ଡାକ୍ତର ନିଯୁକ୍ତି କରାଯାଉ । ପ୍ରତ୍ୟେକ ପଞ୍ଚାୟତରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା, ପିଲା କମ୍ କହି ବନ୍ଦ କରାଯାଇଥିବା ବିଦ୍ୟାଳୟ ପୁଣି ଖୋଲାଯାଉ । ଖାଲି ଥିବା ଶିକ୍ଷକ ପଦବୀ ନିଯୁକ୍ତି ତୁରନ୍ତ ପୂରଣ କରାଯାଉ । ଦଳିତ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମାସିକ ୩୦୦୦ ଟଙ୍କା ଛାତ୍ରବୃତ୍ତି ସହ ମାଗଣାରେ ଉଚ୍ଚଶିକ୍ଷା ଦିଆଯାଉ । ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ୩୦୦୦କୁ ବୃଦ୍ଧି ହେଉ । ବେକାରୀଙ୍କୁ ଦାଦନ ଖଟି ଯିବାକୁ ରୋକାଯାଉ, ଯେତେ ଦିନ ଯାଏଁ ରୋଜଗାର ଦିଆଯାଇ ନାହିଁ ସେତେ ଦିନ ପର୍ଯ୍ୟନ୍ତ ସେମାନଙ୍କୁ ମାସିକ ୩୦୦୦ ଟଙ୍କା ବେକାରୀ ଭତ୍ତା ପ୍ରଦାନ କରାଯାଉ । ମନରେଗା ଯୋଜନାରେ ବର୍ଷକୁ ୨୦୦ ଦିନ ଏବଂ ଦୈନିକ ମଜୁରୀ ୬୦୦ ଦିଆଯାଉ । ସିଆଳି ପତ୍ର ଓ କେନ୍ଦୁପତ୍ର ଉପରୁ ଜିଏସଟି ଉଠାଇ ସମସ୍ତ ଜଙ୍ଗଲଜାତ ଦ୍ରବ୍ୟର ଉଚିତ ମୂଲ୍ୟ ମିଳୁ ।

ଚାଷୀଙ୍କୁ ପେନସନ ପ୍ରଦାନ ସହ ଚାଷୀ ଋଣ ଛାଡ଼ ଓ ପ୍ରତି ବ୍ଲକରେ ଗୋଟିଏ ଶୀତଳ ଭଣ୍ଡାର ଖୋଲାଯାଉ । ବିସ୍ଥାପନ ବନ୍ଦ କରି ରାଜ୍ୟରେ ବକ୍ସାଇଟ, କୋଇଲା ଲୁଟ କରୁଥିବା ବହୁଦେଶୀୟ କମ୍ପାନୀକୁ ଲିଜ୍ ବାତିଲ କରାଯାଇ ସେହି ଜାଗାରେ ଜଙ୍ଗଲଜାତ ଦ୍ରବ୍ୟ ଲଗାଇବା ନିମନ୍ତେ ପଦକ୍ଷେପ ନିଆଯାଉ । ସରକାର ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ଶିକ୍ଷକଙ୍କ ଦାବି ତୁରନ୍ତ ମାନି ନିଅନ୍ତୁ ବୋଲି ମାଓ ସଂଗଠନ ଦାବି କରିଛି । ଆସନ୍ତା ୧୫ ତାରିଖ ଦିନ ବନ୍ଦ ପାଳନ ସଫଳ କରିବାକୁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ମାଓବାଦୀ ।

ଇଟିଭି ଭାରତ, ରାୟଗଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.