ETV Bharat / state

ନିୟମଗିରିରେ ମାଓ ପୋଷ୍ଟର, ରାସ୍ତା ନିର୍ମାଣକାରୀ ଠିକାଦାରଙ୍କୁ ହତ୍ୟା ଧମକ - ନିୟମଗିରିରେ ମାଓ ପୋଷ୍ଟର

ନିୟମଗିରିର ପାରସାଳିରେ ମାଓ ପୋଷ୍ଟର ଓ ବ୍ୟାନର । ରାସ୍ତା ନିର୍ମାଣକାରୀ ୨ ଠିକାଦାରଙ୍କୁ ମୃତ୍ୟୁ ଦଣ୍ଡ ଓ ଦଳାଳୀଙ୍କୁ ଦଣ୍ଡ ଚେତାବନୀ । ଅଧିକ ପଢନ୍ତୁ...

ନିୟମଗିରିରେ ମାଓ ପୋଷ୍ଟର, ରାସ୍ତା ନିର୍ମାକାରୀ ଠିକାଦାରଙ୍କୁ ହତ୍ୟା ଧମକ

author img

By

Published : Nov 25, 2020, 1:53 PM IST

ରାୟଗଡ଼ା: କଲ୍ୟାଣସିଂହପୁର ବ୍ଲକ୍ ନିୟମଗିରି ଅଞ୍ଚଳର ପାରଶାଲି ପଞ୍ଚାୟତ ନିକଟରେ ଥିବା ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟର ଗେଟରେ ଲାଗିଛି ମାଓ ପୋଷ୍ଟର । ଗୋଟିଏ ବ୍ୟାନର ସମେତ ୨ଟି ମାଓ ପୋଷ୍ଟର ଲଗାଯାଇଛି । ଦୀର୍ଘ ବର୍ଷ ପରେ ପୁଣି ଥରେ ଏଠାରେ ମାଓପୋଷ୍ଟର ଲାଗିଛି । ଏଥିରେ ସିପିଆଇ ମାଓବାଦୀ ବାଘୁନା ଡିଭିଜନ ବଳି ଦର୍ଶାଯାଇଛି ।

ନିୟମଗିରିରେ ମାଓ ପୋଷ୍ଟର, ରାସ୍ତା ନିର୍ମାକାରୀ ଠିକାଦାରଙ୍କୁ ହତ୍ୟା ଧମକ

ନିୟମଗିରି ଅଞ୍ଚଳରେ ଦୁଇଟି ରାସ୍ତା ନିର୍ମାଣ ଚାଲିଛି । ଗୋଟିଏ ହେଲା ପାରସାଲି ଠାରୁ ସାରିଝୋଲା ଓ ଅନ୍ୟଟି ବୁଡୁଣି ଠାରୁ ଗୁମ୍ମା । ଏହି ୨ ରାସ୍ତା ଠିକାଦାରଙ୍କୁ ମୃତ୍ୟୁ ଦଣ୍ଡ ଦିଆଯିବ ଓ ଦୁଇ ଦଲାଲିଙ୍କୁ ଦଣ୍ଡ ଦିଆଯିବ ବୋଲି ଧମକ ଦିଆଯାଇଛି । ବିଦେଶୀ କମ୍ପାନୀ ବେଦାନ୍ତର ସ୍ବାର୍ଥ ପାଇଁ ନିୟମଗିରି ଅଞ୍ଚଳରେ ରାସ୍ତା ନିର୍ମାଣ ଜୋର ଜବରଦସ୍ତ କରାଯାଉଛି । ଅଞ୍ଚଳବାସୀଙ୍କ ବିନା ମତାମତ କିମ୍ବା ବିନା ଗ୍ରାମସଭାରେ ରାସ୍ତା କରିବା କାରଣ କ'ଣ ବୋଲି ପ୍ରଶ୍ନ କରାଯାଇଛି ।

ଆସନ୍ତା ଡ଼ିସେମ୍ବର ୨ ତାରିଖରୁ ୮ ପର୍ଯ୍ୟନ୍ତ ପିଏଲ୍ ଜିଏଲ୍ ଦିବସ ପାଳନ କରିବାକୁ ନିବେଦନ କରିଛନ୍ତି । ଏହି ସମ୍ପର୍କରେ ନିଜ ପ୍ରତିକ୍ରିୟାରେ ରାୟଗଡା ଏସପି ଡ଼ଃ ସର୍ବନ ବିବେକ ଏମ୍ କହିଛନ୍ତି ଯେ ସ୍ଥାନୀୟ ବାସିନ୍ଦାଙ୍କ ଆବଶ୍ୟକତା, ମତାମତ ଏବଂ ସହଯୋଗରେ ସେଠାକାର ଉନ୍ନୟନ କାମ ଜାରି ରହିଛି । ଏହାକୁ ବ୍ୟାଘାତ କରିବା ପାଇଁ ମାଓବାଦୀଙ୍କ ଏହା ଏକ ଯୋଜନା ତେଣୁ ସେହି ଅଞ୍ଚଳରେ ପୋଲିସ ଏବଂ ପରାମିଲେଟେରୀ ଫୋର୍ସର ଏରିଆ ଡୋମିନେସନ ଜାରି ରହିଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.