ETV Bharat / state

ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ - ରାୟଗଡ଼ାରେ ମାଣ୍ଡିଆ ଦିବସ ପାଳିତ

ରାୟଗଡ଼ାରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ ହୋଇଯାଇଛି। ପୁଷ୍ଟିକର ଖାଦ୍ୟ ଯୋଗାଇବାକୁ ମିଲଟ ମିଶନ ସାହାର୍ଯ୍ୟରେ ରାଜ୍ୟରେ ଏହି ମାଣ୍ଡିଆ ଏବେ ବହୁଳ ଭାବେ ଚାଷ କରାଯାଉଛି । ଅଧିକ ପଢ଼ନ୍ତୁ

ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ
ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ
author img

By

Published : Nov 10, 2022, 11:03 PM IST

ରାୟଗଡ଼ା : ରାୟଗଡ଼ାରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ ହୋଇଯାଇଛି । ପୁଷ୍ଟିକର ଖାଦ୍ୟ ଯୋଗାଇବାକୁ ମିଲଟ ମିଶନ ସାହାର୍ଯ୍ୟରେ ରାଜ୍ୟରେ ଏହି ମାଣ୍ଡିଆ ଏବେ ବହୁଳ ଭାବେ ଚାଷ କରାଯାଉଛି । ଏହାର ପ୍ରଚାର ପ୍ରସାର ପାଇଁ ମଧ୍ୟ ସରକାର ଚେଷ୍ଟିତ। ଏହାକୁ ସାକାର କରିବାକୁ ଆଜି ରାୟଗଡ଼ାରେ ଜିଲ୍ଲାସ୍ତରୀୟ ଏହି ମାଣ୍ଡିଆ ଦିବସକୁ ସ୍ଥାନୀୟ ଆଶୋକ କଲ୍ୟାଣ ମଣ୍ଡପ ଠାରେ ପାଳନ କରାଯାଇଛି ।

ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ

ଜିଲ୍ଲା କୃଷିବିଭାଗ ଦ୍ଵାରା ଆୟୋଜିତ ଉକ୍ତ ଖାଦ୍ୟ ମେଳାକୁ ମୁଖ୍ୟଅତିଥି ଭାବେ ରାୟଗଡା ଜିଲ୍ଲାପାଳ ସ୍ୱଧାଦେବ ସିଂ ଯୋଗଦେଇ ଉଦଘାଟନ କରିଥିଲେ। ଜିଲ୍ଲାର ବିଭିନ୍ନ ବ୍ଲକରେ ମିଲଟ ମିଶନ ଦ୍ଵାରା ଉପକୃତ ସ୍ଵୟଂସହାୟିକା ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟକୁ 9ଟି ଷ୍ଟଲ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା ।

ଅତିଥିମାନେ ସେଗୁଡ଼ିକର ସ୍ଵାଦ ପରଖି ଥିଲେ। ଏହି ଅବସରରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରାମଚନ୍ଦ୍ର ଦାସ, ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀ ଡା ଲାଲମୋହନ ରାଉତରାୟ, ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ଚଳିତ ବର୍ଷ 7309ହେକ୍ଟର ଜମିରେ ପାଖାପାଖି 6ହଜାର ଚାଷୀ ମାଣ୍ଡିଆ ଚାଷ କରାଯାଇଥିଲା ।

ମାଣ୍ଡିଆ ଦିବସ ଆଦରରେ ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ର, ଆହାର କେନ୍ଦ୍ର ଆଦିରେ ମାଣ୍ଡିଆ ପ୍ରସ୍ତୁତି ଖାଦ୍ୟ ଦିଆଯିବା ସହ ଏହାକୁ ବହୁଳ ପ୍ରଚାର ପ୍ରସାର ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ଜିଲ୍ଲାପାଳ ସ୍ଵଧା ଦେବ ସିଂ ପ୍ରକାଶ କରିଛନ୍ତି। ମାଣ୍ଡିଆ ଚାଷକୁ ଜନ ପ୍ରିୟ କରାଇବା ଏବଂ ମାଣ୍ଡିଆକୁ ଖାଦ୍ୟ ଭାବେ ଜନ ପ୍ରିୟ କରାଇବା ଏହି ୨ଟି ଆଭିମୁଖ୍ୟ ନେଇକି ଆଜି ମାଣ୍ଡିଆ ଦିବସ ପାଳନ କରାଯାଉଛି । ଏଥିରେ ମହିଳା ଚାଷୀମାନେ ସ୍ବାବଲମ୍ବୀ ହୋଇପାରିବେ। ଏହାସହ ମାଣ୍ଡିଆରେ ତିଆରି ହୋଇଥିବା ବିଭିନ୍ନ ଖାଦ୍ୟ ମଧ୍ୟ ପରିବେଷଣ କରାଯାଇଛି।

ଏ ସମ୍ପର୍କରେ ରାୟଗଡା ଜିଲ୍ଲାପାଳ ସ୍ଵଧା ଦେବ ସିଂ କହିଛନ୍ତି, ''ମାଣ୍ଡିଆ ଦିବସରେ ଆଜି ଆମେ ଏଠାରେ ପ୍ରସ୍ତୁତ ହୋଇଥିବା ନାନା ସୁଆଦିଆ ଖାଦ୍ୟକୁ ବିଭିନ୍ନ ଡାକ୍ତରଖାନାରେ ପରିବେଷଣ କରିଛୁ। ସେହିପରି ଆହାର କେନ୍ଦ୍ର ଓ ବିଭିନ୍ନ ସ୍କୁଲ ଗୁଡ଼ିକରେ ମଧ୍ୟ ଏହି ମାଣ୍ଡିଆ ଜାତୀୟ ଖାଦ୍ୟ ଦିଆଯାଇଛି । ତେବେ ଏହାଯେ କେବଳ ଆଜିପାଇଁ ଲୋକେ ଆଗ୍ରହ ନହୋଇ ବର୍ଷତମାମ ତାଙ୍କ ପ୍ରତ୍ୟେକ ଦିନ ଖାଦ୍ୟରେ ଏହାକୁ ସାମିଲ କରନ୍ତୁ । ତେବେ ଏହି ମିଶନ ଆଗକୁ ଆହୁରି ସଫଳ ହେବେ। ଏଥିରେ ମହିଳା ଚାଷୀମାନେ ସ୍ବାବଲମ୍ବୀ ହୋଇପାରିବେ। ତେଣୁ ଏଥିପ୍ରତି ଅଧିକରୁ ଅଧିକ ଧ୍ୟାନ ଦିଆଯିବ । ଯେପରି ଏହି ଚାଷ ଅଧିକ ସଫଳ ହୋଇପାରିବ ।"

ଇଟିଭି ଭାରତ, ରାୟଗଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.